ପୋଲିସକୁ ମହଙ୍ଗା ପଡ଼ିଲା ସେଲଫି: ଅପରାଧୀ ସହ ଫଟୋ ଉଠାଇ ବଦଳି ହେଲେ ଥାନା ଅଧିକାରୀ

ପୁରୀ ୧୫।୧୦: ଜଣେ ଅପରାଧୀ ସହ ସେଲ୍ଫି ଉଠାଇ ଥାନା ଅଧିକାରୀ ବଦଳି ହୋଇଥିବାର ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଏହି ସେଲଫି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାନୁଯାୟୀ, ପୁରୀ ଜିଲ୍ଲାର ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଆଇଆଇସି ବୁଲୁ ମୁଣ୍ଡା ମୁନା ବିଶ୍ବାଳ ଓରଫ ରାଧାମୋହନ ବିଶ୍ବାଳ ନାମକ ଜଣେ ଅପରାଧୀ ସହ ସେଲ୍ଫି ଉଠାଇଥିଲେ ।

ଗତକାଲି ଅସ୍ତରଙ୍ଗ ଦିଲ୍ଲିପ ସ୍ବାଇଁ ହତ୍ୟାକାଣ୍ତର ମୁଖ୍ୟଅଭିଯୁକ୍ତ ମୁନା ବିଶ୍ବାଳ  ଚନ୍ଦ୍ରଭାଗା ମେରାଇଥାନାରେ ଆତ୍ମସମର୍ପଣ କରିବାପରେ ଥାନା ଅଧିକରୀ ବୁଲୁ ମୁଣ୍ତା ଅଭିଯୁକ୍ତକୁ ପୁଲିସ ଭ୍ୟାନରେ ବସାଇ ନେବା ସମୟରେ ଅଭିଯୁକ୍ତ ସହ ସେଲ୍ଫି ଉଠାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁରୀ ଏ.ସ.ପି ଉମାଶଙ୍କର ଦାଶଙ୍କ ନିର୍ଦେଶ କ୍ରମେ ରାମଚଣ୍ତି ଥାନା ଓ ଚନ୍ଦ୍ରଭାଗା ମେରାଇନାରୁ ବୁଲୁମୁଣ୍ତାଙ୍କ ଅପସରିତ କରି ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ମୁନା ନାମରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବାବେଳେ ଥାନା ଅଧିକାରୀ ବୁଲୁ ମୁଣ୍ତାଙ୍କ ସହ ମୁନାଙ୍କ କଣ ସଂପର୍କ ରହିଛି ତାକୁ ନେଇ ଚର୍ଚା ଜୋର ଧରିଛି।

   ସମ୍ବନ୍ଧିତ ଖବର


ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ

କାଠଗଡ଼ାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ୭ ଦିନ ଭିତରେ ଉତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ,୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌