କଂଗ୍ରେସ ଓ ପାକିସ୍ତାନୀ ନେତାଙ୍କ ବୟାନ ଭିନ୍ନ ନୁହେଁ: ଅମିତ ଶାହ

ନୂଆଦିଲ୍ଲୀ, ୧୧|୧୨:  ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ପାରିତ ହେବା ପରେ ଆଜି ରାଜ୍ୟସଭାରେ ଏହା ଆଗତ ହୋଇଛି। ଯାହାକୁ ନେଇ ରାଜ୍ୟସଭାରେ ଝଡ ସୃଷ୍ଟି ହୋଇଛି। ଆଜି ଦିନସାରା ଏହି ବିଲକୁ ନେଇ ଗୃହରେ ଆଲୋଚନା ଜାରି ରହିଛି। ଗୃହମନ୍ତ୍ରୀ ଅମିତ ଶାହ ଏହି ବିଲ୍ ବାବଦରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି।

ବିରୋଧୀଙ୍କୁ ଟାର୍ଗେଟ୍ କରି ଅମିତ କହିଛନ୍ତି, ଦେଶ ବିଭାଜନ କାରଣରୁ ଏହି ବିଲର ଆବଶ୍ୟକତା ପଡିଛି। ଯଦି ଏହି ବିଲ୍ ୫୦ ବର୍ଷ ପୂର୍ବରୁ ଆସିଥାନ୍ତା ତେବେ ଆଜି ସ୍ଥିତି ଗମ୍ଭୀର ହୋଇନଥାନ୍ତା। ଧର୍ମ ଆଧାରରେ ବିଭାଜନ ସବୁଠାରୁ ବଡ ଭୁଲ ଅଟେ। ଏଥିରୁ ଜନ୍ମ ନେଇଥିବା ବିଭିନ୍ନ ପ୍ରସଙ୍ଗକୁ ପୂର୍ବ ସରକାର ସମାଧାନ କରିନଥିଲା।  ପୂର୍ବରୁ ଶ୍ରୀଲଙ୍କାରୁ ଆସିଥିବା ତାମିଲଙ୍କ ପାଇଁ ଆଇନ ପ୍ରସ୍ତୁତ ହେଲା। ଏବେ ଅନ୍ୟ ତିନୋଟି ଦେଶରେ ଉତ୍ପୀଡନ ହେଉଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କ ପାଇଁ ଆଇନ କରାଯିବ। ଉତ୍ପୀଡନର ଶିକାର ମୁସଲିମଙ୍କୁ ନାଗରିକତା ପ୍ରଦାନ କରିବା ପାଇଁ ଆଇନରେ ବ୍ୟବସ୍ଥା ଅଛି। ଏଥିରେ ୫୬୬ଜଣ ମୁସଲମାନଙ୍କୁ ଲାଭ ମିଳିଛି।

ଶାହ ଆହୁରି କହିଛନ୍ତି ଯେ, ନେହେରୁ-ଲିୟାକତ ରାଜିନାମାକୁ କେନ୍ଦ୍ର କରି ସଂଖ୍ୟାଲଘୁଙ୍କୁ ସମାନତା ଦିଆଯିବା ବାବଦରେ କୁହାଯାଉଛି। ସେମାନଙ୍କୁ ଅନ୍ୟ ଦେଶରେ ନିର୍ବାଚନ ଲଢିବା ପାଇଁ ଦିଆଯାଉ ନାହିଁ। ଅତ୍ୟାଚାର କରାଯାଉଛି। କଂଗ୍ରେସ ଓ ପାକିସ୍ତାନ କଥାରେ କୌଣସି ପୃଥକତା ନାହିଁ। କାଲି ଇମରାନ ଖାନ ଯାହା କହୁଥିଲେ, ଆଜି କଂଗ୍ରେସ ତାହା କହୁଛି। ସର୍ଜିକାଲ ଷ୍ଟ୍ରାଇକ ଓ ଅନୁଚ୍ଛେଦ ୩୭୦କୁ ନେଇ ପାକିସ୍ତାନ ଓ କଂଗ୍ରେସର ବୟାନ ଗୋଟିଏ ଥିଲା। ଏହି ବିଧେୟକ କାହାର ନାଗରିକତା ଛଡାଇବ ନାହିଁ ବରଂ ଅନ୍ୟ ଧର୍ମର ଅତ୍ୟାଚାରିତଙ୍କୁ ଭାରତର ନାଗରିକତା ମିଳିବ ବୋଲି ଶାହ କହିଛନ୍ତି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା