PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଭାରତର ୧୦୦ କିଲୋମିଟର ଭିତରକୁ ଚୀନ୍‌ ସେନାର ଅନୁପ୍ରବେଶ..ତିଆରି କରିଛି କାଠପୋଲ

ନୂଆଦିଲ୍ଲୀ – ପୁଣି ଚୀନ, ସେନା ପିପୁଲସ୍‌ ଲିବରେସନ୍‌ ଆର୍ମି ପକ୍ଷରୁ ହୋଇଥିବା ଏକ ବେଆଇନ ନିର୍ମାଣ ସାମ୍ନାକୁ ଆସିଛି । ଏହା ଏକ ଅତି ସମ୍ବେଦନଶୀଳ ଘଟଣା । ଅରୁଣାଚଳ ପ୍ରଦେଶର ୧୦ କିଲୋମିଟର ଭିତରକୁ ପ୍ରବେଶ କରିବା ସହ ଏକ ବେଆଇନ କାଠପୋଲ ନିର୍ମାଣ କରାଯାଇଛି । ଅରୁଣାଚଳ ପ୍ରଦେଶ ସୀମାକୁ ନେଇ ଚୀନ୍‌ ଓ ଭାରତ ମଧ୍ୟରେ ବିବାଦ ରହିଛି । ଚୀନ୍‌ ବାରମ୍ବାର ଏହା ଉପରେ ନିଜର ଅଧିକାର ଥିବା କଥା  କହୁଥିବା ବେଳେ ଭାରତର ଏହା ଅବିଚ୍ଛେଦ୍ୟ ଅଙ୍ଗ ।

ଅରୁଣାଚଳ ପ୍ରଦେଶ ବିଜେପି ସଭାପତି ତାପିର ଗାଓ ଏହି ଘଟଣାକୁ ଲୋକ ଲୋଚନକୁ ଆଣିଛନ୍ତି ।  ଚୀନ୍‌ ସେନା ଅରୁଣାଚଳ ପ୍ରଦେଶର ୧୦୦ କିଲୋମିଟର ଭିତରକୁ ଅନୁପ୍ରବେଶ କରିଥିବା କଥା ସେ କହିଛନ୍ତି । ଭାରତ ଓ ଚୀନ୍‌ ମଧ୍ୟରେ ଅରୁଣାଚଳ ପ୍ରବେଶକୁ ନେଇ ବିବାଦ ରହିଛି। ଚୀନ୍‌ ଏହାକୁ ତିବ୍ଦତର ଅଂଶ କହୁଥିବା ବେଳେ ଏହା ଭାରତର ଅଭିନ୍ନ ଅଂଶ । ଚୀନ୍‌ ଓ ଭାରତ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖାର ୧୦୦ କିଲୋମିଟର ମଧ୍ୟକୁ ଚୀନ୍‌ର ସୈନିକ ମାନେ ଅନୁପ୍ରବେଶ କରିଛନ୍ତି । ତାପିର ଗାଓ ଏହାର ଫଟୋକୁ ପ୍ରଦର୍ଶନ କରିଛନ୍ତି ।

ଅରୁଣାଚଳ ପୂର୍ର ସାସଂଦଙ୍କ ଅନୁସାରେ ଚୀନ୍‌ ସେନା ପକ୍ଷରୁ ଭାରତ ସୀମା ମଧ୍ୟରେ ଏକ  ଛୋଟ ନଦୀ ଉପରେ କାଠପୋଲ ନିର୍ମାଣ କରାଯାଇଛି । ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜ୍ଲିଲ ଛାଗଲାମ୍ ରେ ଥିବା ଡୋଇମ୍ରୁ  ନାଳ ଉପରେ ଏହି କାଠପୋଲ ନିର୍ମାଣ କରିଛନ୍ତି । ଏହାର ଭିଡିଓ ବିଜେପିର ଜଣେ କର୍ମୀ ଉତ୍ତୋଳନ କରିଥିବା ସେ ପ୍ରକାଶ କରିଛନ୍ତି । ଶିକାର କରିବାକୁ ଯାଇଥିବା ବେଳେ ସେ ଚୀନ୍‌ ସେନାର ଏହି ବେଆଇନ କାର୍ଯ୍ୟକୁ ଦେଖିବା ପରେ ନିଜ ମୋବାଇଲ୍‌ରେ ଉତ୍ତୋଳନମକରିଥିଲେ । ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ଚୀନ୍‌ ଏପରି ଅନୁପ୍ରବେଶ କରିଥିବା ସେ ଉଲ୍ଲେଖ କରିଛନ୍ତି ।

ଗାଓଙ୍କର ଏହି ଅଭିଯୋଗ ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ଯାଞ୍ଚ କରାଯାଉଥିବା କଥା କୁହାଯାଇଛି । ଚୀନ୍‌ ସେନା ବା  ପିପୁଲସ୍‌ ଲିବେରସନ୍‌ ଆର୍ମିର ଏକ ପାଟ୍ରୋଲିଂ ପାର୍ଟି ଏପରି କରିଥାଇ ପାରନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି । ଚୀନ୍‌ ପକ୍ଷରୁ ଗତ ବର୍ଷ ସେଠାରେ ଅନୁପ୍ରବେଶ କରାଯିବା ସହ ଏକ ବେଆଇନ ଶିବିର ନିର୍ମାଣ କରାଯାଇଥିଲା ।

ସମ୍ବନ୍ଧିତ ଖବର