PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଜଳବାୟୁ ପରିବର୍ତ୍ତନ ମଣିଷ ପାଇଁ ଆଣୁଛି ଆଉ ଏକ ବିପଦ,ମସ୍ତିଷ୍କକୁ ଖାଇଦେଉଥିବା ଏମିବା ବଢ଼ାଇଲା ଚିନ୍ତା

ନ୍ୟୁୟର୍କ: ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଜଳବାୟୁ ପରିବର୍ତ୍ତନ ବିଷୟରେ ସତର୍କ କରିଆସୁଛନ୍ତି । କିନ୍ତୁ ସେହି ଚେତାବନୀଗୁଡ଼ିକୁ ପ୍ରାୟ ଅଣଦେଖା କରାଯାଇଛି l ଏଭଳି ପରିସ୍ଥିତିରେ, ପରିବେଶ ପରିବର୍ତ୍ତନ ଅର୍ଥାତ୍ ଜଳବାୟୁ ପରିବର୍ତ୍ତନ ଶୀଘ୍ର ଏପରି ଜୀବ ଦ୍ରୁତ ଗତିରେ ବଢ଼ାଇ ପାରେ ଯାହା ମଣିଷର ଅସ୍ତିତ୍ୱ ପାଇଁ ବିପଦ ହୋଇପାରେlବୈଜ୍ଞାନିକଙ୍କ ଦାବୀ ଅନୁସାରେ, ଦୁଇଟି ଖାସ ବିଶେଷ ପ୍ରକାରର ପାଥୋଜୋନ୍ସ ମନୁଷ୍ୟ ପାଇଁ ଅତ୍ୟନ୍ତ ବିପଦଜନକ ହୋଇପାରେ, ତାହା କେବଳ ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେବ l ଏହି ପାଥୋଜୋନ୍ସ ସମୁଦ୍ରରେ ମିଳିଥାଏ, କିନ୍ତୁ ବର୍ତ୍ତମାନ ସେମାନେ ବାଧ୍ୟହୋଇ କୂଳ ଆଡକୁ ଗତି କରୁଛନ୍ତି l

ସବୁଠାରୁ ବଡ କଥା ହେଲା ଏହି ଶତାବ୍ଦୀର ଶେଷ ସୁଦ୍ଧା ବିଶର ପ୍ରତେକ କୋଣ ଅନୁକୋଣରେ ପହଞ୍ଚିବାର କ୍ଷମତା ରଖନ୍ତିlୟୁନିଭର୍ସିଟି ଅଫ ସାଉଥ ଫ୍ଲୋରିଡା ବିଶ୍ୱବିଦ୍ୟାଳୟ ସଂକ୍ରାମକ ରୋଗ ବିଶେଷଜ୍ଞ ସାନ୍ଦ୍ରା ଗୋମ୍ପଫ ଦାବି କରିଛନ୍ତି ଯେ ମାନବ ମସ୍ତିଷ୍କ ଖାଉଥିବା ଏମିବା ନାଏଗ୍ଲେରିଆ ଫଲେରୀ( Naegleria Folery)ଏବଂ ମାନବ ଶରୀରକୁ ପଚାଇଉ ଥିବା ବ୍ୟାକଟେରିଆ ଜୀବାଣୁ Vibrio vulnificus ବର୍ତ୍ତମାନ ମଣିଷ ପାଇଁ ବଡ ବିପତ୍ତି ଆଣିପାରେl

ପରିବେଶରେ ଦ୍ରୁତ ଗତିରେ ବଢୁଥିବା ଉତ୍ତାପ କାରଣରୁ ଏହି ଜୀବାଣୁ ବର୍ତ୍ତମାନ ମଣିଷମାନଙ୍କ ନିକଟରେ ପହଞ୍ଚୁଛନ୍ତିl ବର୍ତ୍ତମାନ ପର୍ଯ୍ୟନ୍ତ, ଉତ୍ତର ଆମେରିକୀୟ ମାଳଦ୍ୱୀପରେ Naegleria Folery ଖୁବ କମ ମିଳୁଥିଲେ, କିନ୍ତୁ ବର୍ତ୍ତମାନ ଏହି ଏମିବା ଆମେରିକାର ଫ୍ଲୋରିଡା, ଟେକ୍ସାସ୍ ପରି ରାଜ୍ୟର ସମୁଦ୍ରକୂଳରେ ମଧ୍ୟ ଦେଖିବାକୁ ମିଳିଛିl କେବଳ ସେତିକି ନୁହେଁ, ମେରିଲ୍ୟାଣ୍ଡ ଭଳି ରାଜ୍ୟରେ ଏହା ମିଳିବା ଅର୍ଥ ଏକ ବଡ ବିପଦ।

ବିଶେଷଜ୍ଞଙ୍କ ମତରେ, Naegleria Folery ସଂକ୍ରମଣ ପରେ ଚିକିତ୍ସା କରିବା ଅତ୍ୟନ୍ତ କଷ୍ଟକର। ଏହା ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ମଣିଷର କୋଷଗୁଡ଼ିକୁ ନଷ୍ଟ କରିଦିଏl ଏହି କାରଣରୁ, ମସ୍ତିଷ୍କ ଏବଂ ମେରୁଦଣ୍ଡର ହାଡର ଝିଲି ଫୁଲିଯାଇଥାଏl ଯାହା ପରେ ତାଙ୍କୁ ଭଲ କରିବା ବହୁତ କଷ୍ଟକର ହୋଇଯାଏ l ବହୁବାର ଏହାର ଲକ୍ଷଣ ଜାଣିବା ପୂର୍ବରୁ ରୋଗୀର ମୃତ୍ୟୁ ହୋଇଯାଇଥାଏl