ଝୁମ୍ପୁଡି ଘର ଉପରେ ପଡିନଯାଉ ଟ୍ରମ୍ପଙ୍କ ନଜର! ଲୁଚାଇବାକୁ ଚାଲିଛି କାନ୍ଥ ତିଆରି

ନୂଆଦିଲ୍ଲୀ,୧୩।୨:  ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ। ଭାରତ ଗସ୍ତ ପାଇଁ ଆସିବା ସମୟରେ ଟ୍ରମ୍ପ ଗୁଜୁରାଟର ଅହମ୍ମଦାବାଦ ଗସ୍ତରେ ଯିବେ। ତେଣୁ ନଗର ନିଗମ ପକ୍ଷରୁ ଏବେ ଇନ୍ଦିରା ବ୍ରିଜରୁ ସର୍ଦାର ବହ୍ଲଭ ଭାଇ ପଟ୍ଟେଲ ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ଯୋଡୁଥିବା ରାସ୍ତା କଡରେ ଥିବା ଝୁମ୍ପୁଡି ଘର ଗୁଡିକ ଆଗରେ ଇଟାର କାନ୍ଥ ତିଆରି କରାଯାଉଛି। ଏଭଳି କରିବାର ମୁଖ୍ୟକାରଣ ହେଉଛି ଟ୍ରମ୍ପ ଏହି ବାଟ ଦେଇ ଗଲେ ତାଙ୍କୁ ଯେପରି ଝୁମ୍ପୁଡି ଘର ଦେଖାନଯିବ।

ଅହମ୍ମଦାବାଦ ନଗର ନିଗମର ମେୟର ବିଜଲ ପଟେଲଙ୍କ କହିବା ଅନୁସାରେ, ମୁଁ ଏସବୁ ଦେଖିନାହିଁ କିମ୍ବା ଏ ବିଷୟରେ କିଛି ସୂଚନା ନାହିଁ। ଉଲ୍ଲେଖନୀୟ ଯେ, ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣରେ ୨୪ ଓ ୨୫ ଫେବୃଆରୀରେ ଦୁଇ ଦିବସୀୟ ଭାରତ ଗସ୍ତରେ ଆସିବେ।

ଆମେରିକା ରାଷ୍ଟ୍ରପତି ଗୁଜରାଟର ଅହମ୍ମଦାବାଦ ଯିବେ ଓ ସେଠାରେ ଏକ ଷ୍ଟାଡିୟମରେ ମୋଦିଙ୍କ ସହିତ ଜନସଭାକୁ ସମ୍ବୋଧନ କରିବେ। ଦୁଇ ନେତା ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିମୟରେ ମିଳିତ ସମ୍ବୋଧନ କାର୍ଯ୍ୟକ୍ରମରେ  ଯୋଗ ଦେବେ। ଯେଉଁଠି ୧ ଲକ୍ଷ ୧୦ ହଜାର ଲୋକ ବସିବାର କ୍ଷମତା ରହିଛି। ଏହା ଅଷ୍ଟେ୍ରଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡଠାରୁ ମଧ୍ୟ ବଡ, ଯେଉଁଥିରେ କେବଳ ୧,୦୦,୦୨୪ ଲୋକ ବସିବାର କ୍ଷମତା ରହିଛି।

   ସମ୍ବନ୍ଧିତ ଖବର


କରୋନା ଯୋଗୁଁ ମହଙ୍ଗା ହେବ ଟିଭି-ଫ୍ରିଜ୍ ସମେତ ଏହି ସବୁ ସାମଗ୍ରୀ

ବଢୁଛି ଅଶୋଧିତ ତୈଳ ଦର, ଜାଣନ୍ତୁ ଦେଶରେ ଆଜି ପେଟ୍ରୋଲ-ଡିଜେଲର ଦାମ

କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ