ଗୁଣି ଗାରେଡି ସନ୍ଦେହରେ ଗୋଷ୍ଠୀ ସଂଘର୍ଷ: ଥାନାରେ ୨୫ ଅଟକ,ଭିଡିଓରେ ଦେଖନ୍ତୁ ଗାଁ ଦାଣ୍ଡରେ ଗଡୁଛନ୍ତି ଯୁବତୀ

ନୂଆପଡା ୧୦।୯: ଯୁବତୀଙ୍କ ଅସ୍ବାଭାବିକ ଆଚରଣ ପାଇଁ ନୂଆପଡା ଖଡିଆଳ ଥାନା ବଡଦୋହେଲ ପଞ୍ଚାୟତର ସାନଦୋହେଲ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି। ଗାଁ ଦାଣ୍ଡରେ ୪ଜଣ ଯୁବତୀ ଅସ୍ବାଭିବକ ଭାବେ ଗଡୁଥିବା ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅନ୍ଧବିଶ୍ବାର ବସବର୍ତ୍ତି ହୋଇ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବାର ଖବର ମଳିଛି। ମାନଙ୍କ ଏପରି ଆଚରଣ ପଛରେ ଗୁଣିଗାରେଡି ଥିବା ଅଭିଯୋଗ କରି ଦୁଇ ପରିବାର ଭିତରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ କଥା ଯାଇ ଥାନାରେ ପହଞ୍ଚିଥିଲା।ଥାନା ଆଗରେ ବି ଅସ୍ବାଭାବିକ ଆଚରଣ ଦେଖାଇଥିଲେ ଯୁବତୀ।

ସୂଚନାଯୋଗ୍ୟ ଯେ, ସାନଦୋହେଲ ଗାଁର ଧନୁ ବାଗଙ୍କ ଝିଅଙ୍କ ଦେହ ଗତ କିଛିଦିନ ହେବ ଅସୁସ୍ଥ ରହିଥିବା ବେଳେ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇ ନଥିଲେ। ଏହାପରେ ଗୁଣିଆଙ୍କ ସାହାଯ୍ୟ ନେଇଥିଲେ ପରିବାର ଲୋକ, ଆଉ ସେହି ଗାଁର ନକୁଳଙ୍କ ପରିବାର ଗୁଣି ଗାରେଡି କରିଥିବା ସନ୍ଦେହ କରିଥିଲେ।ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏହାକୁ ଗାଁର ଅନ୍ୟକିଛି ଲୋକ ସମର୍ଥନ କରିବା ପରେ ଉତ୍ତେଜନା ବଢିଥିଲା । ନକୁଳଙ୍କ ପରିବାର ଲୋକେ ଆକ୍ରମଣର ଶିକାର ହୋଇଥିଲେ । ନକୁଳଙ୍କ ପରିବାର ଲୋକେ ଖଡିଆଳ ଥାନାରେ ଅଭିଯୋଗ କରିବା ପରେ ଗାଁର ଦୁଇ ଗୋଷ୍ଠୀର ୨୫ଜଣ  ଲୋକଙ୍କୁ ଖଡିଆଳ ପୋଲିସ ଉଠାଇ ଆଣିଥିଲା।

ପରେ ସେମାନଙ୍କୁ ଛାଡିବା ସହ ଗୁଣି ଗାରେଡି କରୁଥିବା ନକୁଳଙ୍କ ପରିବାର ଲୋକଙ୍କୁ ଗିରଫ ଦାବିରେ ସାନଦୋହେଲ ଗାଁର ଅନେକ ମହିଳା ଏବଂ ପୁରୁଷ ଖଡିଆଳ ଥାନା ଘେରାଉ କରିଥିଲେ । ତେବେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ବୁଦ୍ଧିଜୀବୀଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରିବା ସହ ସମସ୍ତଙ୍କୁ ବେଲ୍ ବଣ୍ଡରେ ଛଡା ଯାଇଛି ।

   ସମ୍ବନ୍ଧିତ ଖବର


ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ, ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ

ରାସ୍ତା ଉପରେ ଜଳିଗଲା ୧୨ ଚକିଆ ଟ୍ରକ୍, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ

ବାଇକ ଆରୋହୀଙ୍କ ଉପରେ ଚଢିଗଲା ହାଇଓ୍ୱା ଟ୍ରକ, ଘଟଣାସ୍ଥଳରେ ଚାଲିଗଲା ଜୀବନ