PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆସୁଛି ବଡ଼ଦିନ: ଯୀଶୁଙ୍କୁ ସ୍ୱାଗତ କରିବାକୁ ରାଜଧାନୀରେ ପ୍ରସ୍ତୁତି ଆରମ୍ଭ,ଚାହିଦାରେ ମ୍ୟୁଜିକାଲ ସାନ୍ତାକ୍ଲଜ୍‌

ଭୁବନେଶ୍ୱର ୧୪/୧୨: ଆସୁଛି ବଡ଼ ଦିନ । ଯୀଶୁଖ୍ରୀଷ୍ଟଙ୍କୁ ସ୍ୱାଗତ କରିବା ପାଇଁ ଆରମ୍ଭ ହେଲାଣି କାର୍ଯ୍ୟକ୍ରମ । ଚର୍ଚ୍ଚଠାରୁ ଆରମ୍ଭ କରି ସୋ’ରୁମ୍‌ ଯାଏ ସବୁଠି ପ୍ରସ୍ତୁତିର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଦେଲେଣି । ଖ୍ରୀଷ୍ଟମାସ୍‌ ଅବସରରେ ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଲାଣି । ସତ୍ୟନଗର, ୟୁନିଟ୍‌-୧, ସିଆରପି ଓ ବରମୁଣ୍ଡା ପରି ସହରର ବିଭିନ୍ନ ସ୍ଥାନରେ ଯୀଶୁଙ୍କ ପ୍ରତିମୂର୍ତ୍ତି ସହିତ, ଟୋପି, ମୁଖା, ପୋଷାକ, ଖ୍ରୀଷ୍ଟମାସ ଟ୍ରି ପରି ଅନେକ ସାମଗ୍ରୀ ବିକ୍ରି ହେଉଛି । ଦିନ ଯେତେ ଗଡ଼ୁଛି ଲୋକଙ୍କ ଗହଳି ମଧ୍ୟ ବଢ଼ି ବଢ଼ି ଯାଉଛି ।

ଚଳିତ ବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ମ୍ୟୁଜିକାଲ ସାନ୍ତାକ୍ଲଜ୍‌। ଯାହାର ଚାହିଦା ବହୁ ଅଧିକ ରହିଛି। ଘରେ ଓ ଅଫିସରେ ରଖିବା ପାଇଁ ଏହା ଲୋକଙ୍କ ଭାରି ପସନ୍ଦ ହେଉଛି । ଯାହାର ଦାମ୍‌ ୧୧୦ରୁ ଆରମ୍ଭ ହୋଇ ୧୨୦୦ ରହିଛି। ତା’ସହିତ ଯୀଶୁଙ୍କ ପାଇଁ ହାତ ତିଆରି ଘରର ଚାହିଦା ମଧ୍ୟ ବହୁ ଅଧିକ ରହିଛି ବୋଲି କୁହନ୍ତି, ସତ୍ୟନଗରରେ ଦୋକାନ ପକାଇଥିବା ଅଶୋକ କୁମାର ସାହୁ। ତାଙ୍କ କହିବାନୁସାରେ ଏଥର ବାଉଁଶ, କୁଟା, ନଡ଼ିଆ କତା ଓ କାଠିରେ ଘର ହାତରେ ତିଆରି କରାଯାଇଛି। ଯେଉଁଥିରେ ଯୀଶୁଙ୍କ ଜନ୍ମ ସମୟର ଯେଉଁମାନେ ଥିଲେ ତାଙ୍କୁ ସଜା ଯାଇଛି। ଏହାର ମୂଲ୍ୟ ୧୨୦୦ ଟଙ୍କା ରହିଛି। ଏହି ହାତ ତିଆରି ଯୀଶୁଙ୍କ ଘରର ଚାହିଦା ବହୁ ଅଧିକ ରହିଛି । ଏହାକୁ ଘରେ ରଖିଲେ ଯୀଶୁ ସବୁବେଳେ ପ୍ରସନ୍ନ ରହିବେ ବୋଲି କିଛି ଲୋକଙ୍କ ଧାରଣା ରହିଛି ।

ଖ୍ରୀଷ୍ଟମାସ ଓ ନୂଆବର୍ଷ କିଛି ଦିନ ଅନ୍ତରରେ ପଡ଼ୁଥିବାରୁ ଏହି ସାମଗ୍ରୀ ବିକ୍ରିବଟା ଅଧିକ ହେଉଛି । ଷ୍ଟାର ଓ ଲାଇଟିଙ୍ଗ ଷ୍ଟାର ୨୦ ଟଙ୍କାରୁ ୭୫୦ଟଙ୍କା, ସାନ୍ଥା ୧୦ରୁ ୧୨ ହଜାର, ବଲ ଓ ବେଲ୍‌ ୫୦ରୁ ୫୦୦ଟଙ୍କା, ସାନ୍ତା ଟ୍ରି ୧ଫୁଟ୍‌ ରୁ ୧୦ ଫୁଟ୍‌ ଉଚ୍ଚତାର ମିଳୁଛ । ସେହିପରି ଟେବୁଲ ଟ୍ରି ୧୦ରୁ ୫୦ଟଙ୍କା, ସାନ୍ତାର ଡ୍ରେସ ୧୨୦ରୁ ୧୫୦୦ଟଙ୍କା, ସାନ୍ତାକ୍ଲଜ୍‌ କ୍ୟାପ୍‌ ୩୦ରୁ ୧୫୦ଟଙ୍କା, ଘର ସଜାଇବା ପାଇଁ ଝୁମର ୧୨୦ରୁ ଆରମ୍ଭ, ଘରର କାଚ ଗ୍ଲାସ, କାଠ ଡୋର୍‌ରେ ଲାଗାଇବା ପାଇଁ ସାନ୍ତା ଷ୍ଟିକର ମିଳୁଛି । ଘର ସାଜସଜ୍ଜା ପାଇଁ ରେଡ୍‌ ୱାଇନ୍‌ ଜରିମାଳ, ବଲ୍‌ ଷ୍ଟାର ପରି ବିଭିନ୍ନ ରଙ୍ଗବେରଙ୍ଗର ଜରିମାଳ ବିକ୍ରି ହେଉଛି । ଗୋଆରୁ କ୍ରିପ୍‌ ସେଟ୍‌ ଆସିଛି । ସେହିପରି କୋଲକାତା, ଗୋଆ, କେରଳରୁ ଏହି ସବୁ ସାମଗ୍ରୀ ଅଣାଯାଇଛି । ଚଳିତ ବର୍ଷ ଭଲ ବେପାର ଆଶା ରହିଛି ବୋଲି କୁହନ୍ତି ଅଶୋକ । କାରଣ ଗତବର୍ଷ ମଧ୍ୟ ଭଲ ବେପାର ହୋଇଥିଲା । ଏଥର ତା’ଠାରୁ ଅଧିକ ବେପାର ହେବ । ଚଳିତବର୍ଷ ୧୦ରୁ ୧୫ଲକ୍ଷ ଟଙ୍କାର ଜିନିଷ ଅଣାଯାଇଛି ।

ଖ୍ରୀଷ୍ଟମାସ୍‌ ସାମଗ୍ରୀ କିଣିବାକୁ ଆସିଥିବା ପିଆଲି ପମାଲି କୁହନ୍ତି, ଆମେ ଖ୍ରୀଷ୍ଟମାସ୍‌ ଓ ନୂଆବର୍ଷ ପାଇଁ ସୋ’ରୁମ୍‌ ସଜାଇବୁ । ସେଥିପାଇଁ ଅନ୍‌ଲାଇନ ଓ ଅଫ୍‌ଲାଇନରେ ଘର ସଜାଇବା ପାଇଁ ନୂଆ ଜିନିଷ ଅର୍ଡର କରୁଛୁ । ଅନ୍‌ଲାଇନରେ ଟ୍ୟାକ୍ସ ଅଧିକ ଥିବା ବେଳେ ଦୋକାନରେ ସେହି ଅସୁବିଧା ନାହିଁ । ସେଥିପାଇଁ ଘର ସଜାଇବା ଓ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଯାହା ଦରକାର ସବୁ କିଣୁଛୁ ।