କରୋନା ପରେ ଚୀନ୍‌ରେ ଏବେ ସ୍ୱାଇନ୍ ଫ୍ଲୁ ପରି ଆଉ ଏକ ଭୟଙ୍କର ଭାଇରସ୍‌ ଷ୍ଟ୍ରେନ୍‌ ମିଳଥିବା ସୂଚନା- G4 EA H1N1ଭାଇରସ୍‌ ମହାମାରୀ ପରି କରିପାରେ ସ୍ଥିତି

ବେଜିଂ – ଚୀନ୍‌ରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ସାରା ବିଶ୍ୱକୁ ବ୍ୟାପିଥିଲା । ପ୍ରଥମେ ଚୀନ୍‌ର ହୁବେଇ ପ୍ରଦେଶର ବୁହାନ୍‌ରେ କରୋନା ସଂକ୍ରମଣ ଦେଖା ଦେଇଥିଲା ମାତ୍ର ଚୀନ୍‌ ଏ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ସୂଚନା ଦେଇ ନଥିଲା । ପରେ ଏହା ୟୁରୋପ ସହ ସାରା ବିଶ୍ୱକୁ ବ୍ୟାପିଯାଇଥିଲା । ସାରା ବିଶ୍ୱରେ କରୋନା ଯୋଗୁଁ ଲକ୍‌ଡାଉନ୍‌ । ଏଥିଯୋଗୁଁ ମାନ୍ଦାବସ୍ଥା ସୃଷ୍ଟି ହୋଇଛି । କରୋନା ସଙ୍କଟ ଏବେ ମହାମାରୀର ରୂପ ନେଇଥିବା ବେଳେ ଏବେ ଚୀନ୍‌ରେ ସ୍ୱାଇନ୍‌ଫ୍ଲୁ ଉନଫ୍ଲୁ ଏନ୍‌ଜାର୍‌ ଏକ ଭୟଙ୍କର ଭାଇରସ୍‌ ମିଳିଛି । ଏହା ମହାମାରୀର ରୂପ ନେବାର ଶକ୍ତି ରଖିଛି ବୋଲି ଗେବଷକମାନେ କହିଛନ୍ତି । ଚୀନ୍‌ରେ ଘୁଷୁରୀ ଚାଷ କରୁଥିବା ଅନେକ ଲୋକଙ୍କ ନିକଟରେ ଏହାର ଲକ୍ଷଣ ଦେଖା ଦେଲାଣି ।

ଗବେଷକମାନେ ଏବେ ଏହି ଭାଇରସ୍‌କୁ G4 EA H1N1 ବୋଲି ଚିହ୍ନଟ କରିଛନ୍ତି । ଏହା ଲୋକଙ୍କର ଶ୍ୱାସ ନଳୀରେ ସଂକ୍ରମଣ କରୁଛି । ଏହି ଭାଇରସ୍‌ ବା ଭୁତାଣୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଘୁଷୁରୀ ଚାଷ ଘୁଷୁରୀ ମାଂସ କାରାବର କରୁଥିବା ଲୋକଙ୍କ ନିକଟରେ ଏହି ଲକ୍ଷଣ ଦେଖା ଦେଲାଣି। ଏହା ଚୀନ୍‌ର କେତକ ଅଞ୍ଚଳରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ଲୋକଙ୍କୁ ଦିଆଯାଉଥିବା ଟୀକା ଏହି ଭୁତାଣୁ ବିରୋଧରେ କାମ କରୁ ନାହିଁ ।

ଏହା ଏଚ୍‌ଓ୍ୱାନଏନ୍‌ଓ୍ୱାନର୍‌ ବିକଶିତ ଷ୍ଟ୍ରେନ ବୋଲି କୁହାଯାଉଛି । G4 EA H1N1 ଲୋକଙ୍କୁ ଠାରୁ ଲୋକଙ୍କୁ ବ୍ୟାପେ । ଏହା ଯୋଗୁଁ ୨୦୦୯ ରେ ମାହାମାରୀ ହୋଇଥିଲା । ଏବେ ଚୀନ୍‌ର ୧୦.୪ ପ୍ରତିଶତ ଘୁଷୁରୀ ଚାଷୀ ଓ ମାଂସ ବିକାଳି , ଚୀନ୍‌ ୪.୪ ପ୍ରତିଶତ ସାଧାରଣ ଲୋକଙ୍କୁ ଏହି ଭାଇରସ୍‌ ସଂକ୍ରମଣ ହେଲାଣି ବୋଲି ସୂଚନା ମିଳିଛି ।
G4 EA H1N1 ଲୋକଙ୍କୁ ଶୀଘ୍ର ସଂକ୍ରମିତ କରୁଥିବା ଚୀନ୍‌ର ବିଭିନ୍ନ ଗେବଷଣାଗାର ପକ୍ଷରୁ ସୂଚନା ଦିଆଯାଇଛି। ଏବେ କରୋନା ସଂକ୍ରମଣକୁ ଅଧିକ ଦୃଷ୍ଟି ଦିଆଯାଉଥିବାରୁ ଏହାକୁ ଅଣଦେଖା କରିବା କଥା ନୁହେଁ ବୋଲି ୟୁକେ ନଟିଂହୋମ ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ କିନ୍‌ ଚାଓ ଚାଙ୍ଗ କହିଛନ୍ତି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରୀ ମହିଳା ଗଲ୍ଫ ଖେଳାଳୀଙ୍କର ଓଭର ହେଡ୍‌ ସଟ୍‌

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଚାଟ୍‌କୁ ନେଇ ପରିବାରରେ ବିବାଦ, ଶେଷରେ ହତ୍ୟା

ଔଷଧୀୟ ଗଛ ଲଗାଇବାର ସରଳ ଉପାୟ