ପ୍ରମୁଖ ଖବର
  • ଜୁନ୍ ୭ରୁ ଯୁକ୍ତ ୨ ନାମଲେଖା ଆବେଦନ, ମୋଟ୍‌ ୫.୨୫ ଲକ୍ଷ ସିଟ୍‌ରେ ହେବ ଆଡମିସନ୍
  • ||
  • ଭୁବନେଶ୍ୱର: ଡ୍ରେନ୍‌ ଭିତରୁ ମିଳିଲା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀଙ୍କ ମାରାଥନ୍‌ ବୈଠକ, ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା
  • ||
  • ନରେନ୍ଦ୍ର ବାଣ ବିସ୍ଫୋରଣ ମାମଲା: ମୃତ୍ୟୁ ସଂଖ୍ୟା ୧୧ ବୃଦ୍ଧି, ୧୯ ଜଣଙ୍କ ଚାଲିଛି ଚିକିତ୍ସା
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ପପୁଆ ନ୍ୟୁ ଗିନିକୁ ଭେଟିବ ୱେଷ୍ଟ ଇଣ୍ଡିଜ, ପ୍ରୋଭିଡେନ୍ସରେ ହେବ ବ୍ୟାଟିଂ ବିସ୍ଫୋରଣ
  • ||
  • ନିର୍ବାଚନ ଅପ୍‌ଡେଟ୍: ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍ ଭୋଟ ଗଣତି ଜାରି
  • ||
  • ସରିଲା ଅରବିନ୍ଦ କେଜ୍‌ରିୱାଲଙ୍କ ଜାମିନ ଅବଧି, ରବିବାର ଫେରିବେ ତିହାର ଜେଲ୍
  • ||
  • ଶେଷ ପର୍ଯ୍ୟାୟରେ ୬୨% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ, ବିହାରରେ ସର୍ବନିମ୍ନ
  • ||
  • ବୁଥ ବାହୁଡାମତରେ ଏନ୍ଡିଏକୁ ବହୁମତ, ୩୫୦ ପାର୍‌ NDA, ହ୍ୟାଟ୍ରିକ କରିବେ ମୋଦି
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି, ଅଂଶୁଘାତ ନେଉଛି ଜୀବନ: ଜଳିବ ପଶ୍ଚିମ ଓଡ଼ିଶା, ୫ ଯାଏ ଉପକୂଳରେ ଗୁଳୁଗୁଳି
  • ||

ପଶ୍ଚିମବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ରାଲିରେ ହିଂସା, ବିଜେପି-ଟିଏମସି କର୍ମୀ ମୁହାମୁହିଁ, ଅନେକ ଆହତ...

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଚାରୋଟି ପର୍ଯ୍ୟାୟ ପାଇଁ ମତଦାନ ସମାପ୍ତ ହୋଇଛି । ଅବଶିଷ୍ଟ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଚାଲିଛି । ଏହି ସମୟରେ ସମସ୍ତ ଦଳର ନେତାମାନେ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି। ନିର୍ବାଚନ ପ୍ରଚାର ବେଳେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଶନିବାର କେନ୍ଦ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଶୋଭାଯାତ୍ରାରେ ବିଜେପି ଓ ଟିଏମସି କର୍ମୀମାନେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଉଭୟ ଦଳ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ବୋନଗାଁଓ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଶାନ୍ତନୁ ଠାକୁର ସମର୍ଥନରେ ଏକ ଶୋଭାଯାତ୍ରା ଚାଲିଥିଲା । ଏହି ସମୟ ମଧ୍ୟରେ ଟିଏମସି ପକ୍ଷରୁ ସେଠାରେ ଏକ ସଭା ମଧ୍ୟ ଆୟୋଜିତ ହୋଇଥିଲା। ଏହି ପ୍ରସଙ୍ଗରେ ଟିଏମସି ନେତା ଦେବାଶିଷ ଗାଙ୍ଗୁଲି ଅଭିଯୋଗ କରିଛନ୍ତି ଯେ, ଯେଉଁଠାରେ ଆମର ସଭା ଅନୁଷ୍ଠିତ ହେଉଥିଲା, ସେଠାରେ ବିଜେପି କର୍ମୀ ମାନେ ଜାଣିଶୁଣି ରାସ୍ତା ଅବରୋଧ କରିଥିଲେ । ଆମର କର୍ମୀମାନେ ବିଜେପି ଶୋଭାଯାତ୍ରାରେ ଉପସ୍ଥିତ ଥିବା ଲୋକଙ୍କୁ ମାଇକ୍ ବନ୍ଦ କରିବାକୁ ଅନୁରୋଧ କରିଥିଲେ କିନ୍ତୁ ସେମାନେ ଏଥିରେ ସହମତ ନଥିଲେ । ସେମାନେ ଆମର ଜଣେ ମହିଳା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। 

ଟିଏମସିର ଅଭିଯୋଗକୁ ବିରୋଧ କରି ସ୍ଥାନୀୟ ବିଜେପି ନେତା ମଧ୍ୟ ଏହାର ଜବାବ ଦେଇଛନ୍ତି । ବିଜେପି ନେତା କହିଛନ୍ତି ଯେ ଟିଏମସି କର୍ମୀଙ୍କ ଦ୍ୱାରା ଆକ୍ରମଣ ହେବା ପରେ ଜଣେ ବିଜେପି କର୍ମୀ ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି, “ଏହି ଘଟଣା ଦର୍ଶାଉଛି ଯେ ଟିଏମସି କିପରି ନର୍ଭସ ଅଛି କାରଣ ସେମାନେ ଏହି ସ୍ଥାନ ହରାଉଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.