PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଓଡିଶା ଅଭିଭାବକ ମହାସଂଘର ଦାବି : ବେସରକାରୀ ସ୍କୁଲରେ ନାମଲେଖା ପାଇଁ ଏସ୍‌ଓପି ଜାରି କର

ଭୁବନେଶ୍ୱର, ୫।୮: ରାଜ୍ୟରେ ବେସରକାରୀ ସ୍କୁଲ ଗୁଡିକରେ ନାମଲେଖା ପ୍ରକ୍ରିୟା ଚାଲୁଅଛି । କିନ୍ତୁ ଏଯାବତ ଏସ୍‌ଓପି ଜାରି ହୋଇନାହିଁ । ଯାହାଦ୍ୱାରା ବେସରକାରୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ଏପର୍ଯ୍ୟନ୍ତ ହୋଇପାରୁନାହିଁ । ସିବିଏସ୍‌ଇ ଓ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି । ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇରେ ନାମ ଲେଖିବାକୁ ଅପେକ୍ଷା କରିବାକୁ ପଡୁଛି । ତେଣୁ ସରକାର ତୁରନ୍ତ ନାମଲେଖା ପାଇଁ ଏସ୍‌ଓପି ଜାରି କରନ୍ତୁ । ଏଭଳି ଦାବି କରିଛି ଓଡିଶା ଅଭିଭାବକ ମହାସଂଘ ।

ସଂଘ ପକ୍ଷରୁ ଏସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ନିବେଦନ କରାଯାଇଛି । ସହଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି, ଦଶମ ଫଳ ପ୍ରକାଶ ପାଇଥିଲେ ମଧ୍ୟ ନାମଲେଖା ପାଇଁ ସରକାର ଏସ୍‌ଓପି ଜାରି କରୁନାହାନ୍ତି । ଏହାଦ୍ୱାରା ନାମଲେଖା ପ୍ରକ୍ରିୟାରେ ବିଳମ୍ବ ହେବ । ପିଲାଙ୍କ ପଢ଼ା ବି ବିଳମ୍ବରେ ଚାଲିବ । ସେହିପରି ଶିକ୍ଷା ଅଧିକାର ଆଇନ ଅନୁସାରେ ୨୫ ପ୍ରତିଶତ ସିଟ୍‌ ଅବହେଳିତ ଶ୍ରେଣୀର ପିଲାଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା ଥିଲେ ମଧ୍ୟ ସ୍କୁଲ ଗୁଡିକ ମାନୁନାହାନ୍ତି । ଫଳରେ ହଜାର ହଜାର ପିଲା ପ୍ରତିବର୍ଷ ଏ ଅଧିକାରରୁ ବଞ୍ଚିତ ହେଉଛନ୍ତି । ତେଣୁ ଏସଂକ୍ରାନ୍ତରେ ତଦନ୍ତ ହେଉ । ମନ୍ତ୍ରୀ ଅନ୍‌ଲାଇନ୍‌ ନାମଲେଖାରେ ୧୫ ପ୍ରତିଶତ ସିଟ୍‌ ଆର୍ଥିକ ଅନୁନ୍ନତ ଶ୍ରେଣୀର ଓ ୧୦ ପ୍ରତିଶତ ଅନଗ୍ରସର ବା ଏସ୍‌ସି ଓ ଏସ୍‌ଟି ଶ୍ରେଣୀକୁ ଦେବାକୁ କହିଥିଲେ ମଧ୍ୟ ପାଳନ କରିନାହାନ୍ତି । ଯଦି ସରକାର ଆସନ୍ତା ୮ ତାରିଖ ସୁଦ୍ଧା ସମସ୍ତ ଦାବି ପୂରଣ କରିବାକୁ ଘୋଷଣା ନକରନ୍ତି ତେବେ ସଂଘ ପକ୍ଷରୁ ୯ ତାରିଖରୁ ଆମରଣ ଅନଶନ କରାଯିବ ।