ମାତ୍ର ଗୋଟିଏ ଭୁଲ୍ କ୍ଲିକ୍‌ରେ ଚୀନ୍‌କୁ ଚାଲିଗଲା ୨୧ ହଜାର କୋଟି, ଆପଣ ମଧ୍ୟ କରିପାରନ୍ତି ଏପରି ଭୁଲ୍ …

ନୂଆଦିଲ୍ଲୀ: କରୋନା କାଳ ଏବଂ ଲକଡାଉନ ଯୋଗୁଁ ଦେଶର ଲୋକମାନେ ଅର୍ଥାଭାବର ବହୁ ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଲୋକଙ୍କ ଏହି ଅସୁବିଧାର ସୁଯୋଗ ନେଇ ଚାଇନିଜ୍ ଆପ୍ ଭାରତୀୟଙ୍କ ଏହି ଅସୁବିଧାର ସୁଯୋଗ ନେଇ ୨୧ ହଜାର କୋଟି ଟଙ୍କା ଠକି ନେଇଛି । ତେବେ ଲୋକଙ୍କ ସହ କ’ଣ ଘଟିଛି ଆସନ୍ତୁ ଜାଣିବା …

ଆମର ସହଯୋଗୀ ସାଇଟ୍ bgr.in ଅନୁଯାୟୀ, ଅଧିକାଂଶ ଭାରତୀୟ ଆଜିକାଲି ଇନଷ୍ଟାଣ୍ଟ ଲୋନ ଆପ୍ ବ୍ୟବହାର କରୁଛନ୍ତି । ଅଧିକାଂଶ ଇନଷ୍ଟାଣ୍ଟ ଲୋନ ଆପ୍ ଚାଇନାରୁ ପରିଚାଳିତ ହେଉଛି । ଇନଷ୍ଟାଣ୍ଟ ଲୋନ ଆପ୍ ଏମିତି ଏକ ଆପ୍ କେବଳ ଗୋଟିଏ କ୍ଲିକ୍ ସହିତ ତୁରନ୍ତ ଲୋନ ଦେବାକୁ କହିଥାଏ ।

ପୋଲିସର ସୂଚନାନୁସାରେ, ଇନଷ୍ଟାଣ୍ଟ ଲୋନ ଆପ୍ ଗୋଟିଏ କ୍ଲିକରେ ଲୋନ ପ୍ରଦାନ କରିଥାଏ ଏବଂ ସେହି ସମୟରେ ସୁଧ ହାର ପ୍ରକାଶ କରିନଥାଏ । ଅଧିକାରୀଙ୍କ ଅନୁଯାୟୀ, ପ୍ରୋସେସିଙ୍ଗ ଫିସ, ଜିଏସ୍‌ଟି ଇତ୍ୟାଦି ଯୋଗକରି ଆପ୍ ପ୍ରତି ସପ୍ତାହରେ ୩୦ ପ୍ରତିଶତ ସୁଧ ଆଦାୟ କରିଥାଏ ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୧୦୦୦ କୋଟି ଟଙ୍କା ଜବତ କରିଛି । ଏଥି ସହିତ ହାଇଦ୍ରାବାଦ ପୋଲିସ ସୂଚନା ପାଇଛି ଯେ ଚାଇନାର ଚାରିଟି କମ୍ପାନୀରେ ୨୧ ହଜାର କୋଟି କାରବାର ହୋଇଛି । ଏଥିମଧ୍ୟରୁ କିଛି କାରବାର ବିଟ୍‌ କଏନ୍‌ରେ ଘଟିଛି ଏବଂ ହାୱାଲା ମାଧ୍ୟମରେ ବିଦେଶକୁ ପଠାଯାଇଛି । ବିଭିନ୍ନ ମାମଲାରେ ପୋଲିସ ୧୧୦ କୋଟି ଟଙ୍କା ଜବତ କରିଛି । ଏଥି ସହିତ ମନି ଲଣ୍ଡ୍‌ରିଙ୍ଗ ମାମଲାରେ ତଦନ୍ତ ଏନଫୋର୍ସ୍‌ମେଣ୍ଟ ଡାଇରେକ୍ଟୋରେଟ କରୁଛି ।