ପ୍ରମୁଖ ଖବର
  • ରାଜଧାନୀରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ବାର୍ ଡ୍ୟାନ୍ସରଙ୍କ ମୃତଦେହ ଉଦ୍ଧାର
  • ||
  • ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ
  • ||
  • ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ
  • ||
  • ଅନ୍ତିମ ଲଢ଼େଇ ପାଇଁ ପ୍ରଚାର ଶେଷ: ଶନିବାର ୫୭ ଲୋକସଭା ଆସନରେ ୯୦୪ ପ୍ରାର୍ଥୀଙ୍କର ଭାଗ୍ୟ ପରୀକ୍ଷା
  • ||
  • ଅଟୋରେ ଚୋର ଗ୍ୟାଙ୍ଗ୍‌କୁ ବୋହୁଥିଲେ ଟୁଙ୍ଗୁରୁ, ବାନ୍ଧିଲା ପୋଲିସ, ଆଜି ହେବେ କୋର୍ଟ ଚାଲଣ
  • ||
  • ଜମ୍ମୁ-କାଶ୍ମୀରରେ ସେନା-ପୁଲିସ ସଂଘର୍ଷ,୩ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୧୬ ଜଣଙ୍କ ନାମରେ ମାମଲା
  • ||
  • ନରୱେ ଚେସ୍: ପ୍ରଜ୍ଞାନନ୍ଦାଙ୍କ ଐତିହାସିକ ବିଜୟ, ବିଶ୍ୱର ୧ନଂ ଖେଳାଳି କାର୍ଲସେନଙ୍କୁ ହରାଇ ଶୀର୍ଷରେ
  • ||
  • କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲ ମାମଲା, ୩୫ ଦିନ ପରେ ରେବନ୍ନାଙ୍କୁ ବାନ୍ଧିଲା SIT, କୋର୍ଟରେ ହେବ ହାଜର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୨୧ ଦିନ ଭିତର ଚନ୍ଦନ ଯାତ୍ରା, ଜୁନ୍ ୨ରେ ଜଳକ୍ରୀଡ଼ା ଏକାଦଶୀ ନୀତି
  • ||
  • ନିର୍ବାଚନ ପ୍ରଚାରରେ ଲାଗିଲା ବ୍ରେକ୍, ଶନିବାର ୬ ଲୋକସଭା ଓ ୪୨ ବିଧାନସଭା ସିଟ୍‌ରେ ମତଦାନ
  • ||
  • ନିର୍ଘାତ ତାତିରେ ଛଟପଟ: ଦିନକରେ ୩୨ ଅଂଶୁଘାତ ମୃତ୍ୟୁ ! ଜୁନ୍‌ ୧୦ ଯାଏ ଜଳିବ ପଶ୍ଚିମ ଓଡ଼ିଶା
  • ||

ଖଲ୍ଲିକୋଟରେ ରାଜନୈତିକ ହିଂସାକାଣ୍ଡ : ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଖଲ୍ଲିକୋଟ, ୧୬/୦୫ : ଖଲ୍ଲିକୋଟ ଥାନା ଅଞ୍ଚଳରେ ରାଜନୈତିକ ହିଂସା ଘଟଣା। ଗଭୀର ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ଗଣତନ୍ତ୍ର କିମ୍ଵା ସମାଜରେ ଏଭଳି ହିଂସାର କୌଣସି ସ୍ଥାନ ନାହିଁ। ଏହି ଘଟଣାକୁ ନେଇ ମୁଁ ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି। ଏହା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏଭଳି ହିଂସାକାଣ୍ଡ ଘଟାଇଥିବା ଲୋକଙ୍କ ବିରୋଧରେ ଦୃଢ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଜିଲ୍ଲାରେ ପ୍ରାକ୍ ନିର୍ବାଚନୀ ହିଂସାକୁ ଆୟତ୍ତ କରିବା ପାଇଁ ତୁରନ୍ତ କାର୍ଯ୍ୟାନୁହ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ପ୍ରକାଶ ଥାଉକି, ବୁଧବାର ରାତିରେ ଖଲ୍ଲିକୋଟ ଥାନା ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଥିଲା। ପୋଷ୍ଟର ମରାମରିକୁ ନେଇ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷରୁ ୮ ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ବଡ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତରଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.