ଖରାପ ସମ୍ପର୍କ ପାଇଁ ଫୋନ୍‌ କରିଥିବା ଲମ୍ପଟ କିରାଣୀ ଗିରଫ

ରାୟଗଡା ୧।୯: ରାୟଗଡାରେ ଚାକିରି ହରାଇଥିବା ଜଣେ ଶିକ୍ଷୟତ୍ରୀଙ୍କୁ ଖରାପ ସମ୍ପର୍କ ରଖିବା ପାଇଁ ଫୋନ୍‌ କରିଥିବା କିରାଣୀକୁ ପୁଲିସ ଗିରଫ କରିଛି । ଜଣେ ଶିକ୍ଷୟତ୍ରୀଙ୍କୁ ଚାକିରି କରାଇଦେବା ପାଇଁ କିରାଣୀ ଅଜବ ସର୍ତ୍ତ ରଖିଥିଲା ।
ରାୟଗଡ଼ା ଜିଲ୍ଲାରୁ ଏଭଳି ଜଘନ୍ୟ ଅଭିଯୋଗ ଆସିଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ ଜଣେ ଶିକ୍ଷୟିତ୍ରୀ ।
ରସିକିଆ କିରାଣୀ ରଖିଥିଲା ଏପରି ସର୍ତ୍ତ-
ଚାକିରି ଫେରିପାଇବାକୁ ସର୍ତ୍ତ। ଆସ ଦେଢ଼ ଘଣ୍ଟା ରହି ଚାଲିଯିବ। ଜଣେ ନିଲମ୍ବିତ ହାଇସ୍କୁଲ ଶିକ୍ଷୟିତ୍ରୀଙ୍କୁ ଏମିତି କିଛି ପ୍ରସ୍ତାବ ଦେଇଥିଲେ , ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ । ଏବେ ଫୋନ୍‌ରେ ହୋଇଥିବା ଏହି ବାର୍ତ୍ତାଳପକୁ ଶିକ୍ଷୟତ୍ରୀ ଜଣଙ୍କ ପ୍ରମାଣ ସ୍ୱରୂପ ପ୍ରଦାନ କରିଛନ୍ତି । ଗଣମାଧ୍ୟମରେ ବି ଏହି ଅଡିଓ ପ୍ରସାରିତ ହୋଇଛି ।

କୌଣସି ଏକ ମାମଲାରେ ହାଇସ୍କୁଲରେ କାର୍ଯ୍ୟରତ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ମାର୍ଚ୍ଚ ୨୬ ତାରିଖରେ ନିଲମ୍ବିତ କରାଯାଇଥିଲା। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ କହିବା ଅନୁଯାୟୀ, ଦୁଇଦିନ ପରେ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କିରାଣୀ ବାବୁ ସବୁ ଠିକଠାକ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ଖର୍ଚ୍ଚ ପାଇଁ ଟଙ୍କା ଦାବି କରିଥିଲେ । ଏହା ଅନୁଯାୟୀ ଶିକ୍ଷୟିତ୍ରୀଙ୍କ ସ୍ବାମୀ ୧୦ ହଜାର ଟଙ୍କା ଦେବା ପରେ ଏପ୍ରିଲ ୨୯ରେ ପ୍ରୋସିଡ଼ିଂ ନିର୍ଦ୍ଦେଶ ମିଳିଲା । ହେଲେ ତାପରେ ତଦନ୍ତ ନାଁରେ ଦିନ ଗଡିଚାଲିଲା । କିଛି ଦିନପରେ କିରାଣୀ ବାବୁ ନିଜ ଘରକୁ ଡାକି ଅଶ୍ଲୀଳ ଇଙ୍ଗିତ କରିଥିଲେ । ଫୋନକରି ଶାରିରୀକ ସମ୍ପର୍କ ପାଇଁ ଡାକିଥିଲେ । ଏନେଇ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ଜଣାଇବା ସହ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ଜିଲ୍ଲାପାଳ ଏକ କମିଟି ଗଠନ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ କିରାଣୀକୁ ଗିରଫ କରାଯାଇଛି ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଜୟପୁର ପୋଲିସ୍‌କୁ ବଡ଼ ସଫଳତା: ଗଞ୍ଜେଇ ରାକେଟର କଲା ପର୍ଦ୍ଦାଫାସ, ୫ ଗିରଫ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ନିଖୋଜ ହୋଇଯାଇଛି ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ସହ ବେଆଇନ ଗର୍ଭପାତ କରାଯାଇଥିବା ପୀଡିତା

ଜେଲରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ମାଡ଼, ଅଭିଯୋଗ ଆଣିଲେ ଓକିଲ