ଏଠାରେ ରୋବଟ କରୁଛି ଚୈାକିଦାରୀ, ରାତିରେ ଧରୁଛି ଚୋର ଗାଉଛି ଗୀତ…

ଚିନର ରାଜଧାନୀ ବେଜିଙ୍ଗ ଠାରେ ଏକ ଆବାସୀୟ ଗୋଷ୍ଠୀ ପ୍ରଥମ ଥର ପାଇଁ ‘ରୋବଟ ଚୈାକିଦର’ ତିଆରି କରିଛନ୍ତି। ଯିଏ ଲୋକଙ୍କ ଚେହେରା ଏକ ଫଟୋକୁ କ୍ୟାପଚର୍ କରିବା ସହିତ ତାଙ୍କ ସହିତ କଥା ହୋଇପାରୁଛି। ଏହି ରୋବଟର କାମ କୈାଣସି ଚୈାକିଦାରଠୁ କମ୍ ନୁହେଁ। କହିବାକୁ ଗଲେ ମଣିଷ ବଦଳରେ ଏଠି ରୋବଟ ହେଉଛି ଚୈାକିଦାରୀ।

ବେଜିଙ୍ଗ୍ ଏରୋସ୍ପେସ୍ ଅଟୋମେଟିକ୍ କଣ୍ଟ୍ରୋଲ ଇନଷ୍ଟିଚ୍ୟୁଟର ପ୍ରୋଜେକ୍ଟ ନିର୍ଦେଶକ ଲିୟୁ ଗାଙ୍ଗଜୁନ୍ କହିଛନ୍ତି, ଏଠାରେ ରୋବଟ କେବଳ ଆଇନବିରୋଧୀ କାମ ଉପରେ ନଜର ରଖୁନି ବରଂ ଗୋଷ୍ଠୀର ଲୋକମାନଙ୍କୁ ଦରକାରୀ ଖବର ସମ୍ପର୍କରେ ମଧ୍ୟ ତଥ୍ୟ ଦେଇଥାଏ। ଯଦି ଗୋଷ୍ଠୀ ବା ସମାଜ ଭିତରେ କୈାଣସି କେହି ସନ୍ଦେହଜନକ କାର୍ଯ୍ୟ କରେ ତେବେ ରୋବଟ ତାକୁ ଚିହ୍ନି ପାରିଥାଏ। ସେହି ସମୟରେ ରୋବଟ ଶରୀରରେ ଏକ ଆଲାରାମ୍ ତଥା ଗୀତ ବାଜେ।
ଏହି ରୋବଟକୁ ୨୦୧୮ ଡିସେମ୍ବରରୁ ୨୦୧୯ ଅପ୍ରିଲ ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ଏହା ସହିତ ରୋବଟ ପାଣିପାଗର ଭବିଷ୍ୟ ସମ୍ପର୍କରେ ମଧ୍ୟ କହିଥାଏ। ରୋବଟ କୈାତୁକିଆ କାହାଣୀ କହିବା ସହିତ ଗୀତ ଗାଇଥାଏ। ଯେଉଁଥିପାଇଁ ଗୋଷ୍ଠୀର ପିଲାମାନେ ରୋବଟ ସହିତ କଥା ହେବା ପାଇଁ ଆକର୍ଷିତ ହୋଇଥାନ୍ତି।