ନେତାଙ୍କୁ ଭେଟିବା ପାଇଁ ଉତ୍ସାହିତ ଥିଲେ କର୍ମୀ, ଅଚାନକ ଲାଠି ଚାର୍ଜ କଲା ସିଆଇଏସଏଫ୍

source:zeenews.india.com
ନୁଆଦିଲ୍ଲୀ ୪/୪: ଆନ୍ଧ୍ର ପ୍ରଦେଶର ମିଲାୱରମରେ ୱାଇଏସଆର କଂଗ୍ରେସ ପାର୍ଟି କର୍ମୀଙ୍କ ଉପରେ ଲାଠିଚାର୍ଜ କଲା ସିଆଇଏସଏଫ । ଘଟଣାଟି କିଛି ଏମିତି ଥିଲା । ବୁଧବାର ମାୟଲାୱରମରେ ୱାଇଏସ୍ କଂଗ୍ରେସ ପ୍ରମୁଖ ଜଗମୋହନ ରେଡ୍ଡିଙ୍କ ସଭା ଥିଲା । ରେଡ୍ଡିଙ୍କ ସଭା ଶେଷ ହେବାପରେ ପାର୍ଟିର କର୍ମୀ ତାଙ୍କ ପଛରେ ଦୋଡିବାକୁ ଲାଗିଲେ । ଯାହା ଫଳରେ କର୍ମୀଙ୍କୁ ରୋକିବା ପାଇଁ ସିଆରପିଏଫକୁ ଲାଠିଚାର୍ଜ କରିବାକୁ ପଡିଲା ।
#WATCH CISF personnel lathicharge YSRCP workers in Mylavaram who were running behind YSRCP chief Jaganmohan Reddy's convoy after his public meeting concluded. #AndhraPradesh (03.04.19) pic.twitter.com/WApB5qd7Vq
— ANI (@ANI) April 4, 2019
ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ କେମିତି ମାତ୍ର କିଛି କ୍ଷଣ ମଧ୍ଯରେ କର୍ମୀମାନେ ତାଙ୍କ ନେତାଙ୍କୁ ଦେଖିବା ପାଇଁ ପାଗଳ ହେଉଛନ୍ତି ଏବଂ ସିଆରପିଏଫ ଯବାନ ସେମାନଙ୍କୁ କାବୁ କରିବା ପାଇଁ ଲାଠିଚାର୍ଜ କରୁଛି । ସୂଚନା ଅନୁସାରେ ଏମାନେ ସମସ୍ତେ ରେଡ୍ଡିଙ୍କୁ ଦେଖା କରିବାକୁ ଚାହୁଁଥିଲେ ।
ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏପର୍ଯ୍ୟନ୍ତ ୱାଇଏସଆର କଂଗ୍ରେସ ପ୍ରମୁଖ ଜଗମୋହନ ରେଡ୍ଡିଙ୍କ ତରଫରୁ କିଛି ବୟାନ ଆସନି । କହିରଖୁଛୁ ଆନ୍ଧ୍ରପ୍ରଦେଶରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ହେବ । ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ସିଟ୍ ଓ ତେଲେଙ୍ଗାନାର ୧୭ ଲୋକସଭା ସିଟରେ ୧୧ ଏପ୍ରିଲରେ ମତଦାନ ହେବ ।