ପ୍ରମୁଖ ଖବର
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଘରେ ରହି ମା'ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା...

ଭୁବନେଶ୍ୱର,୨୧ ।୧୦ : ଓଡ଼ିଶାବାସୀଙ୍କ ସହଯୋଗ ଓ କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଓଡ଼ିଶା ୬ ମାସ ମଧ୍ୟରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି । ମାତ୍ର ଏଥିରେ ଆତ୍ମସନ୍ତୋଷ ହେଲେ ଚଳିବନି । କରୋନା ପାଇଁ ଟିକା କିମ୍ବା ଔଷଧ ବାହାରିବା ଯାଏ ଆମକୁ ସାବଧାନ ରହିବାକୁ ହେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳି ଆସୁଛି । ଆମେ ସତର୍କ ରହିବା । ପୂଜା ସମୟରେ ସର୍ବସାଧାରଣ ସ୍ଥାନରେ ଭିଡ଼ କରିବାନି । ଆମେ ସାବଧାନ ରହିଲେ କରୋନା ସଂକ୍ରମଣ ବଢ଼ିବନି । ଆପଣମାନେ ଘରେ ମା’ଙ୍କୁ ପୂଜା କରନ୍ତୁ, ପରିବାର ସହ ପର୍ବ ପାଳନ୍ତୁ ।


ରାଜ୍ୟବାସୀଙ୍କୁ ଆଜି ଏମିତି ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ଭଳି ପୂଜା ସମୟରେ ସେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବଢ଼େ ତାକୁ ଧ୍ୟାନ ଦେଇ ମା’ଙ୍କ ନାମରେ ଶପଥ ନେଇ ସମସ୍ତେ ସାବଧାନ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଆଗକୁ ପୂଜା । ପୂଜା ସମୟରେ ଭିଡ଼ ହେଲେ ରାଜ୍ୟରେ ଧିମା ଧରିଥିବା କରୋନା ପୁଣି ହୁ ହୁ ହୋଇ ବଢ଼ିବ । ୬ ମାସର ପରିଶ୍ରମ ମାଟିରେ ମିଶିଯିବ । ଏ ଭୟ ଏବେ ରାଜ୍ୟ ସରକାରଙ୍କୁ ଘାରିଛି । ତେଣୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସହଯୋଗ ଲୋଡ଼ିଛନ୍ତି ।


ମୁଖ୍ୟମନ୍ତ୍ରୀ କହିଛନ୍ତି, ୭ ମାସ ହେବ ଓଡ଼ିଶା କରୋନା ବିରୋଧରେ ଲଢ଼େଇ ଜାରି ରଖିଛି । ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ କଷ୍ଟ ଓ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଛି । ଆମ ପିଲାମାନେ ଓ ବୟସ୍କ ଲୋକମାନେ ଘରୁ ବାହାରୁ ନାହାନ୍ତି । ପିଲାମାନେ ସ୍କୁଲ ସାଙ୍ଗସାଥୀ ଓ ଖେଳିବାର ମଜା ନେଇ ପାରୁନାହାନ୍ତି । ବୟସ୍କ ଲୋକ ଓ

ପିଲାମାନେ ଘରେ ରହିବାରୁ ଆମ ଲଢ଼େଇ ସଫଳ ହୋଇଛି । ମାତ୍ର ଏଥିରେ ଖୁସି ହୋଇ ଢ଼ିଲା ହେଲେ ବିପଦ ମାଡ଼ି ଆସିବ ।
ସେ କହିଲେ, ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । ୟୁରୋପ ଦେଶଗୁଡ଼ିକୁ ଦେଖନ୍ତୁ । ଇଂଲଣ୍ଡ, ଫ୍ରାନସ୍‌ ଓ ସ୍ପେନ୍‌ ଆଦି ଦେଶରେ ମାର୍ଚ୍ଚ-ଏପ୍ରିଲରେ କରୋନା ଭୟଙ୍କର ରୂପ ନେଇଥିଲା । ବହୁ ଲୋକ ଜୀବନ ହରାଇଲେ । ତା’ ପରେ କରୋନା ଟିକେ କମିଲା । କିନ୍ତୁ ଏବେ ସେଠାରେ ସଂକ୍ରମଣ ପୁଣି ବହୁତ ବଢ଼ିଛି, ଯାହା ପୂର୍ବଠାରୁ ଭୟଙ୍କର । ସେପ୍‌ଟେମ୍ବର ପହିଲାରେ ଇଂଲଣ୍ଡରେ ଦୈନିକ ୧୨ ଶହରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଥିଲେ । ଅକ୍ଟୋବର ୮ ରେ ଏହା ଦୈନିକ ୧୭ ହଜାର ଛୁଇଁଥିଲା । ସେହିଭଳି ଫ୍ରାନସରେ ଅଗଷ୍ଟ ୩୧ରେ ୩ ହଜାରରୁ ଉଧ୍ୱର୍ ପଜିଟିଭ୍‌ କେସ୍‌ ଥିଲା । ଏହା ବଢ଼ି ଅକ୍ଟୋବର ୧୦ ରେ ୨୬ ହଜାର ଡେଇଁଲାଣି ।


ଦେଶର କରୋନା ସଂକ୍ରମଣ ସଂପର୍କରେ ଚେତାଇ ଦେଇ ନବୀନ କହିଛନ୍ତି, ଆମେରିକା ପରେ ଭାରତ ଏବେ ବିଶ୍ୱରେ ଦୁଇ ନମ୍ବରରେ ରହିଛି । କେରଳ କରୋନା ସଂକ୍ରମଣକୁ ସୁନ୍ଦର ଭାବେ ରୋକିଥିଲା । ମାତ୍ର ତାଙ୍କର ପ୍ରସିଦ୍ଧ ଓନାମ ପର୍ବ ପରେ ଏବେ କେରଳରେ ସଂକ୍ରମଣ ୩ ଗୁଣା ବଢ଼ିଛି । ତେଣୁ ଆମକୁ ପୂଜା ସମୟରେ ଅଧିକ ସାବଧାନ ରହିବାକୁ ହେବ ।
ସେ କହିଲେ, ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତା ମଧ୍ୟ ରକ୍ଷା କରୁଛନ୍ତି । କିଛି ଲୋକ ଅମାନିଆ ହେଉଛନ୍ତି । ମାତ୍ର ସେମାନେ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର । ଗତ ଦୁଇ ସପ୍ତାହ ହେବ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା କମିବାରେ ଲାଗିଛି । ୨୬ ସେପଟେମ୍ବରରେ ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ୪ ହଜାର ଉପରେ ଥିଲାବେଳେ ଆଜି ସଂକ୍ରମଣ ୨ ହଜାର ତଳକୁ ଖସିଛି । ଆଗକୁ ସଂକ୍ରମଣ ଆହୁରି ମଧ୍ୟ ଖସିବ ।
ଗଞ୍ଜାମ ଓ ଗଜପତି ଦୁଇ ମାସ ତଳେ ହଟସ୍ପଟ୍‌ ଥିଲା । ପ୍ରତିଦିନ ଶହ ଶହ ପଜିଟିଭ୍‌ କେସ୍‌ ବାହାରୁଥିଲା । ଲୋକମାନଙ୍କ ସହଯୋଗ ଓ କୋଭିଡ୍‌ ଯୋଦ୍ଧାଙ୍କ ପରିଶ୍ରମରୁ ସେଠାରେ ସଂକ୍ରମଣ ବହୁତ କମିଛି । ଏବେ ଏ ଦୁଇ ଜିଲ୍ଲା ସାରା ରାଜ୍ୟ ପାଇଁ ପ୍ରେରଣା । କରୋନା ଏକ ମାରାତ୍ମକ ଓ ଜଟିଳ ରୋଗ । ତେଣୁ ଆମକୁ ବେଶ ସାବଧାନ ସହକାରେ ପୂଜା ପାର କରିବାକୁ ହେବ । ରାଜ୍ୟବାସୀ ବାରମ୍ବାର ହାତ ଧୁଅନ୍ତୁ, ମାସ୍କ ପିନ୍ଧନ୍ତୁ ଓ ସାମାଜିକ ଦୂରତା ରକ୍ଷା କରନ୍ତୁ । ରାଜ୍ୟବାସୀଙ୍କୁ ପୂଜା ଶୁଭେଛା ଜଣାଇବା ସହ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.