PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ୱେଷ୍ଟ ଇଣ୍ଡିଜ୍‌ ଭାରତ ଠାରୁ ବିଜୟ ପାଇଁ ୪୬୮ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ

କିଙ୍ଗଷ୍ଟନ ୨/୯ : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖି ବିଜୟ ଆଡକୁ ଗତି କରୁଛି । ପ୍ରଥମ ଇନିଂସରେ ଭାରତ ୪୧୬ ରନ୍‌ କରିବା ପରେ ୱେଷ୍ଟ ଇଣ୍ଡିଜ୍‌କୁ ୧୧୭ ରନ୍‌ରେ ଅଲ୍‌ ଆଉଟ୍‌ କରିଥିଲା । ପ୍ରଥମ ଇନିଂସ ୨୯୯ ରନ୍‌ରେ ଆଗୁଆ ରହିଥିବା ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଛି । ଏଥିସହ ୱେଷ୍ଟ ଇଣ୍ଡିଜ୍‌ ସମ୍ମୁଖରେ ବିଜୟ ପାଇଁ ୪୬୮ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ତୃତୀୟ ଦିବସରେ ୱେଷ୍ଟ ଇଣ୍ଡିଜ୍‌ ଅସମାପ୍ତ ପ୍ରଥମ ଇନିଂସ ୭/୮୭ ରନ୍‌ରୁ ଖେଳ ଆରମ୍ଭ କରି ଦଳୀୟ ସ୍କୋରକାରେ ୩୦ ରନ୍‌ ଯୋଗ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ରଖିମ କର୍ଣ୍ଣୱାଲ୍‌ ୧୪ ଓ ଜନ କ୍ୟାମ୍ପବେଲ୍‌ ୫ ରନ୍‌ କରି ଆଉଟ୍‌ ହୋଇଥିଲେ । ଅନ୍ତିମ ଭାଗରେ କିମାର ରୋଚ ଉପଯୋଗୀ ୧୭ ରନ୍‌ କରିବାରୁ ୱେଷ୍ଟ ଇଣ୍ଡିଜ୍‌ର ସ୍କୋର ୧୧୭ରେ ପହଞ୍ଚିଥିଲା । ଭାରତ ପକ୍ଷରୁ ଜଶପ୍ରୀମ ବୁମରା ହ୍ୟାଟ୍ରିକ୍‌ ସହ ମୋଟ୍‌ ୬ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ମହମ୍ମଦ ସାମି ୨ଟି ୱିକେଟ୍‌ ନେଇଥିଲେ ।

୨୯୯ ରନ୍‌ରେ ପ୍ରଥମ ଇନିଂସ ଆଗୁଆ ଥାଇ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ଅର୍ଜନ କରିଥିବା ମୟଙ୍କ ଅଗ୍ରୱାଲ୍‌ ଏଥର ବିଫଳ ହୋଇଥିଲେ । ସେ ୪ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଅପରାଜିତ ଓପନର ଲୋକେଶ ରାହୁଲଙ୍କ ସହ ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ଘରୋଇ ବୋଲରମାନେ ମାପ ଚୁପ ବୋଲିଂ କରି ଦ୍ରୁତ ରନ୍‌ ସଂଗ୍ରହ କରିବା ପାଇଁ ଉଭୟ ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେଇ ନଥିଲେ । ଦଳୀୟ ସ୍କୋର ୩୬ ବେଳେ ରୋଚ ବିପର୍ଯ୍ୟୟ ଘଟାଇଥିଲେ ।

୨୧ତମ ଓଭର ପ୍ରଥମ ବଲ୍‌ରେ ସେ ରାହୁଲ(୬) ଓ ଦ୍ୱିତୀୟ ବଲ୍‌ରେ ବରାଟ କୋହଲି(୦)ଙ୍କୁ ଆଉଟ୍‌ କରିଥିଲେ । ତୃତୀୟ ବଲ୍‌ରେ ଅଜିଙ୍କ୍ୟ ରାହାଣେ ଅଳ୍ପକେ ଆଉଟ୍‌ରୁ ବର୍ତ୍ତି ଯାଇଥିଲେ । ରୋଚଙ୍କ ହ୍ୟାଟ୍ରିକ୍‌ ଆଶା ମଉଳି ଯାଇଥିଲା । ପୂଜରା ଓ ରାହାଣେ ଚତୁର୍ଥ ୱିକେଟ୍‌ରେ ୨୧ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୫୭ ବେଳେ ପୂଜାରା(୨୭)ଙ୍କ ୱିକେଟ୍‌ର ପତନ ଘଟିଥିଲା । ରାହାଣେଙ୍କ ସହ ହନୁମା ବିହାରୀ କ୍ରିଜ୍‌ରେ ଯୋଗ ଦୋବା ପରେ ସ୍ଥିତି ସୁଧୁରିଥିଲା ।

ତୃତୀୟ ଅଧିବେଶନରେ ଉଭୟ ବ୍ୟାଟ୍ସମ୍ୟାନ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ପଞ୍ଚମ ୱିକେଟ୍‌ରେ ୧୧୧ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୧୬୮ ବେଳେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା । ରାହାଣେ ୬୪ ଓ ବିହାରୀ ୫୩ ରନ୍‌ କରି ଅପରାଜିତ ରହିଥିଲେ । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ କିମାର ରୋଚ ୩ଟି ୱିକେଟ୍‌ ନେଇଥିଲେ ।

ସମ୍ବନ୍ଧିତ ଖବର