ପୁଣି ହନୁମାନ ପଇସା ର‌୍ୟାକେଟ ଠାବ; ୪ ଗିରଫ, ୨ଟି ହନୁମାନ ପଇସା ଜବତ

ଚୌଦ୍ୱାର-ଗୁରୁଡ଼ିଝାଟିଆ ୨୮/୮ : ରାତାରାତି ବଡ଼ ଲୋକ ହେବାର ନିଶା ମଣିଷକୁ ଅନେକ ସମୟରେ ତଳିତଳାନ୍ତ କରେ । ହନୁମାନ ପଇସା କାରବାର ନେଇ ଅନେକ ଅପରାଧ ସଂଗଠିତ ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି । ଫଳରେ ହନୁମାନ ପଇସା ଠକେଇ ଘଟଣା ଘଟିଚାଲିଛି । ଘଟଣା ଘଟିଛି ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତର ଆମ୍ୱିଲୀଝରୀ ଗ୍ରାମରେ ।

ହନୁମାନ ପଇସା କିଣାବିକା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ରହୁଥିବା ନୟାଗଡ଼ ଫତେଗଡ ଥାନା ବନମାଳିପୁର ଗ୍ରାମର ପ୍ରକାଶ କୁମାର ପତି (୪୧), ନୟାଗଡ଼ ସାଇବିହାର ଅଞ୍ଚଳର ପ୍ରଭାସ ଚନ୍ଦ୍ର ବେହେରା (୩୮), ଚୌଦ୍ୱାର ଥାନା ଆଗ୍ରାହାଟ ଗ୍ରାମ ବ୍ରାହ୍ମଣସାହିର ପ୍ରଫୁଲ ନାୟକ (୬୫) ଓ ଆମ୍ୱିଳିଝରୀ ଗ୍ରାମର ପୀତବାସ ବେହେରା (୫୮) । ପୁଲିସ ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ହନୁମାନ ଟଙ୍କା , ସିନ୍ଦୁର ଡବା, ଅରୁଆ ଚାଉଳ, ୭ଟି ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ଓ ୨ଟି ମୋବାଇଲ୍‌ ଜବତ କରିଛି ।

ଚୌଦ୍ୱାର ଥାନା ଏଏସ୍‌ଆଇ ମାନସ ମହାରଣା ପୁଲିସ ଫୋର୍ସ ନେଇ ମଦ ଧରପଗଡ଼ରେ ମଙ୍ଗରାଜପୁର ପଞ୍ଚାୟତର ଆମ୍ୱିଳିଝରୀ ଗ୍ରାମ ଅଞ୍ଚଳକୁ ଯାଇଥିଲେ । ଏହି ସମୟରେ ସେ ଗ୍ରାମର ଏକ ଘରେ ହନୁମାନ ପଇସା କାରବାର ଚାଲିଥିବା ସୂଚନା ପାଇ ଟିମ୍‌ ଅତର୍କିତ ଉକ୍ତ ଘରେ ଚଢଉ କରିଥିଲେ । ହନୁମାନ ପଇସା ରଖିଥିବା ପୀତବାସ ଓ ମଧ୍ୟସ୍ଥି ସାଜିଥିବା ପ୍ରଫୁଲ ନାୟକକୁ ଗିରଫ କରିଥିଲେ । ସେହିପରି ହନୁମାନ ପଇସା ଦେଲେ ୫ ଲକ୍ଷ ଟଙ୍କା ମିଳିବ ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇ ପଇସା କିଣିବାକୁ ଆସିଥିବା ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳର ପ୍ରକାଶ କୁମାର ପତି ଓ ନୟାଗଡ଼ ସାଇବିହାରର ପ୍ରଭାସ ଚନ୍ଦ୍ର ବେହେରାକୁ ପୁଲିସ ଗିରଫ କରିଥିଲା ।

   ସମ୍ବନ୍ଧିତ ଖବର


ପତ୍ନୀଙ୍କୁ ନିସ୍ତୁକ ମାଡ଼ ମାରୁଥିବା ବେଳେ ଡିଜିଙ୍କ ଭିଡିଓ ଭାଇରାଲ, ଅନ୍ୟ ମହିଳା ସହ ସମ୍ପର୍କ ବେଳେ ଧରିଥିଲେ ସ୍ତ୍ରୀ

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

ମାନହାନି ମକଦ୍ଦମା କଲେ ଚିନ୍ମୟୀ -ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି

ମୋବାଇଲ୍‌ ଲୁଟି ଛେଚା ଖାଇଲେ ଯୁବକ

ଆଦିତ୍ୟ ମୃତ୍ୟୁ ଘଟଣା- କ୍ରାଇମ୍ ବ୍ରାଂଚରେ ହାଜର ହେଲେ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ