କିଏ କଳାଧନ ରଖୁଥିବା ଆପଣ ଜାଣିଛନ୍ତି କି ? ଏହି ପୋର୍ଟାଲରେ ସରକାରଙ୍କୁ ଜଣାଇଦେଇ ପାଆନ୍ତୁ ୫ କୋଟି ଟଙ୍କା

ନୂଆଦିଲ୍ଲୀ ୧୩/୧: ଏବେ ଟ୍ୟାକ୍ସ ଚୋରି କରୁଥିବା ଲୋକଙ୍କ ଚିନ୍ତା ବଢିବ । କଳାଧନ ରଖୁଥିବା ଲୋକଙ୍କୁ ଜାଲରେ ଫସାଇବା ପାଇଁ ସରକାର ବଡ ପଦକ୍ଷେପ ଉଠାଇଛନ୍ତି । ଆଇଟି ଡିପାର୍ଟମେଣ୍ଟ ଏମିତି ଏକ ଅନଲାଇନ୍ ପୋର୍ଟାଲ ଲଞ୍ଚ୍ କରିଛି ଯାହା ଜରିଆରେ କୌଣସି ବି  ବ୍ୟକ୍ତି ଟ୍ୟାକ୍ସ ଚୋରି କରୁଥିବା ଲୋକ ବିରୁଦ୍ଧରେ ଅଭିଯୋଗ କରିପାରିବ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ(CBDT) କହିଛି କି ତାର ଇ-ଫାଇଲିଂ ପୋର୍ଟାଲ  https://www.incometaxindiaefiling.gov.in  ରେ ସୋମବାର ଟ୍ୟାକ୍ସ ଚୋରି ବା ବେନାମି ସମ୍ପତ୍ତି ହୋଲ୍ଡିଂ ସୂଚନା ଦେବା ସମ୍ବନ୍ଧିତ ଲିଙ୍କ ଚାଲୁ କରିଦିଆଯାଇଛି । ଅଭିଯୋଗ ଯଦି ସଠିକ୍ ହୋଇଥାଏ ତେବେ ଅଭିଯୋଗକାରୀଙ୍କୁ ୫ କୋଟି ଟଙ୍କା ପୁରସ୍କାର ମିଳିବ ।

ଅଭିଯୋଗକାରୀଙ୍କ ତଥ୍ୟ ଗୁପ୍ତ ରଖାଯିବ । ସେମାନଙ୍କୁ କିଛି ବି ଆଧାର ବା ପାନ କାର୍ଡ ଦେବାକୁ ପଡିବନି । ତେବେ ବ୍ୟକ୍ତିକୁ ନିଜ ମୋବାଇଲ ନମ୍ବର ଦେବାକୁ ପଡିବ । କାରଣ ଅଭିଯୋଗ ରେଜିଷ୍ଟର କଲେ ସେହି ନମ୍ବରରେ ଓଟିପି ପଠାଯିବ । ବିନା ଓଟିପିରେ ଅଭିଯୋଗ ପୋର୍ଟଲାରେ ରେଜିଷ୍ଟର ହୋଇପାରିବନି ।

ବର୍ତ୍ତମାନ ଲାଗୁ ଯୋଜନା ଅନୁସାରେ ବେନାମି ସମ୍ପତ୍ତି ମାମଲାରେ ୧ କୋଟି ଟଙ୍କା ଓ ବିଦେଶରେ କଳାଧନ ରଖିବା ସହିତ ଅନ୍ୟ କର ଚୋରି ମାମଲାରେ କିଛି ସର୍ତ୍ତ ସହିତ ୫ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଦିଆଯିବା ନିୟମ ରହିଛି । ଏହି ନୂଆ ସୁବିଧା ଅନୁସାରେ କୌଣସି ବି ବ୍ୟକ୍ତି ବା କେହି ବି ଅଭିଯୋଗ କରିପାରିବ ଏବଂ ପୁରସ୍କାର ନେଇପାରିବ ।