ରାତି ୧୦ଟାରେ ନବୀନଙ୍କ ରୋଡ୍ ଶୋ’, ଆଜି ପୁଣି ରୋଡ୍ ଶୋ’

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ରାତି ୧୦ଟା ବେଳେ ଆଜି ରୋଡ୍ ସୋ’ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କଟକ ରୋଡ୍ ଶୋ’ ସାରିବା ପରେ ନଖରାରୁ ରସୁଲଗଡ ଦେଇ କଳ୍ପନା ଛକ ଯାଏଁ ରୋଡ ଶୋ’ କରିଛନ୍ତି ନବୀନ । ବିଳମ୍ବ ସତ୍ତେ୍ୱ ନବୀନଙ୍କ ରୋଡ୍ ଶୋ’ରେ ପ୍ରବଳ ଜନସମାଗମ ହୋଇଥିଲା ।

ରାତି ସାଢ଼େ ୯ଟା ବେଳେ ନଖରାରୁ ରସୁଲଗଡ ଛକ ଯାଏଁ ରୋଡ ଶୋ’ ହୋଇଥିଲା । ଉତ୍ତର ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ସୁଶାନ୍ତ ରାଉତଙ୍କ ପାଇଁ ପ୍ରଚାର କରିଥିଲେ । ନବୀନଙ୍କ ବସ୍ ଆଗେ ଆଗେ ସୁଶାନ୍ତ ଓ ତାଙ୍କ ସମର୍ଥକମାନେ ରାଲିରେ ଯାଇଥିଲେ । ରାତି ୧୦ଟାରୁ ରସୁଲଗଡ଼ ଛକରୁ କଳ୍ପନା ଯାଏଁ ପୁଣି ରୋଡ ଶୋ’ ଚାଲିଥିଲା । ମଧ୍ୟ ଭୁବନେଶ୍ୱର ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ପ୍ରଚାର କରିଥିଲେ ନବୀନ । ଝାରପଡ଼ା ଜେଲ୍ ରୋଡ୍ ପାଖରେ ଅନନ୍ତ ଓ ତାଙ୍କ ସମର୍ଥକମାନେ ରୁଣ୍ଡ ହୋଇଥିଲେ । ଶତାଧିକ ସମର୍ଥକଙ୍କ ସହ ନବୀନ କଳ୍ପନା ଛକ ଯାଏଁ ଯାଇଥିଲେ ।

ଆଜି ସନ୍ଧ୍ୟାରେ ରାଜଧାନୀରେ ନବୀନଙ୍କ ମେଗା ରୋଡ ଶୋ’ କରିବାକୁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ବିଜେଡି ପକ୍ଷରୁ ରୁଟ୍ ଚାର୍ଟ ମଧ୍ୟ ପ୍ରସ୍ତୁତ ହୋଇଥିଲା । ରସୁଲଗଡରୁ ଶୋ’ ଆରମ୍ଭ ହୋଇ ବମିଖାଲ, ଝାରପଡା ଛକ, ଜେଲ ଛକ, ଲକ୍ଷ୍ମୀସାଗର ଛକ, ଚିନ୍ତାମଣିଶ୍ୱର, କଳ୍ପନା, ରାଜମହଲ ଦେଇ ରାମମନ୍ଦିର ଛକ, ରବୀନ୍ଦ୍ର ମଣ୍ଡପ, କମିଶନରେଟ୍ ବିଲ୍ଡିଂ, ରାଜଭବନ, ବନଦୁର୍ଗା ମନ୍ଦିର, ନୂଆ ଏୟାରପୋର୍ଟ ଛକରେ ପହଞ୍ଚିଥାନ୍ତେ । ହେଲେ କଟକ ରୋଡ ସୋରେ ବିଳମ୍ବ ଯୋଗୁ ଏହା ସମ୍ଭବ ହୋଇନଥିଲା । ଶେଷ ମୂହୁର୍ତ୍ତରେ ରାଜଧାନୀ ରୋଡ୍ ଶୋ’କୁ କାଣ୍ଟଛାଣ୍ଟ କରାଯାଇଥିଲା । ଆସନ୍ତାକାଲି ପୂର୍ବାହ୍ନ ବେଳା ପୁଣି ସିଆରପି ଛକଠାରୁ ରୋଡ୍ ଶୋ’ ହେବ ବୋଲି ସୂଚନା ମିଳିଛି ।