PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

କେନ୍ଦ୍ରାପଡା: ମିଶନ ଶକ୍ତି ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ, କହିଲେ ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ

କେନ୍ଦ୍ରାପଡା ୧୦/୩: ଆଜି କେନ୍ଦ୍ରାପଡା ଗସ୍ତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ସମାବେଶରେ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିଛନ୍ତି । ଓଡିଶାରୁ ୩୩ ପ୍ରତିଶତ ମହିଳାଙ୍କୁ ଲୋକସଭାକୁ ପଠାଯିବ ବୋଲି କହିଲେ ମୁଖ୍ଯମନ୍ତ୍ରୀ । ସଶକ୍ତୀକରଣ କ୍ଷେତ୍ରରେ ଓଡିଶାର ମହିଳା ବିଶ୍ୱକୁ ବାଟ ଦେଖାଇବେ ବୋଲି ସେ କହିଛନ୍ତି ।

ମହାସମାବେଶରେ ସାମିଲ ହେବା ସହ କେନ୍ଦ୍ରାପଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରାପଡାରେ ମିଶନ ଶକ୍ତି ଭବନ ଭବନ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି କହିଛନ୍ତି । ଏହି ଅବସରରେ ମାଛ ଚାଷ କରୁଥିବା କିଛି ସ୍ୱଂୟ ସହାୟକ ଗୋଷ୍ଠୀକୁ ମଧ୍ଯ ସମ୍ମାନିତ କରିବା ସହ ବ୍ଲକ ସ୍ତରୀୟ ମହାସଂଘ ମାନଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ସମାବେଶରେ କେନ୍ଦ୍ରାପଡା ଜିଲାର ୯ଟି ବ୍ଲକ ଓ କଟକ ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୧ ଲକ୍ଷ ମହିଳା ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତପାଇଁ   ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର