PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୁରୀ ପାଇଁ ଆଜି ନବୀନଙ୍କ ବଡ଼ ଘୋଷଣା: ଆକର୍ଷଣୀୟ ହେବ ଜଗନ୍ନାଥ ଧାମ, ୨ ବର୍ଷ ମଧ୍ୟରେ ସରିବ କାମ

ଭୁବନେଶ୍ୱର/ପୁରୀ,୨୩।୮: ଶ୍ରୀକ୍ଷେତ୍ର ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଫୁଲ ଦମ୍‌ରେ ଅଣ୍ଟା ଭିଡ଼ିଛନ୍ତି । ଯେ କୌଣସି ରାଜ୍ୟର ପ୍ରସିଦ୍ଧ ଧର୍ମପୀଠ ଠାରୁ ଅଧିକ ଆକର୍ଷଣୀୟ ହେବ ଜଗନ୍ନାଥ ଧାମ । ଏଥିପାଇଁ ବିଦେଶୀ ଜ୍ଞାନ କୌଶଳର ସହାୟତା ନେବେ ସରକାର । ଏ ସମ୍ପର୍କରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ବଡ଼ ଘୋଷଣା କରିବେ ବୋଲି ସୂଚନା ମିଳିଛି ।
ପୁରୀର ସାମଗ୍ରିକ ବିକାଶ ସହ ଭକ୍ତମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପ୍ୟାକେଜ୍‌ ଘୋଷଣା ହେବାର ଢ଼େର ସମ୍ଭାବନା ରହିଛି । ଶୁକ୍ରବାର ଜନ୍ମାଷ୍ଟମୀ ଛୁଟିଦିନ ଥାଇ ମଧ୍ୟ ନିଜେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଯାଇ ପୁରୀ ପ୍ୟାକେଜ୍‌ ଘୋଷଣା କରିବେ । ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ନବୀନ ଆଖି ତରାଟିଲା ଭଳି ଉନ୍ନୟନ ପ୍ୟାକେଜ୍‌ ଘୋଷଣା କରିବେ ବୋଲି ସୂଚନା ମିଳିଛି । ନୂଆ ଯୋଜନା ଅନୁସାରେ ପୁରୀ ସହର ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ କାମ ଆସନ୍ତା ୨ ବର୍ଷ ମଧ୍ୟରେ ସରିବ । ପୂରା ବିଦେଶୀ ଢ଼ାଞ୍ଚାରେ ଏ ଧାର୍ମିକ ସହରର ଚେହେରା ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତ୍ତି ନେଇସାରିଛନ୍ତି । ପୁରୀ ପାଇଁ ମୁଖ୍ୟମନ୍ତ୍ରୀ କେଉଁ ଯୋଜନା କରିଛନ୍ତି ସେ ସମ୍ପର୍କରେ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଛି । ସେହି ସିଡିକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ । ସେହି ସିଡିକୁ ରାଜ୍ୟସାରା ପ୍ରଦର୍ଶନ କରାଯିବ । ପୁରୀ ପାଇଁ କେଉଁ ପ୍ରକଳ୍ପ ସବୁ ହାତକୁ ନିଆଯାଇଛି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଡ଼ିରେ କହିଛନ୍ତି । ପଞ୍ଚମପାଳିର ସରକାର ଗଠନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ବୋଲି ନବୀନ ପୂର୍ବରୁ କହିସାରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀକ୍ଷେତ୍ରର ଚେହେରା ବଦଳାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଠାକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କୁ କିପରି ବିଶ୍ୱସ୍ତରୀୟ ସୁବିଧାସୁଯୋଗ ମିଳିବ ସେଥିପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନେଇଛନ୍ତି । ଶ୍ରୀମନ୍ଦିର ପରିବେଶକୁ ଅଧିକ ଆକର୍ଷଣୀୟ କରିବା ଲାଗି ମେଘନାଦ ପାଚେରି ଚତୁଃପାଶ୍ୱର୍ରୁ ୭୫ ମିଟର ଅବରୋଧ ମୁକ୍ତ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି । ଜଷ୍ଟିସ୍‌ ବି.ପି. ଦାସଙ୍କ ସୁପାରିସ ଆଧାରରେ କ୍ୟାବିନେଟ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଛି । ତଦନୁଯାୟୀ ପ୍ରଥମେ ମେଘନାଦ ପାଚେରିକୁ ଲାଗି ରହିଥିବା ଅବରୋଧକୁ ଗତ ତିନିଦିନ ହେଲା ଉଚ୍ଛେଦ କରାଯାଇଛି । ଏହାପରେ ମେଘନାଦ ପାଚେରିର ୭୫ ମିଟର ପର୍ଯ୍ୟନ୍ତ ଅବରୋଧ ମୁକ୍ତ କରାଯିବାର ଯୋଜନା ରହିଛି । ଖୁବ୍‌ଶୀଘ୍ର ଏହି ଉଚ୍ଛେଦ ଆରମ୍ଭ ହେବ ।
ସେହିପରି ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନା ରଥଚକଡ଼ାରେ କିଛି ସପ୍ତାହ ହେଲା ପ୍ରତି ରବିବାର ‘ବଡ଼ଦାଣ୍ଡ ମହୋତ୍ସବ’ ନାମରେ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଭାବ ପ୍ରକାଶ ସହ ମନୋରଞ୍ଜନ କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ ।