ସେଲୁନ୍‌ରେ ଚୁଟି କାଟୁଥିବା ଲୋକକୁ ଗୁଳି ମାରୁଥିବା ବେଳେ ଚୁଟି କଟାଳୀ ଓ କାଟୁଥିବା ବ୍ୟକ୍ତିଙ୍କର ମୃତ୍ୟୁ

ଗୋଡ୍ଡା – ଝାଡଖଣ୍ଡର ଗୋଡାରେ ଅପରାଧୀମାନେ ଚୁଟି କାଟୁଥିବା ଜଣେ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟାକରିଛନ୍ତି । ଏହି ସମୟରେ ଚୁଟି କଟଳୀଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।
ପୁଲିସର ସୂଚନା ଅନୁଯାୟୀ ଚୁଟି କଟାଳୀ ଏହି ଗୁଳି ମାଡରେ ଗୁରୁତର ହୋଇଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ପୁଲିସ ଏହି ଘଟଣାରେ ସାମିଲ ଅପରାଧୀମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି । ବିନୟ ପାଶବାନ ନାମକ ଯୁବକ ଚୁଟି କାଟିବା ପାଇଁ ନିଜ ଘର ପାଖରେ ଥିବା ଏକ ସେଲୁନ୍‌କୁ ଯାଇଥିଲା । ତାଙ୍କ ସହ ପୂର୍ବ ଶତ୍ରୁତା ଥିବା କିଛି ଯୁବକ ସେଠାକୁ ଆସିଥିଲେ । କେହି କିଛି ବୁଝିବା ପର୍ବରୁ ଅପରାଧୀମାନେ ବିନୟକୁ ଗୁଳି କରି ହତ୍ୟାକରିଥିଲେ । ଏଥିରେ ସେଲୁନ୍‌ ମାଲିକ ଗୁରୁତର ହୋଇଥିଲେ । ପରେ ସେହି ସ୍ଥା ତାଙ୍କର ମୃତ୍ୟୁ ହୋଇଥିଲ ।

ପରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହି ଦୁଇ ଜଣଙ୍କ ଡାକ୍ତରଖାନା ସ୍ଥାନାନ୍ତରିତ କରିଥିଲା । ଡାକ୍ତର ବିନୟକୁ ମୃତ ଘୋଷଣା କରିବା ପରେ ସେଲୁନ୍‌ ମାଲିକ ନିରଞ୍ଜନ ଠାକୁରର ଚିକିତ୍ସା ଆରମ୍ଭ କରିଥିଲେ । ତାହାର ଗୁରୁତର ଅବସ୍ଥା ଥିବାରୁ ପାଟଣା ସ୍ଥାନାନ୍ତର କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ତିନିଜଣ ସମ୍ପୃକ୍ତଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏହି ଘଟଣାପରେ ଅପରାଧୀମାନେ ଏକ ବାଇକ୍‌ରେ ସେଠାରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି ।

   ସମ୍ବନ୍ଧିତ ଖବର


ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଚନ୍ଦ୍ରରେ 4G ନେଟଓ୍ୱର୍କ ସ୍ଥାପନ କରିବ ନୋକିଆ- ନାସାଠାରୁ ପାଇଁ ୧୪.୧ ମିଲିୟନ ୟୁଏସ୍‌ ଡଲାର ଅର୍ଡର ପାଇଲା

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ

ବର୍ଷେ ହେବ ଝିଅ ନିଖୋଜ, ସନ୍ଧାନ ପାଉନି ପୋଲିସ, ମୃତ କୁ ଜୀବିତ ସେ ନେଇ ଚିନ୍ତାରେ ପରିବାର