ଦୂରଦର୍ଶନରେ ପଢ଼ାଯିବ ଦଶମ ଶ୍ରେଣୀ ପାଠ: ସୋମବାରରୁ ଶୁକ୍ରବାର ହେବ କ୍ଲାସ୍‌ ,ଦିନକୁ ୨ଥର, ୫ଟି ବିଷୟ

ଭୁବନେଶ୍ୱର ୧୯/୪: ଲକ୍‌ଡାଉନ୍‌ ସମୟରେ ପିଲାଙ୍କୁ ପାଠପଢ଼ା ସହ ଯୋଡ଼ିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଅନ୍‌ଲାଇନ୍‌ରେ ପଢ଼ାଯାଉଛି । ଏହା ସହ ଅନେକ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ମଧ୍ୟ ହେଉଛି । ଲକ୍‌ଡାଉନ୍‌ ସମୟରେ ପିଲାଙ୍କୁ ପାଠପଢ଼ା ଯେପରି ପଛେଇ ନଯିବ ସେଥିପାଇଁ ଦୂରଦର୍ଶନରେ ପଢ଼ାଯିବ ଦଶମ ଶ୍ରେଣୀ ପାଠ । ଆସନ୍ତା ୨୦ ତାରିଖରୁ ମେ ୧୨ ତାରିଖ ଯାଏ ଏଜୁସାଟ୍‌ ପକ୍ଷରୁ ରେକର୍ଡ ଭିଡିଓର ରିପିଟ୍‌ ଟେଲିକାଷ୍ଟ ହେବ । ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷାର ପ୍ରକଳ୍ପ ସଂଯୋଜକ, ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

ଲକ୍‌ଡାଉନ୍‌ ପାଇଁ ସ୍କୁଲ ବନ୍ଦ ହୋଇଛି । ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇନି । ଘରେ ପିଲାମାନେ ବସିଛନ୍ତି । ତେଣୁ ଏହି ସମୟରେ ସେମାନଙ୍କୁ ପଢ଼ା ସହ ଯୋଡ଼ିବା ଏବଂ ବିଷୟରେ ଶିକ୍ଷା ଦେବା ପାଇଁ ଦୂରଦର୍ଶନରେ ଆରମ୍ଭ ହେବ କାର୍ଯ୍ୟକ୍ରମ । ପ୍ରତି ସୋମବାରରୁ ଶୁକ୍ରବାର ଯାଏ ଦିନକୁ ଦୁଇଟି କ୍ଲାସ୍‌ ହେବ । ଦିନ ୧୧ଟାରୁ ୧୨ଟା ଏବଂ ୩ଟା ୩୦ରୁ ୪ଟା ୩୦ ଯାଏ କ୍ଲାସ୍‌ ହେବ । ସମୁଦାୟ ୩୪ଟି କ୍ଲାସ୍‌ ଦୂରଦର୍ଶନରେ ପ୍ରସାରିତ ହେବ । ଦଶମ ଶ୍ରେଣୀର ଗଣିତ, ଏସ୍‌ସିପି, ଏସ୍‌ସିଏଲ୍‌, ଇଂରାଜୀ ଓ ଭୂଗୋଳ ବିଷୟରେ ପଢ଼ାଯିବ । ଏବିଷୟରେ ସମସ୍ତ ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କୁ ଜଣାଇବାକୁ ଚିଠିରେ ଉଲ୍ଲେଖ ରହିଛି । ଏହାସହ ଛାତ୍ରଛାତ୍ରୀମାନେ ଦିକ୍ଷା ଆପ୍‌ ଓ ମଧୁ ଆପ୍‌ରେ ଥିବା ଭିଡିଓଗୁଡ଼ିକୁ ଛାତ୍ରଛାତ୍ରୀମାନେ ଡାଉନ୍‌ଲୋଡ୍‌ କରି ପଢ଼ନ୍ତୁ ବୋଲି ଓସେପା ପକ୍ଷରୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ନିର୍ବାଚନ ସଭାରେ ଉଦବୋଧନ ବେଳେ ସଭାମଞ୍ଚରୁ ଗଳି ପଡିଲେ କଂଗ୍ରେସ ନେତା, ଦେଖନ୍ତୁ ଭିଡିଓ…

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ

ଭାରତୀୟ ସେନା ଲଞ୍ଚ କଲା ସ୍ବଦେଶୀ ମେସେଜିଂ ଆପ୍ SAI, ହ୍ବାଟସଆପ୍‌ଠାରୁ ମଧ୍ୟ ଆହୁରି ସୁରକ୍ଷିତ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…