ଚିଟଫଣ୍ଡ ତଦନ୍ତ କମିଶନଙ୍କ ଆଉ ଶୁଣାଣୀ ହେବନି-ଚିନ୍ତାରେ ଜମାକାରୀ

ଭୁବନେଶ୍ୱର – ଚିଟ୍‌ଫଣ୍ଡ ତଦନ୍ତ କମିଶନଙ୍କର ଶୁଣାଣୀ ବନ୍ଦ ହୋଇଛି । ଏ ନେଇ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜମାକାରୀ ଟଙ୍କା ଫେରି ପାଇବେ କି ନାହିଁ ସେ ନେଇ ଚିନ୍ତାରେ ଅଛନ୍ତି । ତେବେ ଏହାକୁ ନେଇ ରାଜ ନୈତିକ ବୟାନ ବାଜି ଜୋର ଧରିଛି ।

କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଛି ବୋଲି ବିଜେଡି କହିଛି ।  ଫେବ୍ରୁଆରୀ ୪ ତାରିଖରେ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଜମାକାରୀଙ୍କ ଟଙ୍କା ଫେରାଇବା ପାଇଁ କର୍ପସ ଫଣ୍ଡ ବି ତିଆରି ହୋଇଛି । ଚିଟ୍‌ ଫଣ୍ଡ କମ୍ପାନୀମାନଙ୍କର ସମ୍ପତ୍ତି ଆଟାଚ୍‌ କରି ଜମାଟଙ୍କା ଫେରାଇବା ପାଇଁ କୁହାଯାଇଥିଲା ।

କ୍ଷୁଦ୍ରଜମାକାରୀଙ୍କ ମଧ୍ୟରୁ  ଏକ ଲକ୍ଷ ଲୋକଙ୍କ କ୍ଷୁଦ୍ର ଜମାଟଙ୍କା ଫେରସ୍ତ କରାଯାଇଛି । ଏବେ ଜମାକାରୀ କ୍ଷତିଗ୍ରସ୍ତ ମଞ୍ଚ ସମସ୍ତ ନିର୍ବାଚନ ମଣ୍ଡଳୀ ଓ ବ୍ଲକରେ ଆନ୍ଦୋଳନ କରିବ ବୋଲି କହିଛି ।

ଚିଟ୍‌ଫଣ୍ଡ ଘୋଟାଲାର ନ୍ୟାୟିକ ତଦନ୍ତ ଲାଗି ସରକାର ଜଷ୍ଟିସ ମଦନମୋହନ ଦାସ କମିଶନ ୨୦୧୩ ମସିହାରୁ ଗଠନ କରିଥିଲେ । ଫେବ୍ରୁଆରୀ ୪ରେ କମିଶନଙ୍କ କାର୍ଯ୍ୟକାଳ ସରିଛି ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ