ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ନୂଆଦିଲ୍ଲୀ,୧୮।୯: ଭାରତ ଓ ଚୀନ୍ ଭିତରେ ମଇ ମାସରୁ ଆରମ୍ଭ ହୋଇଥିବା ସୀମା ବିବାଦ ଜାରି ରହିଛି। ଚୀନ୍ ଏଲଏସି ନିକଟରେ ଅନୁପ୍ରବେଶ କରିବାର ଚେଷ୍ଟା କରୁଛି, ଯାହାକୁ ଭାରତୀୟ ଯବାନମାନେବ ବହୁବାର ବିଫଳ କରିବା ସହ କଡା ଜବାବ୍ ମଧ୍ୟ ଦେଇଛନ୍ତି। ଏହା ଭିତରେ ଚୀନ୍ ପ୍ରଥମ ଥର ସ୍ବୀକାର କରିଛି ଯେ, ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ତା’ର ସୈନିକଙ୍କର ମୃତ୍ୟୁ ହୋଇଥିଲା। ଏହା ପୂର୍ବରୁ ଚୀନ୍ ଏହି କଥାକୁ ମନା କାରୁଥିଲା।

ଚୀନ୍ ଖବର କାଗଜ ‘ଗ୍ଲୋବାଲ ଟାଇମ୍ସ’ର ସମ୍ପାଦକ ନିଜେ ସ୍ବୀକାର କରିଛନ୍ତି ଯେ, ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନର ବହୁ ସୈନିକଙ୍କର ମୃତ୍ୟୁ ହୋଇଥିଲା। ଖବରକାଗଜର ମୁଖ୍ୟ ସମ୍ପାଦକ ହୁ ଶିଜନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଏକ ବିବୃତିକୁ ଟୁଇଟ୍ କରି ଲେଖିଛନ୍ତି, ଯେଉଁ ପର୍ଯ୍ୟନ୍ତ ଜଣାଅଛି ଗଲଓ୍ବାନରେ ହୋଇଥିବା ସଂଘର୍ଷରେ ଚୀନ ସେନାର ଯବାନଙ୍କ ମୃତ୍ୟୁ ସଂଖ୍ୟା ଭାରତଠାରୁ ୨୦ କମ୍ ଥିଲା। ଏହା ସହ ସେ କହିଛନ୍ତି ଚୀନର କୌଣସି ସୈନିକଙ୍କୁ ଭାରତ ବନ୍ଦୀ କରିନାହାନ୍ତି।

ଉଲ୍ଲେଖନୀୟ ଯେ, ଗ୍ଲୋବାଲ ଟାଇମ୍ ଚୀନର ଶାସକ ଦଳ କମ୍ୟୁନିଷ୍ଟା ପାର୍ଟିର ଅଫିସିଆଲ ଖବର କାଗଜ, ଯାହାକୁ ପିପୁଲସ୍ ଡେଲି ଦ୍ବାରା ପ୍ରକାଶିତ କରାଯାଇଥାଏ। ଶିଜିନ୍ ଟୁଇଟ୍ କରିବା ସହ ଏକ ସ୍କ୍ରିନସଟ୍ ସେୟାର କରିଛନ୍ତି, ଯେଉଁଥିରେ ଏକ ମିଡିଆ ରିପୋର୍ଟ ପକ୍ଷରୁ ଲେଖିଛନ୍ତି, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହୁଛନ୍ତି, ସଂଘର୍ଷ ବେଳେ ଭାରତର ଯବାନଙ୍କ ଆକ୍ରମଣରେ ଚୀନ ସୈନିକଙ୍କର ଅଧିକ କ୍ଷତି ହୋଇଛି। ତେବେ ଚୀନ୍ ପକ୍ଷରୁ କୁହାଯାଇଛି, ଭାରତ ସୈନିକଙ୍କ ମୃତ୍ୟୁ ସଂଖ୍ୟା ଭୁଲ ଭାବରେ ଦେଖାଉଛି। ସଂଘର୍ଷରେ ଚୀନ ସେନାର ଯବାନଙ୍କ ମୃତ୍ୟୁ ସଂଖ୍ୟା ଭାରତଠାରୁ ୨୦ କମ୍ ଥିଲା ‘ଗ୍ଲୋବାଲ ଟାଇମ୍ସ’ ପକ୍ଷରୁ କୁହାଯାଇଛି।

   ସମ୍ବନ୍ଧିତ ଖବର


ଏଥର ଶୀତରେ ଥରିବ ଓଡ଼ିଶା, ଲା-ନିନା ପ୍ରଭାବରୁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବା ନେଇ ପ୍ରାକ୍‌ ଆକଳନ

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ସମୀର ଦେ’ଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ମନ୍ତ୍ରୀଙ୍କ ଟ୍ୱିଟ୍‌କୁ ନେଇ ବିବାଦ: କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଆଜିଠୁ ୧୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା,ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ