ବାଲେଶ୍ବରରେ ନବୀନଙ୍କ ଡିଜିଟାଲ ରାଲି, କହିଲେ- କରୋନା ଦୂର ହେଲେ ଆପଣମାନଙ୍କ ପାଖକୁ ଆସିବି

ବାଲେଶ୍ବର, ୨୯/ ୧୦: ନଭେମ୍ବର ୩ରେ ଓଡ଼ିଶାରେ ହେବାକୁ ଯାଉଛି ଦୁଇ ଦୁଇଟି ଉପ-ନିର୍ବାଚନ। ଏଥିପାଇଁ ଜମୁଛି ନିର୍ବାଚନ ପ୍ରଚାର। ଗୁରୁବାର ବାଲେଶ୍ବର ଉପ-ନିର୍ବାଚନରେ ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଡିଜିଟାଲ ରାଲିରେ ମୁଖ୍ୟମନ୍ତ୍ରୀ ୧୯୯୯ ମହାବାତ୍ୟା କିଭଳି ରାଜ୍ୟବାସୀଙ୍କୁ ଦୁଃଖ ଦେଇଥିଲା, ସେ ସଂପର୍କରେ କହିଥିଲେ। ମହାବାତ୍ୟା କିଭଳି ଓଡ଼ିଶାକୁ ଛାରଖାର୍ କରିଥିଲା ମୁଖ୍ୟମନ୍ତ୍ରୀ କହିଥିଲେ। ଆଜି ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ଫାଇଲିନ୍ ବେଳେ ସତର୍କତାର ସହ ଓଡ଼ିଶା ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲା।

ନବୀନ ଆହୁରି କହିଛନ୍ତି ଯେ, ବାଲେଶ୍ୱରର ବିକାଶ ପାଇଁ ବହୁତ ସୁଯୋଗ ରହିଛି। ବସ୍ତିର ରହିଥିବା ଗରିବ ଲୋକଙ୍କ ଅଧିକାର ଓ ସେମାନଙ୍କ ସୁଯୋଗ ଉପରେ ଜୋର୍ ଦେଇ ଆସିଛି। ବାଲେଶ୍ୱରରୁ ବସ୍ତି ବିକାଶ କାମ ଆରମ୍ଭ ହୋଇଛି । ପ୍ରତି ବସ୍ତିକୁ ଆଦର୍ଶ କମ୍ୟୁନିଟି କରାଯାଉଛି । ଗରିବ ଲୋକଙ୍କୁ ଭୂମି ଅଧିକାର, ଗାଁରେ ଗରିବ ଭୂମିହୀନକୁ ଜମି ଘର ଦିଆଯାଉଛି। ମୌଳିକ ସୁବିଧା ଉପରେ ଫୋକସ୍ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଁ ସବୁବେଳେ ମୁଁ ଆପଣମାନଙ୍କ ସହିତ ରହିଛି । ଫକୀର ମୋହନ ସେନାପତି ମୋ ପ୍ରିୟ ଲେଖକ। ତାଙ୍କ ଲିଖିତ ଗଳ୍ପ ମୋତେ ବହୁତ ଭଲ ଲାଗେ।

ବାଲେଶ୍ୱରରୁ ମିସାଇଲ୍ ଟେଷ୍ଟ ବେଳେ ବିଜୁବାବୁ ଓ ଏପିଜେ ଅବଦୁଲ୍ କାଲାମଙ୍କୁ ମୁଁ ମନେ ପକାଏ । ଲୋକଙ୍କୁ କୋଭିଡ୍ ନିୟମ ମାନି ସାବଧାନତାର ସହ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ବାଲେଶ୍ୱରର ବିକାଶ ଦାୟିତ୍ୱ ନିଜେ ବୁଝିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ଜିତାଇବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।