PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଗଲଓ୍ୱନ ହିଂସା ପୂର୍ବରୁ ଆକ୍ରମଣ ପାଇଁ ଚୀନ୍‌ କରିଥିବା ଏପରି ବଡ ଯୋଜନା

ନୂଆଦିଲ୍ଲୀ – ଲଦାଖର ଗଲଓ୍ୱାନ ଘାଟୀରେ ଚୀନ୍ ଏବଂ ଭାରତର ସେନା ମୁହାଁମୁହିଁ ହୋଇଥିଲେ । ଚୀନ ସେନା ପକ୍ଷରୁ ଆକ୍ରମଣ କରାଯିବାରୁ ଭାରତର ୨୦ ଜଣ ଜବାନ୍‌ ସହିଦ ହୋଇଥିଲେ ।ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା , ଚୀନ୍‌ର ୪୦ ଜଣ ସେନା ମୃତାହତ ହୋଇଥିଲେ । ଏହ ଆକ୍ରମଣ ପୂର୍ବରୁ ଚୀନ୍‌ ସେନା ଆକ୍ରମଣ ପାଇଁ ବଡ ଯୋଜନା କରିଥିଲା । ଚୀନ୍‌ରେ ଏହି ବର୍ବର ଆକ୍ରମଣ ହଠାତ୍‌ ହୋଇ ନ ଥିଲା । ଏହା ପୂର୍ବରୁ ଚୀନ୍‌ ସେନା ବଡ ଯୋଜନା କରିଥିଲା । ଏହି ଆକ୍ରମଣ ପାଇଁ ଚୀନ୍‌ ପକ୍ଷରୁ ଲଗାତାର ଯୋଜନା କରାଯାଇଥିଲା । ବିଭିନ୍ନ ଆଧୁନିକ ଅସ୍ତ୍ରଶସ୍ତ୍ର ଏହି ସ୍ଥାନକୁ ଚୀନ୍ ପକ୍ଷରୁ ପଠାଯାଇଥିଲା ।

ଚୀନ୍‌ ପୂର୍ବରୁ ଏଥିପାଇଁ ପ୍ରସ୍ତୁତ କରିଥିଲା । ଏଥିପାଇଁ ସେ ବିଭିନ୍ନ ସ୍ଥାନରେ ସୈନ୍ୟ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଥିଲା। ଗଲଓ୍ୱାନ ଘାଟୀଠାରୁ ଅଳ୍ପ ଦୂରରେ ଚୀନ୍‌ ଟି-୧୫ ଟ୍ୟାଙ୍କ ସହ ଅନ୍ୟ ଯୁଦ୍ଧାସ୍ତ୍ର ମୁତୟନ କରିଥିଲା। ଏହାର ଭିଡିଓ ମଧ୍ୟ ଚୀନ୍‌ ଏହାର ସରକାରୀ ସମ୍ବାଦ ଓ୍ୱେବସାଇଟ୍‌ରେ ପୋଷ୍ଟ କରିଥିଲା ।

ଲଦାଖର ଜବର ଦଖଲ କରଥିବା ଅଞ୍ଚଳରେ ଚୀନ୍‌ ଏହି ଭାରୀ ତଥା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଥିଲା । ଏବେ ଭାରତ ସରକାର ଟି-୧୫ ଟ୍ୟାଙ୍କ ପରି ଟ୍ୟାଙ୍କ କିଣିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ଭାରତ ପାଖରେ ଟି-୭୨ ଏବଂ ଟି-୯୦ ଟ୍ୟାଙ୍କ ଅଛି । ମାତ୍ର ଟି -୧୫ ଟ୍ୟାଙ୍କ ପାହାଡିଆ ଅଞ୍ଚଳରେ ଯୁଦ୍ଧ କରିବା ପାଇଁ ବେଶ୍‌ ସକ୍ଷମ। ଏହି ଟ୍ୟାଙ୍କର ମୁକାବିଲା ପାଇଁ ଭାରତ ଆମେରିକାଠାରୁ କିଣିଥିବା ଏମ୍‌-୭୭୭ ଗନ୍‌କୁ ଅରୁଣାଚଳ ପ୍ରଦେଶଠାରୁ ଆରମ୍ଭ କରି ଲଦାଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଇଛି । ଏହା ଏକ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯାହା ଟ୍ୟାଙ୍କକୁ ନଷ୍ଟ କରିବାରେ ବେଶ୍‌ ସକ୍ଷମ । ହେଲିକାପ୍ଟରରୁ ମଧ୍ୟ ଏହି ଗନ୍‌ ରଖାଯାଇ ଟ୍ୟାଙ୍କ ତଥା ଅନ୍ୟ ଅଞ୍ଚଳକୁ ଲକ୍ଷ୍ୟ ଭେଦ କରାଯାଇ ପାରିବ ।

ଚୀନ୍‌ ପାଖରେ ଟି-୯୫ ଟ୍ୟାଙ୍କ ଅଛି । ଭାରତ ନିକଟରେ ଥିବା ଟି-୯୦ ଟ୍ୟାଙ୍କଠାରୁ ମଧ୍ୟ ଏହା କମ୍‌ଜୋର । ଭାରତୀୟ ସେନା ପୂର୍ବରୁ ଏହାର ଆଭାସ ପାଇସାରିଥିଲା । ଏଥିପାଇଁ ପୂର୍ବରୁ ଟି-୯୦ ଟ୍ୟାଙ୍କକୁ ଲଦାଖ ସୀମାକୁ ପଠାଇ ସାରିଥିଲା ।

ସମ୍ବନ୍ଧିତ ଖବର