ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ସ୍ବାତୀ ମାଲିଓ୍ବାଲ ମାମଲାରେ ମୁଁହ ଖୋଲିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ

Image Courtesy: livehindustan

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆପ୍‌ ସାଂସଦ ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ଉପରେ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ଏହି ମାମଲାରେ ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ଚାହୁଁଛି ବୋଲି ପିଟିଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ ।  ସେ କହିଛନ୍ତି, ‘ମାମଲା ଏବେ କୋର୍ଟରେ ଅଛି । ମୁଁ ଟିପ୍ପଣୀ କଲେ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଭାବ ପଡ଼ିପାରେ । କିନ୍ତୁ ମୋର ବିଶ୍ବାସ ନିରପେକ୍ଷ ତଦନ୍ତ ହେବ । ଦୁଇ ପକ୍ଷକୁ ଶୁଣି ପୋଲିସ ନିରପେକ୍ଷ ତଦନ୍ତ କରୁ । ନ୍ୟାୟ ମିଳିବା ଦରକାର ।’  ଘଟଣା ସମୟରେ ସେ ଘରେ ଥିଲେ କି ବୋଲି ପ୍ରଶ୍ନରେ କେଜ୍ରିଓ୍ବାଲ ‘ନା’ ବୋଲି କହିଛନ୍ତି । 

ଦିଲ୍ଲୀ ମହିଳ ଆୟୋଗର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ମେ’ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବାସଭବନ ଯାଇଥିଲେ । ଏହି ସମୟରେ ସିଏମଙ୍କ ପିଏ ବିଭବ କୁମାର ତାଙ୍କୁ ମାରପିଟ କରିଥିଲେ । ଏନେଇ ସେ ପିସିଆରକୁ କଲ କରିଥିଲେ । ହେଲେ ମେ’ ୧୩ରେ ଥାନାରେ ଅଭିଯୋଗ କରିନଥିଲେ ସ୍ବାତୀ ମାଲିଓ୍ବାଲ । 

ଏହାର ଦୁଇ ଦିନ ପରେ ପୋଲିସ ତାଙ୍କର ବୟାନ ରେକର୍ଡ କରିଥିଲା । ଏହି ଆଧାରରେ ଏଫଆଇଆର ରୁଜୁ କରିବା ସହ ବିଭବ କୁମାରଙ୍କୁ ଗିରଫ କରିଛି । ସେପଟେ ଆମ ଆଦମୀ ପାର୍ଟିର ଦାବି ଯେ, ସ୍ବାତୀ ମାଲିଓ୍ବାଲ ବିଜେପି ଚକ୍ରାନ୍ତର ଜଣେ ମୋହରା । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଥ୍ୟା ଅଭିଯୋଗରେ ଫସାଇବା ସ୍ବାତୀଙ୍କ ଉଦ୍ଦେଶ୍ୟ ଥିଲା । ଅନ୍ୟପକ୍ଷରେ ଆଜି ସ୍ବାତୀ ମାଲିଓ୍ବାଲ ପୁଣି ଥରେ ଆପ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତାଙ୍କୁ ଆପ୍‌ର ଜଣେ ବଡ଼ ନେତାଙ୍କ ଫୋନ୍‌ ଆସିଥିଲା ବୋଲି କହିଥିଲେ ସ୍ବାତୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.