PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ନବୀନଙ୍କ ‘ନୋ ୟୋର୍‌ ଓଡି଼ଶା’ କୁଇଜ୍‌: ଦେବୀପାଦହରା ପୁଷ୍କରିଣୀକୁ ନେଇ ପ୍ରଶ୍ନ

ଭୁବନେଶ୍ୱର ୩୦/୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ରବିବାରିଆ କୁଇଜ୍‌ କରିଛନ୍ତି । ‘ନୋ ୟୋର୍‌ ଓଡ଼ିଶା’ ନାଁରେ ନବୀନ କରିଥିବା ଏହି କୁଇଜ୍‌ରେ ଲିଙ୍ଗରାଜ ମନ୍ଦିର ପାଖ ଦେବୀପାଦହରାକୁ ନେଇ ପ୍ରଶ୍ନ ପଚାରିଛନ୍ତି । ତେବେ ଅଧିକାଂଶ ଲୋକେ ଏହାର ଭୁଲ୍‌ ଉତ୍ତର ଦେଇଥିଲେ । ଏହା ବିନ୍ଦୁସାଗର ବୋଲି ଉତ୍ତର ଆସିଥିଲା । ଅନେକ ଠିକ୍‌ ଉତ୍ତର ଦେଇଛନ୍ତି ।

ପ୍ରତି ରବିବାର ଟ୍ୱିଟରରେ ମୁଖ୍ୟମନ୍ତ୍ରୀ କରୁଥିବା ଏହି କୁଇଜ୍‌ରେ ଆଜି ଏକାମ୍ରକ୍ଷେତ୍ରର ଲିଙ୍ଗରାଜ ପାଖ ଅଞ୍ଚଳକୁ ନେଇ ପ୍ରଶ୍ନ ପଚାରିଥିଲେ । ଏହି ପବିତ୍ର ପୁଷ୍ପରିଣୀରୁ ଆମ କଳିଙ୍ଗ କୀର୍ତ୍ତିରାଜି ମନ୍ଦିରର ମନୋରମ ଦୃଶ୍ୟ ଆର୍ଶୀବାଦ ସଦୃଶ୍ୟ । କୁହନ୍ତୁ ଏହି ପବିତ୍ର ପୁଷ୍କରିଣୀର ନାଁ କଣ? ପୁଷ୍କରିଣୀର ଫଟୋ ସହ ନବୀନଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଟ୍ୱିଟର ବ୍ୟବହାରକାରୀମାନେ ସକ୍ରିୟ ହୋଇ ଉଠିଥିଲେ ।

ଅଧିକାଂଶ ଟ୍ୱିଟର ବ୍ୟବହାରକାରୀ ଏହି ଫଟୋକୁ ନେଇ ଦ୍ୱନ୍ଦରେ ପଡ଼ିଥିଲେ । ଏହି ପୁଷ୍କରିଣୀ ବିନ୍ଦୁସାଗର ବୋଲି ଅଧିକାଂଶ ମତ ଦେଇଥିଲେ । କେହି କେହି ଏହା ନରେନ୍ଦ୍ର ପୁଷ୍କରିଣୀ ବୋଲି ଲେଖିଥିଲେ । ତେବେ ଅନେକ ଏହାର ଠିକ୍‌ ଉତ୍ତର ଦେଇ ଏହା ଲିଙ୍ଗରାଜ ମନ୍ଦିର ନିକଟ ଦେବୀପାଦହରା ପୁଷ୍କରିଣୀ ବୋଲି ଉତ୍ତର ରଖିଥିଲେ ।

ଲିଙ୍ଗରାଜ ମନ୍ଦିର ପାଖରୁ ଜବରଦଖଲ ଉଚ୍ଛେଦ ଯୋଗୁ ଦେବୀପାଦହରା ମନ୍ଦିର ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି । ଏହି ଟ୍ରାନ୍ସଫର୍ମମେସନ୍‌ ସ୍ୱାଗତଯୋଗ୍ୟ ବୋଲି ଅନେକ ଲେଖିଥିଲେ । ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ତଥା ପୁଷ୍କରିଣୀର ସଫେଇ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ସରକାର ଗୁରୁତ୍ୱ ଦେଉନଥିଲେ । ଶେଷରେ ନବୀନ ଏହି କାମ ହାତକୁ ନେଇଛନ୍ତି । ଏହି ପ୍ରୟାସ ପାଇଁ ଓଡ଼ିଆ ଜାତି ତାଙ୍କୁ ସବୁ ଦିନ ପାଇଁ ମନେ ରଖିବ ବୋଲି ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଥିଲେ । ତେବେ ଏହି ପୁଷ୍କରିଣୀର ସ୍ୱଚ୍ଛତାକୁ ନେଇ ଆଉ କିଛି ଲୋକେ ପ୍ରଶ୍ନ ଉଠାଇଥିଲେ । ଏହା ପବିତ୍ର ପୁଷ୍କରିଣୀ ନୁହେଁ, ଅପରିଷ୍କାର ପୁଷ୍କରିଣୀ କୁହନ୍ତୁ.. ବୋଲି କିଛି ଲୋକେ ସମାଲୋଚନା କରି ଲେଖିଛନ୍ତି ।

ସମ୍ବନ୍ଧିତ ଖବର