ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ଚୀନ୍ ଅରବପତି, ୧୮ ବର୍ଷ ଜେଲ

ବେଜିଂ, ୨୩।୯: ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଜୋକର କହି ଅଡୁଆରେ ପଡିଛନ୍ତି ଚୀନର ଜଣେ ଅରବପତି ବ୍ୟବସାୟୀ। ଚୀନ୍ ସରକାରଙ୍କ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ପରେ ବ୍ୟବସାୟୀ ଜଣକଙ୍କୁ ରେନ୍ ଝିକିୟାଙ୍ଗ କୋର୍ଟ ୧୮ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ମାର୍ଚ୍ଚରେ ଚୀନର ବରିଷ୍ଠ ଅଧିକାରୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିବା ରିୟଲ ଇଷ୍ଟେଟ୍ ଟାଇକୁନ୍ ରେନ୍ ଝିକିୟାଙ୍ଗ ଥରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜୋକର ବୋଲି କହିଥିଲେ। ସେ ସମାଲୋଚନା କରି କହିଥିଲେ, କରୋନା ଭାଇରସ ମହାମାରୀ ସହ ଲଢିବାକୁ ଚୀନ୍ ରାଷ୍ଟ୍ରପତି ବିଫଳ। ତାଙ୍କର ଏହି ମନ୍ତବ୍ୟ ପରେ ସରକାରଙ୍କ ପକ୍ଷରୁ ଭ୍ରଷ୍ଟାଚାର ଅଭିଯୋଗ ଅଣାଯାଇଥିଲା।

ଏହି ମାମଲାରେ କୋର୍ଟ ମଙ୍ଗଳବାର ଚୀନ୍ ଅରବପତିଙ୍କୁ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସମାଲୋଚନା କରୁଥିବା ଅଭିଯୋଗରେ ୧୮ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର ବେଜିଂର ଏକ କୋର୍ଟ ରେନଙ୍କୁ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ସବୁ  ଭିତରେ ସାର୍ବଜନୀନ ଅର୍ଥକୋଷରୁ ୧୬.୦୩ ମିଲିୟନ ଡଲାର ଦୁର୍ନୀତି, ଲାଞ୍ଚ ନେବା ସ୍ବୀକାର କରିବା ଓ କ୍ଷମତାର ଦୁରୂପଯୋଗ ଭଳି ଅଭିଯୋଗ ରହିଛି। କୋର୍ଟର ବିଚାରପତିମାନେ ରେନଙ୍କୁ ୧୮ ବର୍ଷ ସଜା ଶୁଣାଇଥିଲେ। ଏହା ସହ ୪.୨ ମିଲିୟନ ୟୁଆନ ଜରିମନା ଲଗାଇଛନ୍ତି। କୋର୍ଟ କହିଛନ୍ତି, ରେନ୍ ନିଜେ ନିଜର ସବୁ ଦୋଷ ସ୍ବୀକାର କରିଛନ୍ତି ଓ କୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ। 

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ