ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ୧୫/୦୮:କୋଭିଡ୍‌ କଟକଣା ଭିତରେ ରାଜ୍ୟସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ଉତ୍ସବ ପାଳିତ ହୋଇଛି। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେଠାରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉତ୍ସବ ଉପସ୍ଥିତ ରହିଛନ୍ତି।

ରାଜ୍ୟସ୍ତରୀୟ ୭୪ତମ ସ୍ବାଧୀନତା ଦିବସ ଅବସରରେ  ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍‌ବୋଧନ ଦେଇଛନ୍ତି । ଉଦ୍‌ବୋଧନରେ ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।  ସେହିପରି ମହାମାରୀ ଭାବେ ବ୍ୟାପିଥିବା କରୋନା ଲଢେଇରେ ଆଗଧାଡିରେ ଯୋଦ୍ଧାମାନଙ୍କ କାର୍ଯ୍ୟ ଅତୁଳନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ପାଖରେ ଓଡ଼ିଆ ଜାତି ଋଣୀ ବୋଲି କହିଛନ୍ତି  । କରୋନା ମୁକାବିଲା ପାଇଁ ସରକାର ବିଭିନ୍ନ ହସ୍ପିଟାଲ କରିଛନ୍ତି। ତେବେ ଟଙ୍କା ପାଇଁ ଓଡ଼ିଶାରେ କୌଣସି ରୋଗୀ ସେବାରୁ ବଞ୍ଚିତ ହେବେ ନାହିଁ । କରୋନା ଆକ୍ରାନ୍ତଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ତେଣୁ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।

କରୋନାକୁ ଦୃଷ୍ଟିରେ ରଖି ପରେଡ୍ ସ୍ଥଳକୁ ବିଶୋଧନ କରାଯିବା ସହ କାର୍ବୋଲିକ୍ ଏସିଡ୍ ସିଞ୍ଚନ କରାଯାଇଛି । ଏବର୍ଷ ପରେଡରେ ୪ଟି କଣ୍ଟିଜେଣ୍ଟ SSB, ଓଡ୍ରାଫ୍, OSAP ଏବଂ ସପ୍ତମ ବାଟାଲିଆନ୍ ଅଂଶଗ୍ରହଣ କରିଛନ୍ତି । ରାଜ୍ୟ ସ୍ତରୀୟ ସ୍ବାଧୀନତା ଦିବସ  ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆ । ସିସିଟିଭି ସର୍ଭେଲାନ୍ସରେ ଉତ୍ସବ ସ୍ଥଳ । ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ପରେଡ୍ ସ୍ଥଳ ତନଖି କରିଛନ୍ତି ।

   ସମ୍ବନ୍ଧିତ ଖବର


କରୋନା ଭ୍ୟାକସିନ ନେବାପରେ ଦେଖାଦେଉଛି ଏସବୁ ଶାରିରୀକ ସମସ୍ୟା, ଜାଣନ୍ତୁ ସରକାର କ’ଣ କରିଛନ୍ତି ବ୍ୟବସ୍ଥା

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

ଶ୍ରୀନଗରରେ ଆତଙ୍କୀ ହମଲା, ୨ ଯବାନ ସହିଦ

ଆର୍ଜେଣ୍ଟିନାର ଏହା ହେଉଛି ସେହି ସ୍ଥାନ ଯେଉଁଠି ମାରାଡୋନାଙ୍କ ମୃତ୍ୟୁ ପରେ କେହି କାନ୍ଦିଲେନି, ଉତ୍ସବ ପାଳିଲେ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ

ରାଷ୍ଟ୍ରହିତ କାମରେ ବାଧା ସୃଷ୍ଟି ନକରୁ ରାଜନୀତି, ଏକ ଦେଶ -ଏକ ନିର୍ବାଚନ ଭାରତ ପାଇଁ ଆବଶ୍ୟକ: ପ୍ରଧାନମନ୍ତ୍ରୀ