PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ପିଉସୀ ପୁଅ ଭାଇ କଲା ଦୁଷ୍କର୍ମ, ଏହାପରେ ଭିଡିଓ ତିଆରି କରି କରୁଥିଲା ବ୍ଲାକମେଲ୍

ଚୁରୁ,୨୨।୧୨: ରାଜସ୍ଥାନର ଚୁରୁ ଜିଲ୍ଲାରେ ପିଉସୀ ପୁଅ ଭାଇ ନିଜର ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଥିବା ମାମଲା ସାମନାକୁ ଆସିଛି। ଅଭିଯୋଗ ହେଉଛି ଯେ, ଦୁଷ୍କର୍ମ କରିବା ସମୟର ଭିଡିଓ ତିଆରି କରି ଲଗାତାର  ଭାବରେ ବ୍ଲାକମେଲ କରୁଥିଲା। ପୀଡିତାଙ୍କ ବାପାଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଛି ଓ ପୀଡିତାଙ୍କୁ ମେଡିକାଲ ଟେଷ୍ଟ ପାଇଁ ପଠାଯାଇଛି।

ପୀଡିତାଙ୍କ ବାପାଙ୍କର କହିବା ଅନୁସାରେ, ସେ ନିଜର ଶଶ୍ବୁରଘର ରାମଗଢ ଶେଖାଓ୍ବାଟିରେ ରହି କାମ କରନ୍ତି। ୪ ଅଗଷ୍ଟ ୨୦୧୯ରେ ସୁରତଗଢ, ଶ୍ରୀଗଙ୍ଗାନଗରରେ ରହୁଥିବା  ଭଣଜା ତାଙ୍କ ଘରକୁ ଆସି ୪-୫ ଦିନ ରହିବା କଥା କହିଥିଲା। ଏହି ସମୟରେ ସେ ନାବାଳିକା ଝିଅ ସହିତ ଦୁଷ୍କର୍ମ କରି ଏହାର ଭିଡିଓ ତିଆରି କରିଥିଲା।

ପୀଡିତାଙ୍କ କହିବା ଅନୁସାରେ, ଅଭିଯୁକ୍ତ ପିଉସୀ ପୁଅ ଭିଡିଓ ଭାଇରାଲ କରିବାର ଧମକ ଦେଉଥିଲା। ଭୟରେ ଓ ବଦନାମ ହେବା କାରଣରୁ ସେ କାହାକୁ କିଛି କହିନଥିଲେ। ଅଭିଯୁକ୍ତ ଜଣକ ତାଙ୍କୁ ବ୍ଲାକମେଲ କରି ୧୦ ହଜାର ଟଙ୍କା ନେଇସାରିଥିଲା। କେବଳ ସେତିକି ନୁହେଁ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଶେଷରେ ଏଥିରେ ଅତିଷ୍ଟ ହୋଇ ପୀଡିତା ଜଣକ  ଘର ଲୋକଙ୍କୁ ଏବିଷୟରେ ସୂଚନା ଦେଇଥିଲେ। ପରିବାର ଲୋକ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିବା ପରେ ତଦନ୍ତ ଜାରି ରହିଛି।