ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଚୀନ୍‌ ପ୍ରସ୍ତୁତ କଲା ମହାବିନାଶକ ସୁଇସାଇଡ୍‌ ଡ୍ରୋନ୍‌ – ହେଲିକପ୍ଟର ଓ ଟ୍ରକ୍‌ରୁ କରିପାରିବ ଆକ୍ରମଣ

ବେଜିଂ – ପୁଣି ଦୁନିଆକୁ ଚୀନ୍‌ ଦେଖେଇଲା ନିଜର କରିସ୍ମା । ପୁରା ଦୁନିଆକୁ ନାଲି ଆଖି ଦେଖେଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବା ଚୀନ୍‌ ଏବେ ଆଉ ଏକ କାମ କରିଛି । ପ୍ରସ୍ତୁତ କରିଛି ମହାବିନାଶକ ଆତ୍ମଘାତୀ  ଡ୍ରୋନ୍‌ । ନିକଟରେ ଚୀନ୍‌ ଏହି ଡ୍ରୋନ୍‌ ବିମାନର ସଫଳ ପରୀକ୍ଷଣ କରିଛି । ମେନ୍‌ଲ୍ୟାଣ୍ଡ ନ୍ୟୁଜ୍‌ ରିପୋର୍ଟରୁ ଏହି ସୂଚନା ମିଳିଛି ।

china conducts test of massive suicide drone ch 901swarm like israeli kamikaze drones

ଏହି ଆତ୍ମଘାତୀ ଡ୍ରୋନ୍‌ କେତେ ପ୍ରଭାବଶାଳୀ , ଏହାର ଉଦାହରଣ ଆର୍ମିନିଆରେ ପରୀକ୍ଷଣ ପରେ ଦେଖିବାକୁ ମିଳିଛି , ଯେଉଁଠି ଇସ୍ରାଇଲ୍‌ ଆତ୍ମଘାତୀ ଡ୍ରୋନ୍‌ ଅଜରବୈଜାନ୍‌ ପକ୍ଷରୁ ବିନାଶର ସୂଚନା ଦେଇଛି ।

ଆମେରିକା , ଭାରତ , ତାଇୱାନ , ଅଷ୍ଟ୍ରେଲିଆ ସମେତ ବିଶ୍ୱର ଅନେକ ଦେଶ ଗୁଡ଼ିକ ସହ ଯୁଦ୍ଧର ପର୍ବ ପାଳୁଥିବା ଚୀନ୍‌ ବଡ଼ ବିସ୍ଫୋରଣ ଜନିତ ଆତ୍ମଘାତୀ ଡ୍ରୋନ୍‌ ବିମାନକୁ ପ୍ରସ୍ତୁତ କରିଛି । ଏହି ଡ୍ରୋନ୍‌ ସେନା  ଏକ ଟ୍ୟୁବଲର ଲଞ୍ଚର ଭିତରେ ଥାଏ । ଯାହା ନିର୍ଦ୍ଦେଶ ପାଇବା କ୍ଷଣି ନିଜର ଶତ୍ରୁଙ୍କ ଉପରେ ଆକ୍ରମଣ କରିବାରେ ସକ୍ଷମ ହୁଏ । ଏହି ଲଞ୍ଚରକୁ ଏକ ହାଲକା ବାହନ (ଟ୍ରକ୍‌ ଆଦି) ଓ ହେଲିକପ୍ଟର ଉପରେ ରଖା ଯାଇପାରିବ । ଚୀନ୍‌ର ଡ୍ରୋନ୍‌ ସେନା ସାମନାକୁ ପରେ  ଏବେ ସାରା ବିଶ୍ୱର ସେନାଙ୍କର ଭବିଷ୍ୟତ ଯୁଦ୍ଧକୁ ନେଇ ବିପଦ ବଢ଼ିଯାଇଛି ।

-48-

ଚୀନ୍‌ର ଇଲେକ୍ଟ୍ରନିକ୍‌ ଏକାଡେମୀ ଏହି ଡ୍ରୋନ୍ ବିମାନକୁ ପ୍ରସ୍ତୁତ କରିଛି ଏବଂ ଗତ ମାସରେ ଏହାର ସଫଳ ପରୀକ୍ଷଣ ହୋଇଥିଲା । ଏହା ପୂର୍ବରୁ ଚୀନ୍‌ ୨୦୧୭ମସିହାରେ ୧୨୦ ଟି ଛୋଟ ଛୋଟ ଡ୍ରୋନ୍‌କୁ ଏକ ସମୟରେ ଉଡ଼ାଇ ବଡ଼ ସଫଳତା ହାସଲ କରିଥିଲା । ପରେ ଚୀନ୍‌ ୨୦୦ଟି ଡ୍ରୋନ୍‌କୁ ଏକା ସାଥିରେ ଉଡ଼ାଇ ବଡ଼ କାରନାମ କରି ଦେଖାଇଛି।

ଚୀନ୍‌ର ଏହି ଆତଘାତୀ ଡ୍ରୋନ୍‌ର ନାମ  ସିଏଚ୍‌-୯୦୧ ବୋଲି କୁହାଯାଉଛି । ଏହି ଡ୍ରୋନ୍‌ର ଆଗରେ ଓ ପଛରେ  ଡେଣା ଲାଗିଛି ଏବଂ ଲକ୍ଷ୍ୟକୁ ଚିହ୍ନିବା ପାଇଁ ସେନ୍ସର ମଧ୍ୟ ଲାଗିଛି । ଯାହାକୁ ଶ୍ତରୁକୁ ଠାବ କରିବାରେ ସକ୍ଷମ ହେଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.