PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା- ଛତିଶଗଡକୁ ଗଞ୍ଜେଇ ଚୋରାଚାଲାଣ ବେଳେ ଗୁଡାରୀ ଏବଂ କେନ୍ଦୁଗୁଡା ପୋଲିସର କୁଟ୍ରାଧର ରାସ୍ତା ନିକଟରେ ଚଡାଉ। ମିନିଟ୍ରକ ସହ ୨କ୍ବୁଣ୍ଟାଲ ୪୫ କେଜି ଗଞ୍ଜେଇ ଜବତ। ଜଣେ ଗିରଫ
  • ||
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

ପୂର୍ବତଟ ରେଳପଥରୁ ୱାଲଟିୟର୍‌ ଡିଭିଜନ୍‌କୁ ବାଦ୍‌ ଦେବା ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ସାରା ଓଡ଼ିଶା ପୂର୍ବତଟ ରେଳପଥ ଅଧୀନକୁ ଆସୁ

ଭୁବନେଶ୍ୱର,୨ା୩(ବ୍ୟୁରୋ): ସାରା ଓଡ଼ିଶା ପୂର୍ବତଟ ରେଳପଥ ଅଧୀନକୁ ଆସୁ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନୁରୋଧ କରିଛନ୍ତି । ପୂର୍ବତଟ ରେଳପଥରୁ ୱାଲଟିୟର୍‌ ଡିଭିଜନକୁ ବାଦ୍‌ ଦେବା ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତଟ ରେଳପଥରୁ ୱାଲଟିୟର୍‌ ଡିଭିଜନ୍‌ ବାଦ୍‌ ଦେବା ବାବଦରେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଘୋଷଣା ବାବଦରେ ଜାଣିବା ପରେ ତାଙ୍କୁ ଗଭୀର ଆଘାତ ଲାଗିଛି ବୋଲି ସେ ଚିଠିରେ କହିଛନ୍ତି । ଦୀର୍ଘ ଦିନ ହେବ ବିଭିନ୍ନ ସରକାରରେ ଥିବା ରେଳମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠି ବାବଦରେ ଉଲ୍ଲେଖ କରିଛନ୍ତି । ଓଡ଼ିଶାରେ ରେଳପଥକୁ ସଜାଡ଼ିବା ସହ ୩ଟି ନୂଆ ଡିଭିଜନ୍‌ ପ୍ରତିଷ୍ଠା ପାଇଁ ସେ ବାରମ୍ବାର ଚିଠି ଲେଖିଛନ୍ତି । ମାତ୍ର ଓଡ଼ିଶାକୁ ନ୍ୟାୟ ମିଳିବା ବଦଳରେ ହଠାତ୍‌ ଦକ୍ଷିଣ ପୂର୍ବ ରେଳପଥ ନାମରେ ନୂଆ ରେଳ ଜୋନ୍‌ ପ୍ରତିଷ୍ଠା କରି ତା’ର ମୁଖ୍ୟାଳୟ ବିଶାଖାପାଟଣାରେ କରାଯାଇଛି ।
ଭୌଗୋଳିକ ଅବସ୍ଥିତିକୁ ଦେଖି ଆନ୍ଧ୍ର ପ୍ରଦେଶର ସମସ୍ତ ଅଞ୍ଚଳକୁ ନେଇ ଦକ୍ଷିଣ ପୂର୍ବ ରେଳପଥ ଗଠନ କରାଯିବା ଭଳି ସମଗ୍ର ଓଡ଼ିଶାର ରେଳପଥକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ଯୁକ୍ତି ବାଢ଼ିଛନ୍ତି । ସେହିପରି ଯାଜପୁର ଓ ରାଉରକେଲାରେ ୨ଟି ନୂଆ ରେଳ ଡିଭିଜନ୍‌ ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି । ଏହି ଯଥାର୍ଥ ଦାବି ବାବଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ ଓଡ଼ିଶାରେ ୨ଟି ନୂଆ ଡିଭିଜନ୍‌ ଘୋଷଣା କରାଯାଇନାହିଁ କିମ୍ବା ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଳପଥ ଅଧୀନକୁ ନ ଆସିଛି, ସେ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଶାଖାପାଟଣାରେ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟାଳୟ କାର୍ଯ୍ୟକ୍ଷମ କରାନଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବତଟ ରେଳପଥରୁ ୱାଲଟିୟର୍‌ ଡିଭିଜନକୁ ବାଦ୍‌ ଦେବା ପ୍ରସଙ୍ଗରେ ଓଡ଼ିଶା ସହ ଆଲୋଚନା କରାଯାଇନାହିଁ ବୋଲି ସେ କହିଛନ୍ତି ।
ରେଳ ବିଭାଗ ପ୍ରତି ଓଡ଼ିଶାର ଅବଦାନ ବାବଦରେ ମୁଖ୍ୟମନ୍ତ୍ରୀ ଚିଠିରେ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ରାଜ୍ୟର ୭୦% ଅଞ୍ଚଳ ପୂର୍ବତଟ ରେଳପଥ ଅଧୀନରେ ରହିଛି । ଓଡ଼ିଶାରେ ଖଣିଜ ସମ୍ପଦ ଭରି ରହିଛି । ରାଜ୍ୟରେ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ହୋଇଛି । ଓଡ଼ିଶା ଏବେ ଦେଶର ସର୍ବାଧିକ ଇସ୍ପାତ୍‌ ଓ ଆଲୁମିନିୟମ୍‌ ଉତ୍ପାଦନ କରିପାରୁଛି । ରାଜ୍ୟରେ ପାୱାର୍‌ ପ୍ଲାଣ୍ଟ୍‌, ବନ୍ଦର ସମେତ ବିଭିନ୍ନ ଭିତ୍ତିଭୂମିର ବିକାଶ ହୋଇଛି । ତେଣୁ ରାଜ୍ୟରେ ଏକ ଦକ୍ଷ ଓ ଏକକ ପ୍ରଶାସନିକ ରେଳ ପ୍ରଶାସନିକ ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି । ବର୍ତ୍ତମାନ ରାଜ୍ୟରୁ ବାହାରକୁ ଯାଉଥିବା କୋଇଲା ଓ ଆଇରନ୍‌ ଓର୍‌ ପରିବହନ ହେଉଥିବା ରେଳପଥ ରାଜ୍ୟ ବାହାରର ଜୋନଗୁଡ଼ିକ ସମ୍ପୃକ୍ତ ରହିଛି । ତେଣୁ ଯଥା ଶୀଘ୍ର ସମଗ୍ର ଓଡ଼ିଶାକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିବାକୁ ସେ ଯୁକ୍ତି ବାଢ଼ିଛନ୍ତି ।
ରେଳ ବିଭାଗର ଉନ୍ନତି ପାଇଁ ରାଜ୍ୟ ସରକାର ହରିଦାସପୁର-ପାରାଦୀପ, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ୍‌ ବାବଦରେ ଆର୍ଥିକ ସହାୟତା ବାବଦରେ ମଧ୍ୟ ହାତ ବଢ଼ାଇଛି । ସେହିପରି ଖୋର୍ଦ୍ଧାରୋଡ୍‌- ବଲାଙ୍ଗୀର, ଜୟପୁର-ମାଲକାନଗିରି, ଜୟପୁର-ନବରଙ୍ଗପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି । ରାଜ୍ୟ ସରକାର ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକରେ ୫ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ । ତେଣୁ ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟରେ ରେଳପଥର ପୁନର୍ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର