ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି

ଛତ୍ରପୁର, ୧୭/୦୫ : ଗଞ୍ଜାମ ଜିଲ୍ଲାରେ ପୋଲିସ ହାତରୁ ଆଇନଶୃଙ୍ଖଳା ଖସୁଛି। ଆସିକା ଲୋକସଭା ଆସନ ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଉ ୨ ଦିନ ପରେ ହେବ ନିର୍ବାଚନ। ହେଲେ ଗତ ଦୁଇ ଦିନ ତଳେ ଖଲ୍ଲିକୋଟ ଥାନା ଅଧୀନରେ ବିଜେପି କର୍ମୀଙ୍କୁ ହତ୍ୟା ଏବଂ ହତ୍ୟା ପରବର୍ତ୍ତୀ ହିଂସା ଜିଲ୍ଲାରେ ଦୁର୍ବଳ ଆଇନଶୃଙ୍ଖଳା ଚିତ୍ର ସ୍ପଷ୍ଟ କରୁଛି। ଗତକାଲି ପୋଲସରାରେ ଦିନ ଦିପହରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ବେଳେ ୨ ଦିନ ତଳେ କୋଦଳା ଥାନା ପୁଲିସ ୨୦୨୩ର ବହୁ ଚର୍ଚ୍ଚିତ ଦିପୁ ପାତ୍ର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପରିଡାକୁ ଛଚିନା ଗ୍ରାମରୁ ଗିରଫ କରିଥିଲା। ତେବେ ସନ୍ଧ୍ୟାରେ ଥାନାରେ ଗାଡି ପହଞ୍ଚିଲା ପରେ ଅଭିଯୁକ୍ତକୁ ପୁଲିସ ଗାଡ଼ିରୁ ଓହ୍ଲାଇବା ବେଳେ ବିକ୍ରମଙ୍କ ସମର୍ଥକମାନେ ଥାନାରେ ପହଞ୍ଚି ପୁଲିସ ହେପାଜତରୁ ବିକ୍ରମକୁ ଛଡ଼ାଇନେବାକୁ ଉଦ୍ୟମ କରିଥିଲେ।ଏହି ସମୟରେ ପୋଲିସ ଓ ବିକ୍ରମ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ତେବେ ପୁଲିସ ବିକ୍ରମକୁ କୋର୍ଟ ଚାଲାଣ କରିଥିବା ଆଇଆଇସି ସୁବାସ ବେହେରା ସୂଚନା ଦେଇଛନ୍ତି। 

ଯେଉଁମାନେ ଅଭିଯୁକ୍ତକୁ ଛଡ଼ାଇନେବା ପାଇଁ ଉଦ୍ୟମ କରିଛନ୍ତି ସେମାନଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୂଚନା ଦେବା ସହ ସେମାନେ ଫେରାର ଥିବା କହିଛନ୍ତି। ଦିପୁ ପାତ୍ର ହତ୍ୟାକାଣ୍ଡରେ ପୂର୍ବରୁ କିଛି ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ବିକ୍ରମ ଫେରାର ଥିଲା। ତେବେ ଅପରାଧୀକୁ ଗିରଫ କରିବା ପରେ ତାକୁ ପୁଲିସ ହାତରୁ ଛଡାଇନେବା ଘଟଣା ଅପରାଧୀକୁ ପୁଲିସର ଚ୍ୟାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.