ଆମେରିକା ଠାରୁ ଭାକସିନ୍‌ ଫର୍ମୁଲା ଚୋରୀ କରିବାକୁ ବସିଛି ଚୀନ୍‌ ! କାହିଁକି ଜାଣନ୍ତି … ?

ନ୍ୟୁୟର୍କ ୧୧ /୦୫ : କରୋନା ଭାଇରସ୍‌ ବ୍ୟାପିବାକୁ ନେଇ ଚୀନ ଏବେ ବିଶ୍ୱରେ ବଦନାମ ହେବାକୁ ବସିଛି । ଆଉ ଏହାରି ଭିତରେ ସେ ପ୍ରଥମେ ଭାକସିନ୍‌ ତିଆରି କରି ତାର ପାରିବା ପଣକୁ ବିଶ୍ୱରେ ଜାହିର କରିବାରେ ଲାଗିପଡ଼ିଛି । ଆମେରିକୀୟ ଅଧିକାରୀମାନେ ଦାବି କରି କହୁଛନ୍ତି କି , ଚୀନ୍‌ର ହ୍ୟାକରମାନେ ଆମେରିକାର ଭାକ୍‌ସିନ୍‌ ଓ ଟ୍ରିଟ୍‌ମେଣ୍ଟ ରିସର୍ଚ୍ଚକୁ ଚୋରାଇ ନେବାକୁ ପ୍ରୟାସ କରୁଛନ୍ତି।  ତାଙ୍କର କହିବା ହେଲା ଚୀନ ଭାକସିନ୍‌ ତିଆରି କରିବାରେ ଆମେରିକା ଠାରୁ ଆଗରେ ରହିବାକୁ ଚାହୁଁଛି ।

 ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ମୁତାବିକ୍‌ , ଚୀନର ଏହି ହ୍ୟାକରମାନେ ଭାକସିନ୍, ଟ୍ରିଟ୍‌ମେଣ୍ଟ ଓ ଟେଷ୍ଟିଂ ସହ ଜଡ଼ିତ ବିଶେଷ ସୂଚନା ଓ ପବ୍ଲିକ୍‌ ହେଲଥ ଡାଟା ହାସଲ କରିବା ପାଇଁ ଭୁଲ୍‌ ରାସ୍ତା ଆପଣାଉଛନ୍ତି । ଏହାକୁ ନେଇ ଆମେରିକା ସରକାର ଆଗାମୀ ଦିନରେ ସାଇବର ଚୋରୀକୁ ନେଇ ‘ନନ୍‌ ଟ୍ରେଡିଶନାଲ ଆକ୍ଟସ’ ପାଇଁ ଚେତାବନୀ ଦେଇପାରେ ।  ରିପୋର୍ଟ ଅନୁସାରେ , ଡାଟା ହ୍ୟାକ୍‌ କରିବା ପାଇଁ ଏଥିରେ  ‘ନନ୍‌ ଟ୍ରେଡିଶନାଲ ଆକ୍ଟସ ‘ର ରିସର୍ଚ୍ଚକାରୀ ଓ ଛାତ୍ରମାନେ ହୋଇପାରନ୍ତି । ଟ୍ରମ୍ପ ପ୍ରଶାସନର ଅଭିଯୋଗ ଯେ , ଏହି ହ୍ୟାକରମାନଙ୍କୁ ଆମେରିକାର ଲ୍ୟାବ୍‌ରେ  ଓ ଏକାଡେମୀ ଭିତରେ ଡାଟା ଚୋରୀ କରିବା ପାଇଁ ପ୍ରସ୍ତୁତ କରାଯାଉଛୁ ।

ସୂଚନା ଯେ, ଚୀନ ଭାକ୍‌ସିନ୍‌ ଓ ଟ୍ରିଟ୍‌ମେଣ୍ଟ ରିସର୍ଚ୍ଚ ହ୍ୟାକ୍‌ କରିବାର ଖବର ଏମିତି ସମୟରେ ସାମନାକୁ ଆସିଛି , ଯେବେ ଇରାନ ସହ ଜଡ଼ିତ କିଛି ହ୍ୟାକର ଗତ କିଛି ସପ୍ତାହରୁ ଆମେରିକାର ଡ୍ରଗମେକର ଏଜେନ୍ସି ଗାଇଲେଡ୍‌ ସାଇନ୍ସକୁ ଟାର୍ଗେଟ୍‌ କରିଛନ୍ତି।  

ଏହାସହ ମଧ୍ୟ ପଢ଼ନ୍ତୁ – କରୋନାକୁ ମାତ୍‌ ; ଭାରତ ପ୍ରସ୍ତୁତ କଲା କରୋନା ଆଣ୍ଟିବଡି ଟେଷ୍ଟିଂ କିଟ୍ସ୍

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ