ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ସୁପ୍ରିମ୍ କୋର୍ଟରେ ଅଯୋଧ୍ୟା ମାମଲାର ରାୟ ଶୁଣାଣି ଆରମ୍ଭ : ମୁସଲମାନମାନଙ୍କୁ ଅଲଗା ସ୍ଥାନ ଦେବା ଲାଗି ନିର୍ଦ୍ଦେଶ ଦେଲେ ସିଜେଆଇ

ନୂଆଦିଲ୍ଲୀ ୯।୧୧: ସୁପ୍ରିମ୍‌ କୋର୍ଟର ୧ ନମ୍ବର କୋର୍ଟରେ ରାମ ଜନ୍ମଭୂମୀ- ବାବ୍ରି ମସ୍‌ଜିଦ୍‌ ଜମି ବିବାଦର ରାୟ ଶୁଣାଣି ଆରମ୍ଭ କରିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ଏବେ ସୁପ୍ରିମକୋର୍ଟରେ ଆଜି ଅଯୋଧ୍ୟା ମାମଲାରେ ରାୟ ଶୁଣାଣି ଚାଲିଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ରାୟ ଶୁଣାଉଛନ୍ତି।

ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯିବ ବୋଲି ସିଜେଆଇ ଶୁଣାଣି କରିଛନ୍ତି । ନିର୍ମୋହି ଆଖଡାର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ନିର୍ମୋହି ଆଖଡାର ସେବାୟତ ଅଧିକାର ନାହିଁ । ଖାଲି ଜାଗାରେ ନିର୍ମାଣ ହୋଇନଥିଲା ବାବ୍ରି ମସଜିଦ୍ । ରିପୋର୍ଟରେ ମନ୍ଦିର କଥା ଉଲ୍ଲେଖ କରିଛନ୍ତି ଏଏସଆଇ । ଏଏସଆଇ ରିପୋର୍ଟରେ ମସଜିଦ କଥା ଉଲ୍ଲେଖ ନାହିଁ । ଆସ୍ଥା ଓ ବିଶ୍ବାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ । ଏଏସଆଇ ରିପୋର୍ଟ ଅନୁଯାୟୀ ଦ୍ବାଦଶ ଶତାଦ୍ବୀରେ ମନ୍ଦିର ପ୍ରତିଷ୍ଠା । ରିପୋର୍ଟ ଅନୁସାରେ ଗମ୍ବୁଜ ତଳେ ରହିଛି ମନ୍ଦିର ।

ଅଯୋଧ୍ୟା ଜମି ବିବାଦ ମାମଲାରେ ଶୁଣାଣି କରୁଥିବା ସାମ୍ବିଧାନିକ ପୀଠରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ ୪ ଅନ୍ୟ ଜଜ ହେଉଛନ୍ତି, ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏସ. ଅବଦୁଲ ନଜିର। ଅଯୋଧ୍ୟା ମାମଲାରେ ନିୟମିତ ଶୁଣାଣି ଲାଗି ତାରିଖ ସ୍ଥିର ହେବା ପରେ ୪୦ ଦିନ ପର୍ଯ୍ୟନ୍ତ ହିନ୍ଦୁ ଓ ମୁସଲିମ ପକ୍ଷ ନିଜ ନିଜର ଦଲିଲ ରଖିଥିଲେ। ସୁପ୍ରିମକୋର୍ଟ ଇତିହାସରେ ଏହା ସବୁଠୁ ବଡ଼ ଦ୍ଵିତୀୟ ଲମ୍ବା ଶୁଣାଣି ଥିଲା ।

ସୂଚନାଯୋଗ୍ୟ ଯେ, ନିର୍ଦ୍ଧାରିତ ସମୟ ଶନିବାର ପୂର୍ବାହ୍ନ ୧୦: ୩୦ ସମୟରେ ରାୟ ଶୁଣାଣି ଆରମ୍ଭ ହୋଇଥିଲା। ଅଯୋଧ୍ୟା ଜମି ବିବାଦ ମାମଲାର ରାୟ ପାଠ କରି ସେ କହିଲେ ଏ ରାୟ ସର୍ବସମ୍ମତ। ସେ କହିଲେ, ଆଇନ ରାଜନୀତି, ଧର୍ମ ଓ ବିଶ୍ୱାସରୁ ପୃଥକ୍‌ ହୋଇ ଊର୍ଦ୍ଧ୍ୱରେ ରହିବ। ସମସ୍ତ ଧର୍ମବିଶ୍ୱସକୁ ନିରାପତ୍ତା ଦେବା ନିମନ୍ତେ ରାଷ୍ଟ୍ର ଦେଇଥିବା ପ୍ରତିଶ୍ରୁତିକୁ ଧର୍ମ ନିରପେକ୍ଷ ଅନୁଷ୍ଠାନ ହିସାବରେ ଅଦାଲତ ସମସ୍ତ ବିଶ୍ୱାସ ଏବଂ ଧର୍ମ ଏବଂ ଉପାସନା ସ୍ଥଳ ଆଇନକୁ ବଜାୟ ରଖିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.