ଚିନ୍ମୟାନନ୍ଦ ମାମଲା: ଛୋଟିଆ ପେନ୍ ଡ୍ରାଇଭ ଖୋଲିପାରେ ବଡ଼ ଗୁମର,ପୀଡିତା କହିଲେ- ଏହା ଭିତରେ ରହିଛି ଅନେକ ପ୍ରମାଣ

ଶାହଜାହାନପୁର,୧୦।୯: ପୂର୍ବତନ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଓ ଚର୍ଚ୍ଚିତ ବିଜେପି ନେତା ସ୍ବାମୀ ଚିନ୍ମୟାନନ୍ଦଙ୍କ ମାମଲାରେ ଉତ୍ତର ପ୍ରଦେଶ ପୋଲିସର ଏସଆଇଟି ଦ୍ବାରା କରାଯାଉଥିବା ପୀଡିତା ଏବଂ ତାଙ୍କର ପରିବାର ଲୋକଙ୍କୁ ମାରାଥନ ପଚରାଉଚରା ଜାରି ରହିଛି। ତେବେ ପୀଡିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଏସଆଇଟି ତାଙ୍କୁ ଜଣେ ଅପରାଧୀଙ୍କୁ ପଚାରିବା ଷ୍ଟାଇଲରେ ପଚରାଉଚରା କରୁଛି। ତେବେ ଦୁଷ୍କର୍ମ କରିଥିବା ଓ ହତ୍ୟା ପାଇଁ ଧମକ ଦେଉଥିବା ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଏସଆଇଟି ଗୋଟେ ଥର ସାମନା ସାମନି ପଚରାଉଚରା କରୁନାହିଁ ବୋଲି ପୀଡିତାଙ୍କ ପରିବାର ଲୋକ କହିଛନ୍ତି। ତେବେ ଏହା ଭିତରେ ଏକ ଖବର ଆସିଛି ଯେ, ପୀଡିତା ଯେଉଁ ଯୁବକଙ୍କୁ ଭାଇ ବୋଲି ପରିଚୟ ଦେବା ସହ ଯାହାଙ୍କ ସହିତ ରାଜସ୍ଥାନ ପୋଲିସକୁ ମିଳିଥି​ଲେ ସେହି ଯୁବକ ଏସଆଇଟିକୁ ସୋମବାର ଏକ ପେନ ଡ୍ରାଇଭ ପ୍ରଦାନ କରିଛନ୍ତି।

ଏହି ମାମଲାର ଯାଞ୍ଚ କରୁଥିବା ଏସଆଇଟି ଯଦିଓ ଏ ସମ୍ପର୍କରେ ମୁହଁ ଖୋଲି ନାହିଁ, ତେବେ ଚିନ୍ମୟାନନ୍ଦଙ୍କ ନିଦ ଉଡାଇ ଦେଇଥିବା ପୀଡିତା ଯୁବକୀ ଓ ତାଙ୍କ ତାଙ୍କର ଭାଇ କହିଛନ୍ତି, ଏସଆଇଟିକୁ ଯାଞ୍ଚ ପାଇଁ ଏକ ପେନଡ୍ରାଇଭ ଦେଇଛନ୍ତି। ଏହି ପେନଡ୍ରାଇଭ ଭିତରେ ସବୁକିଛି ଅଛି, ଯାହା ବାବା ଚିନ୍ମୟାନନ୍ଦଙ୍କ ଅସଲ ଚେହେରା ଖୋଲିଦେବ। ତଦନ୍ତରେ ସବୁକିଛି ଖୁଲାସା କରିବା ପାଇଁ ଏହି ପେନ ଡ୍ରାଇଭ ଯଥେଷ୍ଟ ବୋଲି ପୀଡିତା ଏବଂ ତାଙ୍କର ଭାଇ କହିଛନ୍ତି।​‌ଉଲ୍ଲେଖନୀୟ ଯେ, ଏହି ମାମଲାରେ ପୀଡିତାଙ୍କ ପରିବାର ଲୋକଙ୍କୁ ଆରମ୍ଭରୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ଉତ୍ତର ପ୍ରଦେଶ ପୋଲିସ ଓ ଏସଆଇଟି ପେନ ଡ୍ରାଇଭରେ କ’ଣ ବାହାର କରୁଛି ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ। ତେବେ ଗତ ସୋମାବାର ମଧ୍ୟାହ୍ନରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୀଡିତା ସ୍ପଷ୍ଟ ଭାବରେ କହିଛନ୍ତି , କଲେଜ ହଷ୍ଟେଳରେ ଥିବା ତାଙ୍କ ରୁମକୁ ଖୋଲିକି ଦେଖାଯାଉ।

ମଙ୍ଗଳବାର ପୀଡିତାଙ୍କ ହଷ୍ଟେଲ ରୁମର ବନ୍ଦ କୋଠରୀକୁ ଏସଆଇଟି ଖୋଲିକି ଦେଖିଥିଲା। ତେବେ ଏହା ଭିତରୁ କ’ଣ ମିଳିଛି ସେ ସମ୍ପର୍କରେ ଏସଆଇଟି ଅଧିକାରୀ କିଛି ସୂଚନା ଦେଇନାହାନ୍ତି। ଏହି ମାମଲାର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ଚାଲିଥିବା ବେଳେ ହୁଏତ ସେଠାରେ ଏହି ତଥ୍ୟ ଏବଂ ପ୍ରମାଣ ଦାଖଲ କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଉଲ୍ଲେଖନୀୟ ଯେ, ପୀଡିତା ଆଇନ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି, ଚିନ୍ମୟାନନ୍ଦ ତାଙ୍କର ଦୀର୍ଘ ୧ ବର୍ଷ ଧରି ଯୌନ ଶୋଷଣ କରୁଥଇଷଲ।

   ସମ୍ବନ୍ଧିତ ଖବର


କରୋନାରେ ମାସ୍କ ପିନ୍ଧୁନଥିବା ବ୍ୟକ୍ତି ଖୁବଶୀଘ୍ର ଦେଖନ୍ତୁ ଏହି ଭିଡିଓ, ଆପଣଙ୍କୁ ଶିଖିବାକୁ ଅଛି ବହୁତ୍ କିଛି …

ଚୀନରୁ ଆସୁଛି ହଳଦିଆ ଧୂଆଁ: ଭୟରେ ଉତ୍ତର କୋରିଆର ଲୋକ, ଝରକା ଖୋଲିବାକୁ ମନା

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ

ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ପାଖ ବିଲ୍ଡିଂରୁ ୩୫୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଗଲା

ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ: ଶବ ରଖି କାର୍ଯ୍ୟବନ୍ଦ କଲେ ସହକର୍ମୀ, ସ୍ୱାମୀକୁ ଅଟକ ରଖିଲା ପୁଲିସ୍