PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଆଜି ମୁଖ୍ୟମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ, ମହିଳାଙ୍କୁ ଦେବେ ବିକାଶର କର୍ଣ୍ଣମନ୍ତ୍ର

ନୟାଗଡ଼,୨୩ା୩(ଆପ୍ର): ରବବିାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଲକ୍ଷ୍ୟ କରି ଷ୍ଟାଡିୟମ୍‌ ପଡିଆରେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଜୋରଦାର କରାଯାଇଛି । କାଳବୈଶାଖୀରୁ ରକ୍ଷା ପାଇବା ସହତି ଗରମରୁ ଆରାମ ମିଳିିବା ପାଇଁ ହାଇଦ୍ରାବାଦରୁ ଏକ ଟେଣ୍ଟ ହାଉସ୍‌ ଅଣାଯାଇଥିବା ଜଣାପଡିଛ଼ି । ସେହିଭଳି ରାସ୍ତାଘାଟ ସଫା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ମୁତୟନ ହୋଇଛନ୍ତି । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନୟାଗଡ଼ରେ ଅନୁଷ୍ଠତି ସମାବେଶରେ ଉଦ୍‌ବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ୍‌ରୁ ପ୍ରାୟ ୨୦ ହଜାର କର୍ମୀଙ୍କ ସମାବେଶ ହେବାର ଲକ୍ଷ୍ୟ ରହିଛି । ସର୍ବାଧିକ ମହିଳା ଉପସ୍ଥିତି ରହି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବେ । ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ କରାଯାଉଥିବା ଜଣାଯାଇଛି । ଆଗକୁ ନିର୍ବାଚନ ଥିବାରୁ ମହିଳାମାନଙ୍କ ଭୋଟ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ନୟାଗଡ଼ ଆସୁଥିବା ଚର୍ଚ୍ଚା ହେଉଛି । ଏହି ଅବସରରେ ପ୍ରାୟ ୧୫ ହଜାର ମହିଳା କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ କର୍ଣ୍ଣମନ୍ତ୍ର ଦେବେ ବୋଲି ଜଣାପଡିଛ଼ି । ଦଳ ପକ୍ଷରୁ ଜିଲ୍ଲାରେ ଥିବା ୪ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ କେବଳ ଦଶପଲ୍ଲା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଅନ୍ୟ ୩ଟିରେ ଘୋଷଣା କରାଯାଇ ନାହିଁ । ପ୍ରାର୍ଥୀ ଘୋଷଣା ହୋଇ ନଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ନୟାଗଡ଼ ଗ୍ରସ୍ତ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର