୩୦୦ ଜମାକାରୀଙ୍କ ଠାରୁ ଠକିଥିଲେ ୧ କୋଟି ଟଙ୍କା, ଗିରଫ ହେଲେ ଚିଟଫଣ୍ଡ୍ ସଂସ୍ଥା ଏମଡି

ବ୍ରହ୍ମପୁର, ୧୩|୦୨: ବ୍ରହ୍ମପୁର ସହରରେ ଆଜି ପୋଲିସ ଜଣେ ଚିଟଫଣ୍ଡ ସଂସ୍ଥାର ମାଲିକଙ୍କୁ ଗିରଫ କରିଛି। ସୁରଟରେ ଶାଖା ଖୋଲିବା ବାହାନା କରି ଜମାକାରୀଙ୍କ ଠାରୁ ଟଙ୍କା ଠକିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

 ବ୍ରହ୍ମପୁର ଏସଡିପିଓଙ୍କ ସୂଚନାନୁସାରେ, ଚିଟଫଣ୍ଡ୍ ସଂସ୍ଥା ସାଇ ଲାଣ୍ଡ୍ ମ୍ୟାନେଜମେଣ୍ଟ୍ ପ୍ରପର୍ଟିର ଏମ୍ ଡି ଗୋପାଳ ରାଉତ ଗିରଫ ହୋଇଛନ୍ତି ।ସେ ପ୍ରାୟ ୩୦୦ ଜମାକାରୀଙ୍କ ଠାରୁ ୧ କୋଟି ୯୬ ହଜାର ୮୦୦ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ତାଙ୍କୁ ଗିରଫ କରାଯାଇଛି। ଏପରିକି ସେ ସୁରଟରେ ଶାଖା ଖୋଲିବେ କହି ମଧ୍ୟ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।

   ସମ୍ବନ୍ଧିତ ଖବର


କରୋନା ବିରୋଧୀ ଲଢ଼େଇ ପାଇଁ ନାଲ୍‌କୋ ଦେଲା ୧୦.୨ କୋଟି ସହାୟତା

ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ସିଲ୍‌ ଅଞ୍ଚଳରେ ମୋବାଇଲ୍‌ ଏଟିଏମ୍‌, ମିଲ୍କ ଭ୍ୟାନ୍‌

ମଣିଷ ଦେହର କୋଷିକା ଭିତରେ ଲୁଚି ରହୁଛି କରୋନା, କିଛି ଦିନ ବ୍ୟବଧାନରେ ପୁଣି ହେଉଛି ସକ୍ରିୟ