ମାଙ୍କଡ଼ ଦେହରେ ଚୀନ ବୈଜ୍ଞାନିକ ପ୍ରତିରୋପଣ କଲେ ମଣିଷ ମସ୍ତିଷ୍କର ଜିନ୍, ବଦଳିଲା ଏହି ଆଦତ, ଜାଣନ୍ତୁ କ’ଣ…

ନୂଆଦିଳ୍ଲୀ ୧୬।୪; ଚୀନ୍ ବୈଜ୍ଞାନିକ ଏକ ମାଙ୍ଗଡ଼ ଦେହରେ ମଣିଷ ମସ୍ତିଷ୍କର ଜିନ୍ ଲଗାଇବାରେ ସଫଳତା ହାସଲ କରିଛନ୍ତି। ଗତ କିଛି ମାସ ଆଗରୁ ବେଜିଂର ଏକ ନ୍ୟାସନାଲ ରିଭ୍ୟୁ ମାଗାଜିନରେ ଛପା ହୋଇଥିବା ଏକ ଗବେଷଣା ଅନୁସାରେ ବୈଜ୍ଞାନିକମାନେ ମସ୍ତିଷ୍କର ବିକାଶ ସହିତ ଜଡିତ ଏକ ମଣିଷ ଜିନ୍-ଏମସିପିଏଚ୍ଆଇ କୁ ଏକ ଭାଇରସ୍ ଜରିଆରେ ମାଙ୍କଡ଼ର ଭ୍ରୁଣରେ ପୂରାଇ ଦେଇଥିଲେ।

ଚୀନ୍ ବୈଜ୍ଞାନିକଙ୍କ ଦାବି ରହିଛି ଯେ, ୧୧ଟି ମାଙ୍କଡ଼ ଦେହରେ ଏଜସିପିଏଚ୍-୧ ଜିନ୍ ସ୍ଥାନାନ୍ତରଣ କରି ତାକୁ ତିଆରି କରାଯାଇଛି। ପ୍ରୟୋଗ କରି ସାରିବା ପରେ ବୈଜ୍ଞାନିକମାନେ ଦେଖିଲେ କି, ମଣିଷ ଭଳି ମାଙ୍କଡ଼ର ମସ୍ତିଷ୍କ ବିକସିତ ହେବାରେ ବି ସମୟ ଲାଗୁଛି। ଏହି ମାଙ୍କଡ଼ର ମସ୍ତିଷ୍କକୁ ଏବେ ମଣିଷ ଭଳି କୁହାଯାଉଛି। ଯଦି ସତରେ ଏମିତି ହୁଏ ତେବେ ଚୀନ ପାଇଁ ଏହା ବଡ଼ ସଫଳତା ହେବ। ବୈଜ୍ଞାନିକଙ୍କ ରିପୋର୍ଟରେ ଜଣାପଡ଼ିଛି କି, ଏହି ମାଙ୍କଡ଼ମାନେ ସର୍ଟ ଟର୍ମ ମେମୋରୀରେ ଭଲ ପ୍ରଦର୍ଶନ କରିଛନ୍ତି। ଏହା ବ୍ୟତୀତ ଏହି ମାଙ୍କଡ଼ ଜଙ୍ଗଲୀ ମାଙ୍କଡ଼ଙ୍କ ତୁଳନାରେ କୈାଣସି କଥାରେ ନିଜ ପ୍ରତିକ୍ରିୟା ଦେବାରେ ଦ୍ରୃତ ଅଛନ୍ତି। ଯଦିଓ ଏମାନଙ୍କ ମସ୍ତିଷ୍କର ଆକାର ଏବେ ବି ବଢ଼ି ନାହିଁ।
