PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

ଦଣ୍ଡପାଣିଙ୍କ ବିମାନ ଉଡ଼ା ସଉକ: ଉଡି ଉଡି ଯାଉ ଥିଲା… କଳାକନା ବୁଲାଇ ଫେରୁଥିଲା, ଧରିଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨୭/୦୨: ଚୋର ବିମାନରେ ଭୁବନେଶ୍ୱରରୁ ସୁରତକୁ ଯାଉଥିଲା । ସେଠାରେ କଳାକନା ବୁଲାଇ ପୁଣି ଭୁବନେଶ୍ୱର ଫେରୁଥିଲା । ଏମିତି ବିମାନ ଉଡ଼ା ସଉକ ରଖୁଥିବା ଚୋରକୁ ଧରିଛି ସୁରତ କ୍ରାଇମ୍‌ବ୍ରାଞ୍ଚ । ଅଧିକ ତଦନ୍ତ ପାଇଁ ଭୁବନେଶ୍ୱର ଆସିବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଚୋର ନାଁ ଦଣ୍ଡପାଣି ବିଶୋୟୀ । ଘର ଗଞ୍ଜାମ ଜିଲ୍ଲାରେ । କିନ୍ତୁ ତା’ ଚୋରି କରିବା କୌଶଳ ପୂରା ନିଆରା । ଘରୁ ବାହାରିବା ମାତ୍ରେ କାନ୍ଧରେ ଏକ ସ୍କୁଲ ବ୍ୟାଗ୍‌ ପକାଇଥାଏ । ସେଥିରେ ବହି ବଦଳରେ ହାତୁଡ଼ି, କଟର, ଗ୍ଲୋବ୍‌ସ ଓ ମାସ୍କ ରଖିଥାଏ । ସୁରତରେ ଭଡାଘରେ ରହୁଥିଲା । ଏକ ନାମୀ କମ୍ପାନିରେ ବଡ଼ ପଦବିରେ ଚାକିରି କରୁଛି ବୋଲି ପଡ଼ୋଶୀଙ୍କୁ କହୁଥିଲା । ସବୁବେଳେ ଭିନ୍ନ ଭିନ୍ନ ନାଁ ରେ ପରିଚୟ ଦେଉଥିଲା। ଦଣ୍ଡପାଣି ନିକଟରୁ ୮ ଲକ୍ଷ ୯୨ ହଜାର ଟଙ୍କାର ଚୋରି ସାମଗ୍ରୀ ଜବତ ହୋଇଛି । ଏପରିକି କିଛି ବିଦେଶୀ ନୋଟ୍‌ ବି ଜବତ କରାଯାଇଛି । କିନ୍ତୁ ସେଠାକାର କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି, କିଛି ମୂଲ୍ୟବାନ ଚୋରି ସାମଗ୍ରୀ ସେ ଭୁବନେଶ୍ୱରରେ ବିକିଛି । ଯାହାର ତଦନ୍ତ ପାଇଁ ଏକ ଟିମ୍‌ ଭୁବନେଶ୍ୱର ଆସିବ ।