PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଚୀନ୍‌ ଉପରେ ବଢ଼ିବ କଟକଣା: ଫର୍ଣ୍ଣିଚର, ଖେଳନା ଓ ସ୍ପୋର୍ଟସ ସାମଗ୍ରୀ ଆମଦାନି ପାଇଁ ଲାଇସେନ୍ସ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୪/୦୮: ଭାରତ ପକ୍ଷରୁ ଚୀନ୍‌ ସାମଗ୍ରୀ ଉପରେ କ୍ରମାଗତ ଭାବେ କଟକଣା ଲାଗୁ କରାଯାଉଛି । ସେଠାରୁ ଆସୁଥିବା ନିମ୍ନମାନର ଉତ୍ପାଦକୁ ଦେଶକୁ ପଶାଇ ନ ଦେବା ପାଇଁ ସବୁ ପ୍ରକାର ରଣନୀତି ଆପଣାଉଛନ୍ତି କେନ୍ଦ୍ର ସରକାର। ଏହି କ୍ରମରେ ପୂର୍ବରୁ ଅନେକ ସାମଗ୍ରୀ ଉପରେ କଟକଣା ଲାଗୁ କରାଯାଇଛି । ଆଗକୁ ଆସବାବପତ୍ର, ଖେଳନା ଏବଂ ସ୍ପୋର୍ଟସ ସାମଗ୍ରୀ ଆଦି ଆମଦାନି ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ହୋଇଛି । ଆତ୍ମନିର୍ଭର ଭାରତ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କ୍ରମାଗତ ଭାବେ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ।

ଏ ନିଷ୍ପତ୍ତି ଜରିଆରେ ଆମଦାନି ହ୍ରାସ ପାଇବ ଏବଂ ଘରୋଇ ଉତ୍ପାଦନ ବଢ଼ିବ ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି । ଟାୟାର୍‌ ଏବଂ ଟିଭି ଆମଦାନି କ୍ଷେତ୍ରରେ ପୂର୍ବରୁ ଭାରତ ସରକାର ଲାଇସେନ୍ସ ବ୍ୟବସ୍ଥା ଲାଗୁ କରିସାରିଛନ୍ତି ।

ସୂଚନାଯୋଗ୍ୟ, ଦେଶକୁ ଆସୁଥିବା ମୋଟ ଟାୟାର ଏବଂ ଟିଭି କ୍ଷେତ୍ରରେ ଚୀନ୍‌ର ସିଂହଭାଗ ଅଂଶ ରହିଛି । ଆମଦାନିକୁ ବ୍ୟୟବହୁଳ କରିବା ପାଇଁ ସରକାର କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀର ଆମଦାନି ଶୁଳ୍କ ବୃଦ୍ଧି କରିବା ପାଇଁ ଯୋଜନା କରୁଥିବା ଜଣାଯାଇଛି । ଏସବୁ ସାମଗ୍ରୀର ବାଉଣ୍ଡ୍‌ ଟାରିଫ୍‌ ବଢ଼ାଇବା ପାଇଁ ବିଚାର କରାଯାଉଛି ।

ସୂଚନାଯୋଗ୍ୟ, ବାଉଣ୍ଡ୍‌ ଟାରିଫ ହେଉଛି ବିଶ୍ୱ ବାଣିଜ୍ୟ ସଂଘ(ଡବ୍ଲ୍ୟୁଟିଓ) ଦ୍ୱାରା ନିର୍ଦ୍ଧାରିତ ଦର, ଯାହାଠାରୁ ଅଧିକ ଶୁଳ୍କ ରାଷ୍ଟ୍ରଗୁଡିକ ବଢ଼ାଇପାରିବେ ନାହିଁ। ଆମଦାନି ଶୁଳ୍କ ବଢ଼ାଇ ମଧ୍ୟ ଆମଦାନି ହ୍ରାସ ହୋଇପାରୁନାହିଁ । ଏଭଳି କ୍ଷେତ୍ରରେ ଲାଇସେନ୍ସିଂ ବ୍ୟବସ୍ଥାକୁ ଆପଣାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ଜଣେ ଅଧିକାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି ।

ଆମଦାନି ବୃଦ୍ଧିକୁ ଉଚ୍ଚ ଟାରିଫ କାଟୁ ହେଉ ନ ଥିବା ସେ କହିଛନ୍ତି । ଲାଇସେନ୍ସ ଆବଶ୍ୟକତା ଏକ ଅଣ-ଟାରିଫ୍‌ ବାଧକ ହେବ । ଏହା ଆମଦାନିକୁ ସଙ୍କୁଚିତ କରିବ । ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍‌ଟିଏ) ମାଧ୍ୟମରେ ଦେଶକୁ ବୃହତ୍‌ ମାତ୍ରାରେ ନିମ୍ନମାନର ସାମଗ୍ରୀ ଆସୁଥବା ଅଧିକାରୀଜଣକ କହିଛନ୍ତି ।

ଷ୍ଟାଣ୍ଡାର୍ଡ ଏବଂ ସ୍ପେସାଲ ଫର୍ଣ୍ଣିଚର, ଏୟାର୍‌ କଣ୍ଡିସନର, ଚମଡା, ଫୁଟ୍‌ୱେର୍‌, ଆଗ୍ରୋ-କେମିକାଲ୍ସ, ରେଡି-ଟୁ-ଇଟ୍‌ ଫୁଡ୍‌, ଷ୍ଟିଲ, ଆଲୁମିନିୟମ୍‌, କପର, ଟେକ୍‌ଷ୍ଟାଇଲ୍‌, ଇ-ଯାନ, ଅଟୋ ଯନ୍ତ୍ରାଂଶ, ଟିଭି ସେଟ୍‌- ଅପ୍‌ ବକ୍ସ, ସିସିଟିଭି, ସ୍ପୋର୍ଟସ ଗୁଡ୍‌, ଇଥାନଲ, ବାୟୋଫୁଏଲ୍‌ ଏବଂ ଖେଳନା ଆଦି ସାମଗ୍ରୀ ଉପରେ ଆମଦାନି କଟକଣା ଲଗାଇବା ପାଇଁ ସରକାର ଶିଳ୍ପଗୁଡିକର ପରାମର୍ଶ ନେଉଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର