‘ଚୌକିଦାର ଚୋର ହେ’ ମନ୍ତବ୍ୟ ପାଇଁ ଶେଷରେ ସୁପ୍ରିମକୋର୍ଟଙ୍କ ନିକଟରେ କ୍ଷମା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୩୦।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସୁପ୍ରିମକୋର୍ଟଙ୍କ ପକ୍ଷରୁ ‘ଚୌକିଦାର ଚୋର ହେ’ ମନ୍ତବ୍ୟ ନେଇ ଶେଷରେ କ୍ଷମା ମାଗିଛନ୍ତି। ଆଜି ଏହି ମାମଲାର ଶୁଣାଣି ବେଳେ  ସୁପ୍ରିମକୋର୍ଟଙ୍କ ରାହୁଲଙ୍କ ଦୁଃଖ ପ୍ରକାଶ କରିବା ନେଇ ଅସନ୍ତୋ​‌ଷ ପ୍ରକାଶ କରି ତାଙ୍କୁ କଡା ଭର୍ତ୍ସାନା କରିଥିଲେ। ସୁପ୍ରିମକୋର୍ଟ ପଚାରିଥିଲେ କ’ଣ ଦୁଃଖ ପ୍ରକାଶ କରିବା ପାଇଁ ୨୨ ପୃଷ୍ଠା ସତ୍ୟପାଠ ଦାଖଲ କରିଛନ୍ତି? ଏହାପରେ ରାହୁଲଙ୍କ ପକ୍ଷରୁ ଏହି ମାମଲା ଲଢୁଥିବା ଓକିଲ ଅଭିଷେକ ମନୁ ସିଙ୍ଘଭି ରାହୁଲଙ୍କ ପକ୍ଷରୁ କ୍ଷମା ମାଗିଥିଲେ। ଉଲ୍ଲେଖୀୟ ଯେ, ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ବିଜେପି ନେତ୍ରୀ ମିନାକ୍ଷୀ ଲେଖି କୋର୍ଟ ଅବମାନନା ଆବେଦନ କରିଥିଲେ।

ମାମଲାର ଶୁଣାଣି କରି ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡା ଭର୍ତ୍ସନା କରି କହିଥିଲେ ବ୍ରାକେଟରେ ଦୁଃଖ ପ୍ରକାଶ କରିବାର ଅର୍ଥ କ’ଣ? ଉଲ୍ଲେଖନୀୟ ଯେ, ରାହୁଲ ନିଜର ଦ୍ବିତୀୟ ସତ୍ୟପାଠରେ ଦୁଃଖ ପ୍ରକାଶ କରିଥିବା ଶବ୍ଦକୁ ବ୍ରାକେଟରେ ଲେଖିଥିଲେ।

ଶୁଣାଣି ବେଳେ କୋର୍ଟ କହିଥିଲେ, ରାହୁଲ ଗାନ୍ଧି ବୟାନ ଦେଉଛନ୍ତି ଓ ଏହାକୁ ସୁରକ୍ଷା ମଧ୍ୟ ଦେଉଛନ୍ତି। କୋର୍ଟ ରାହୁଲଙ୍କ ଓକିଲ ସିଙ୍ଘଭିଙ୍କୁ ପଚାରିଥିଲେ ‘ଆପଣ ଯାହା କହିଳେ, ଆମେ ତାହା କହିଥିଲୁ କି? ଏହାର ଉତ୍ତରରେ ସିଙ୍ଘଭି କହିଥିଲେ  ‘ରାହୁଲ ଗାନ୍ଧି ନିଜର ଭୁଲ ମାନିବା ସହ ଏଥିପାଇଁ କ୍ଷମା ମାଗିଛନ୍ତି। ଉଲ୍ଲେଖନୀୟ ଯେ, ପ୍ରଥମ ଥର ପାଇଁ ରାହୁଲଙ୍କ ଓକିଲ କୋର୍ଟରେ କ୍ଷମା ଶବ୍ଦର ବ୍ୟବହାର କରିଛନ୍ତି। ସିଙ୍ଘଭି କହିଛନ୍ତି ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାହୁଲ ’ଚୌକିଦାର ଚୋର ହେ’ ମନ୍ତବ୍ୟ ଦେବା ଭୁଲ ଥିଲା, ତେଣୁ ସେ କ୍ଷମା ମାଗିଛନ୍ତି। ଆସନ୍ତା ସୋମବାର ଏ ସମ୍ପର୍କରେ ଆଉ ଏକ ଆଡିସନାଲ ସତ୍ୟପାଠ ଦାଖଲ କରିବୁ ଯେଉଁଥିରେ ଆମେ ‘କ୍ଷମା’ ଶବ୍ଦର ବ୍ୟବହାର କରିବାକୁ ବୋଲି କହିଛନ୍ତି ସିଙ୍ଘଭି।

   ସମ୍ବନ୍ଧିତ ଖବର


୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍

ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌