ଅଷ୍ଟ୍ରେଲିଆକୁ ଚୀନ୍‌ର ଧମକ: ଆମେରିକାର ସାଥ୍‌ ଦେଲେ ବଢ଼ିବ କଟକଣା

ବେଜିଂ ୨୬/୫: ଆମେରିକା ନିକଟରେ ଚୀନ୍‌ର ୩୩ଟି କଂପାନି ଉପରେ ଆର୍ଥିକ କଟକଣା ଲଗାଇଛି । ଏହାର ଠିକ୍‌ ପରେ ପରେ ଚୀନ୍‌ ଧମକ ଦେଇ କହିଛି କି ଆମେରିକାର ଏପରି ପଦକ୍ଷେପକୁ ସମର୍ଥନ କରିବାରୁ ଅଷ୍ଟ୍ରେଲିଆ ବିରତ ରହୁ। ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବିବାଦରେ ତା’କୁ ସାମିଲ ହେବାର ଆବଶ୍ୟକତା ନାହିଁ । ଯଦି ସିଏ ଏପରି ନକରେ, ତାହାହେଲେ ଚୀନ୍‌ ତା’ ପ୍ରତି ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରିବ ଏବଂ ଅଧିକ ଆର୍ଥିକ କଟକଣା ଲଗାଇବ ।

ଚୀନ୍‌ ସରକାରଙ୍କ ମୁଖପତ୍ର କୁହାଯାଉଥିବା ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଲେଖାସ୍ତମ୍ଭରେ କୁହାଯାଇଛି କି ଆମେରିକା ଓ ଚୀନ୍‌ ବିବାଦରୁ ଅଷ୍ଟ୍ରେଲିଆ ନିଜକୁ ଦୂରେଇ ରଖୁ । ସିଏ ଭାରତ ପରି ଏହି ପ୍ରସଙ୍ଗରେ ପୂରା ନିରବତା ବଜାୟ ରଖୁ । ନଚେତ ଚୀନ୍‌ ତା’କୁ ଦଣ୍ଡିତ କରିବ । ଚୀନ୍‌ ବାଣିଜ୍ୟ ପାଇଁ ଆମେରିକା ଉପରେ ଅଧିକ ନିର୍ଭରଶୀଳ । କାରଣ ଚୀନ୍‌ ଆମେରିକାକୁ ସବୁଠାରୁ ଅଧିକ ପରିମାଣର ସାମଗ୍ରୀ ରପ୍ତାନି କରିଥାଏ । ଚୀନ୍‌ର ରପ୍ତାନି ତାଲିକାରେ ଆମେରିକା ଏକ ନମ୍ବରରେ ଥିଲାବେଳେ ଅଷ୍ଟ୍ରେଲିଆ ୧୪ ନମ୍ବରରେ ରହିଛି । ଅଷ୍ଟ୍ରେଲିଆ ଉପରେ ବାଣିଜ୍ୟ ପାଇଁ ଚୀନ୍‌ କର୍ମ ନିର୍ଭରଶୀଳ ଥିବାରୁ ତା’ ପ୍ରତି ଚୀନ୍‌ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ ।

ସୂଚନାଯୋଗ୍ୟ ଯେ, ଚୀନ୍‌ ନିକଟରେ ଅଷ୍ଟ୍ରେଲିଆରୁ ବାର୍ଲି ଏବଂ ଗୋମାଂସ ଆମଦାନୀ କରିବା ଉପରେ କଟକଣା ଲଗାଇଛି । ଚୀନ୍‌ର ୱୁହାନ ସହରରେ କରୋନା ଭାଇରସ ସଂକ୍ରମଣର ସ୍ୱାଧୀନ ଏବଂ ନିରପେକ୍ଷ ତଦନ୍ତ ପାଇଁ ଅଷ୍ଟ୍ରେଲିଆ ଦାବି କରିବାରୁ ଚୀନ୍‌ ସରକାର ତା’ ବିରୋଧରେ ଏପରି ପଦକ୍ଷେପ ନେଇଛ

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର