PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ପ୍ରଥମେ ପାସ୍ ପରେ କରିଦେଲେ ଫେଲ୍, ଉଚିତ୍ ମୂଲ୍ୟାୟନ ଦାବିରେ ସିଏଚ୍ଏସ୍‌ଇ ଅଫିସ୍ ଆଗରେ ହାତ କାଟିଲେ ଛାତ୍ରୀ…

ଭୁବନେଶ୍ୱର ୨୦/୦୯: ପ୍ରଥମେ ପାସ୍ ପରେ କରିଦେଲେ ଫେଲ୍। ଉଚିତ୍ ମୂଲ୍ୟାୟନ ଦାବିରେ ହାତି କାଟିଲେ ଛାତ୍ରୀ। ଭୁବନେଶ୍ବର ସିଏଚ୍ଏସ୍‌ଇ ଅଫିସ୍ ସାମ୍ନାରେ ହାତ କାଟିବା ସହ ପ୍ରତିବାଦ କଲେ ଛାତ୍ରୀ। ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପଆଉଟ ଛାତ୍ରୀ ଜଣକ ହାତ କାଟିଥିବା ଜଣାପଡିଛି। ଦଶମ ନମ୍ବର ଆଧାରରେ ଯୁକ୍ତ ୨ ମୂଲ୍ୟାୟନ ଦାବିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କଟିବା ସହ ଦାବି ପୂରଣ ନହେବା ଯାଏଁ ଡାକ୍ତରଖାନାକୁ ଯିବେ ନାହିଁ ବୋଲି ଅଡ଼ି ବସିଥିଲେ। ତାଙ୍କୁ ପୋଲିସ କର୍ମଚାରୀ ମାନେ ହସ୍ପିଟାଲ୍ ନେବା ଛାତ୍ରୀ ଜଣଙ୍କୁ ବୁଝାଇଥିଲେ ମଧ୍ୟ ଶୁଣିନଥିଲେ। ଯୁବତୀ ଜଣକ ହାତରେ ବ୍ଲେଡ ଧରିଥିବାରୁ ତାଙ୍କୁ ହଠାତ୍ କେହି ଧରିନଥିଲେ। ପରେ କଳେବଳେ କୌଶଳରେ ଛାତ୍ରୀ ପୋଲିସ କର୍ମଚାରୀ କାବୁ କରିବାରେ ସକ୍ଷମ ହୋଇଥିଲେ। ଛାତ୍ରୀ ଜଣକ ପାପୁଲି କଟିଯାଇଥିବା ଜଣାପଡିଛି।

ସୂଚନା ମୁତାବିକ,ସୋମବାର ମଧ୍ୟାହ୍ନ ୧୨ଟା ସମୟରେ ଜଣେ ଯୁକ୍ତ ୨ରୁ ଛାତ୍ରୀ ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣିବା ସହ ସିଏଚ୍‌ଏସ୍‌ସି ଅଫିସ ଆଗରେ ହାତ କଟିଦେଇଥିଲେ। ଦଶମ ମାର୍କ ଆଧାରରେ ମୂଲ୍ୟାଙ୍କନ କରିବାକୁ ଦାବି କରିଥିଲେ । ଏହା ସହିତ ଅଫଲାଇନ୍‌ ପରୀକ୍ଷାକୁ ବାତିଲ କରିବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କୌଣସି ଦାବି ପୂରଣ ନହେବା ଅଭିଯୋଗରେ ଛାତ୍ରୀଜଣଙ୍କ CHSE ଅଫିସରେ ସମ୍ମୁଖରେ ହାତ କାଟିଛନ୍ତି । ଏବଂ ତାଙ୍କ ସମ୍ମୁଖରେ ସିଏଚ୍ଏସ୍‌ଇ କତ୍ତୃପକ୍ଷକୁ ଉପସ୍ଥିତ ହେବା ଦାବି କରି ବ୍ଲେଡ଼ରେ ହାତ କାଟି ଆତ୍ମଆହୁତୀ ଉଦ୍ୟମ କରିବା ସହ ଅଧ ଘଣ୍ଟା ଯାଏଁ ପ୍ରତିବାଦ କରିଥିଲେ। ସେ ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।