ଖୁବଶୀଘ୍ର ପାନ ମସଲା-ସିଗାରେଟ୍ ହୋଇପାରେ ମହଙ୍ଗା, ଜିଏସଟି କାଉନସିଲ୍‌ର ୪୧ ତମ ବୈଠକରେ ନିଆଯାଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ ୧୯/୮: ଗୁଡ୍ସ ଆଣ୍ଡ୍ ସର୍ଭିସେଜ୍ ଟ୍ୟାକ୍ସ(GST-Goods and Service Tax) କାଉନସିଲର ୪୧ ତମ ବୈଠକ ୨୭ ଅଗଷ୍ଟରେ ହୋଇପାରେ । ଜିଏସଟି କାଉନସିଲର ଏହି ବୈଠକର ଏକମାତ୍ର ଏଜେଣ୍ଡା କମ୍ପନସେଶନ ଆବଶ୍ୟକତାକୁ ପୂରା କରିବାର ଉପାୟ ଉପରେ ରହିବ । ଏହା ବ୍ୟତୀତ ବୈଠକରେ କମ୍ପନ୍ସେସନ ଫଣ୍ଡକୁ ବଢାଇବା ପାଇଁ ୩ଟି ପ୍ରସ୍ତାବ ଉପରେ ମଧ୍ୟ ଚର୍ଚ୍ଚାର ସମ୍ଭାବନା ରହିଛି । ସୂଚନା ଅନୁସାରେ ଜିଏସଟି କାଉନସିଲର ବୈଠକରେ କିଛି ରାଜ୍ୟ ଦ୍ୱାରା ଅହିତକର ସାମଗ୍ରୀ ଅର୍ଥାତ୍ ସିନ୍ ଗୁଡ୍ସ(Sin Goods) ରେ ସେସ ବଢାଇବା ପ୍ରସ୍ତାବ ଉପରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ସିନ୍ ଗୁଡ୍ସରେ ସେସ୍ ବଢାଇବା ପ୍ରସ୍ତାବ ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ ପଞ୍ଜାବ, ଛତିଶଗଡ, ବିହାର, ଗୋଆ, ଦିଲ୍ଲୀ ସାମିଲ । ଯଦି ଏମିତି ହୁଏ ତେବେ ସିଗାରେଟ୍, ପାନ୍ ମସଲା ଆଦି ମହଙ୍ଗା ହୋଇଯିବ ।

ବର୍ତ୍ତମାନର ଜିଏସଟି ରେଟ୍ ଷ୍ଟ୍ରକ୍ଚର ଅନୁସାରେ କିଛି ସିନ୍ ଗୁଡ୍ସ, ଯେଉଁଥିରେ ସିଗାରେଟ୍, ପାନ ମସାଲା  ଓ ଏରେଟେଡ୍ ପେୟ ସାମିଲ । ଏଥିରେ ସେସ୍ ଲାଗେ । ସିନ୍ ଗୁଡ୍ସ ବ୍ୟତୀତ କାର୍ ଭଳି ବିଳାସପୂର୍ଣ୍ଣ ପ୍ରଡକ୍ଟ ଉପରେ ମଧ୍ୟ ସେସ୍ ଲଗାଯିବ । ବର୍ତ୍ତମାନ ସମୟରେ ପାନ ମସଲାରେ ୧୦୦ ପ୍ରତିଶତ ସେସ୍ ଲଗାଯାଉଛି ଏବଂ ସେସ୍ ନିୟମ ଅନୁସାରେ ସର୍ବାଧିକ ୧୩୦ ପ୍ରତିଶତ ପର୍ଯ୍ୟନ୍ତ ସେସ୍ ବୃଦ୍ଧି କରିହେବ । ଏହାର ଅର୍ଥ ଜିଏସଟି କାଉନସିଲ୍ ଯଦି ଏହି ନିଷ୍ପତ୍ତି ନେଉଛି ତେବେ ପାନ ମସଲାରେ ୩୦ ପ୍ରତିଶତ ସେସ୍ ଦର ବଢିଯିବ । ସେହିଭଳି  ଏରେଟେଡ୍ ପେୟରେ ୧୨ ପ୍ରତିଶତ ସେସ୍ ଲାଗିଥାଏ । ଏବଂ ଆଇନ ଅନୁସାରେ ସେସ୍ ଲଗାଇବାର ସର୍ବାଧିକ ସୀମା ୧୫ ପ୍ରତିଶତ । ଏଥିପାଇଁ ଯଦି କାଉନସିଲ୍ ନିଷ୍ପତ୍ତି ନେବ ତେବେ ୩ ପ୍ରତିଶତ ଅତିରିକ୍ତ ସେସ୍ ଯୋଡାଯାଇପାରେ ।

   ସମ୍ବନ୍ଧିତ ଖବର


ଚର୍ଚ୍ଚରେ ରହିଛି ୪୫୦ ବର୍ଷ ପୂର୍ବର ମୃତଦେହ; ପାଦରେ ଛୁଞ୍ଚି ମାରିଲେ ବାହାରୁଚି ରକ୍ତ, ଅନେକ ଦିବ୍ୟଶକ୍ତି ରହିଥିବା ବିଶ୍ବାସ…

ପାକିସ୍ତାନର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ନିଶା, କେବେ ଦିନେ ରାସ୍ତା କଡରେ ଭିକ ମାଗୁଥିଲେ ଆଜି ବିଶ୍ବ ପାଇଁ ଉଦାହରଣ

ଆଜି ୩ଟି କରୋନା ଭ୍ୟାକସିନ ପ୍ରସ୍ତୁତି ସେଣ୍ଟର ବୁଲିବେ ପ୍ରଧାନମନ୍ତ୍ରୀ; ଅହମଦାବାଦ, ପୁଣେ ଓ ହାଇଦ୍ରାବାଦରେ କରିବେ ସମୀକ୍ଷା…

ଏହି ଦେଶର ରାଷ୍ଟ୍ରପତିଙ୍କ ଅଜବ ଯୁକ୍ତି; “ଆମକୁ ଆବଶ୍ୟକ ନାହିଁ କରୋନା ଭ୍ୟାକ୍‌ସିନ, କେବଳ ମୋ କୁକୁରକୁ ଦରକାର”…

ବାଇକକୁ ଧକ୍କା ଦେଇ ହଠାତ୍ ମଝି ରାସ୍ତରେ ହୁତୁ ହୁତୁ ଜଳିଗଲା ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର