ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ପୁରୀର ଐତିହ୍ୟ ପାଇଁ ଖର୍ଚ୍ଚହେବ ୫୦୦ କୋଟି

ଭୁବନେଶ୍ୱର ୨୩।୮: ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଫୁଲ ଦମ୍‌ରେ ଅଣ୍ଟା ଭିଡ଼ିଛନ୍ତି । ଯେ କୌଣସି ରାଜ୍ୟର ପ୍ରସିଦ୍ଧ ଧର୍ମପୀଠ ଠାରୁ ଅଧିକ ଆକର୍ଷଣୀୟ ହେବ ଜଗନ୍ନାଥ ଧାମ । ଏଥିପାଇଁ ବିଦେଶୀ ଜ୍ଞାନ କୌଶଳର ସହାୟତା ନେଇଛନ୍ତି ସରକାର । ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବଡ଼ ଘୋଷଣା କରିଛନ୍ତି।

ତେବେ ପୁରୀର ସାମଗ୍ରିକ ବିକାଶ ୫୦୦ କୋଟି ଟଙ୍କା ମଂଜୁର କରାଯାଇଛି । ସେତୁ ଫ୍ରକଳ୍ପ ପାଇଁ ଖର୍ଚ୍ଚ ହେବା ୧୯୦ କୋଟି ଟଙ୍କା, ଜଗନ୍ନାଥ ବଲ୍ଲଭ ମଠରେ ବହୁତକ ପାର୍କିଂ ଓ ଧ୍ୟାନ କେନ୍ଦ୍ର ପାଇଁ ୧୮୦ କୋଟି ଟଙ୍କା, ମୂଷା ନଦୀର ପୁନଉଦ୍ଧାର ପାଇଁ ଖର୍ଚ୍ଚ ହେବ ୮୫ କୋଟି ଟଙ୍କା, ଅଠରନଳାର ସୈାନ୍ଦର୍ଯ୍ୟକରଣ ପାଇଁ ୫କୋଟି ଟଙ୍କା, ପୁରୀରେ ଏକ ହ୍ରଦର ବିକାଶ ପାଇଁ ୩୮ କୋଟି ଟଙ୍କା ରହିଛି।

ତେବେ ଭିତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ୨୬୫କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କରିବାକୁ ଯାଉଛନ୍ତି । ମନ୍ଦିରର ସୁରକ୍ଷା ଜୋନ୍ ରେ ଯେଉଁମାନଙ୍କର ଘର ବା ଦୋକାନ ଆସିବ ସେମାନଙ୍କୁ ସରକାର ଦୋକାନ ଓ ଘର ଯୋଗାଇଦେବେ ଏବଂ ଥଇଥାନ ପ୍ୟାକେଜ୍ ମଧ୍ୟ ପ୍ରଦାନ କରାଯିବ । ସେହିପରି ଭଙ୍ଗା ଯାଇଥିବା ମଠ ନିର୍ମାଣରେ ସରକାର ସହଯୋଗ କରିବେ । ମନ୍ଦିରର ନିରାପତା ପାଇଁ ଆସିଥିବା ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି । ପୁରୀରେ ୨୮ ଏକରଜମିରେ ଏକ ପୋଖରୀ ହେବାର ଯୋଜନା କରା ଯାଇଛି । ଅବଢ଼ା ଯୋଜନାରେ ସରକାର ସହଯୋଗ କରିବେ । ଏହି ସବୁ କାର୍ଯ୍ୟ ଆଗାମୀ ୨ ବର୍ଷ ମଧ୍ୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ | ତେବେ ପ୍ୟାକେଜ୍ ଘୋଷଣା ପରେ ଏହା କିଭଳି ଠିକଠାକ୍ ଭାବେ କାର୍ଯ୍ୟକାରୀ କରିବ ତାହା ଦେଖିବାକୁ ବାକି ରହିଲା।

   ସମ୍ବନ୍ଧିତ ଖବର


ଟ୍ରେନ୍‌ ଓ ବିମାନରେ ଓଡ଼ିଆ ଖାଦ୍ୟ ଦିଆଯିବାକୁ ଦାବି

ଦେବାଳୟରେ ପ୍ରସାଦ ସେବନ ବ୍ୟବସ୍ଥା ଠପ୍‌, ହଜାର ହଜାର ଲୋକ ପ୍ରଭାବିତ

ବିଦ୍ୟୁତ ଦର ବୃଦ୍ଧି ନିଷ୍ପତ୍ତି ପ୍ରତ୍ୟାହାର ଓ ଫ୍ରାଞ୍ଚାଇଜ୍‌ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଅ: ଯୁବ କଂଗ୍ରେସ

କରୋନା ବେଳେ ଜୀବନ ନିର୍ବାହ ପାଇଁ ଗରିବଙ୍କୁ ଗୋ’ ଦାନ

ୟୁନିସେଫ୍‌ ଓ ଏମସ୍‌ର ମିଳିତ ୱେବିନାର, ‘ସୁସ୍ଥ ଶିଶୁ ସୁସ୍ଥ ସମ୍ପ୍ରଦାୟ ଗଠନ କରିଥାଏ’

ସର୍ତ୍ତମୂଳକ ଜାମିନ ମିଳିଲା ଡେପୁଟି କଲେକ୍ଟରଙ୍କୁ