‘ଫନି’ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରଭାବିତଙ୍କୁ ୫୦କିଲୋ ଚାଉଳ, ୨ହଜାର ଟଙ୍କା, ଘର ପୂରା ଭାଙ୍ଗି‌ଥିଲେ କେତେ ଟଙ୍କା ମିଳିବ ଜାଣନ୍ତୁ…

ଭୁବନେଶ୍ବର ୬।୫: ବାଥ୍ୟା ଫନି ଦ୍ବାରା ପ୍ରଭାବିତ ଅଞ୍ଚଳର ଲୋକଙ୍କ ପାଇଁ ରବିବାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ପୂର୍ଣ୍ଣ ପୁରୀ ଜିଳ୍ଲା ଓ ଖୋର୍ଧାରର କିଛି ଅଂଶ ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଆସୁଥିବା ଏସବୁ ଅଞ୍ଚଳର ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହ ୨ହଜାର ଟଙ୍କା ଓ ପଲିଥିନ୍ ଯୋଗାଇ ଦିଆଯିବ।

 ଖୋର୍ଧା ଜିଲ୍ଲାର କିଛି ଅଂଶ ଫନି ଯୋଗୁ ବହୁଳ ପ୍ରଭାବିତ ହୋଇଚି। ଖାଦ୍ୟ ନିରାପତ୍ତା ଅଧୀନରେ ଆସୁଥିବା ଏହି ଅଞ୍ଚଳର ପରିବାରକୁ ଏକ ମାସର ଅତିରିକ୍ତ ସହ ୧,୦୦୦ଟଙ୍କା ପଲିଥିନ୍ ଯୋଗାଇ ଦିଆଯିବ ବୋଲି ନବୀନ ଘୋଷଣା କରିଛନ୍ତି।

ସେ କହିଛନ୍ତି, କଟକ, କେନ୍ଦ୍ରାପଡ଼ା, ଓ ଜଗତସିଂହପୁର ଜିଳ୍ଲା ବାତ୍ୟା ଯୋଗୁଁ ସାମାନ୍ୟ ପ୍ରଭାବିତ ହୋଇଚି। ଏଣୁ ଏସବୁ ଅଞ୍ଚଳର ଲୋକମାନଙ୍କୁ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଏକ ମାସ କୋଟାର ଅତିରିକ୍ତ ଚାଉଳ ଯୋଗାଇ ଦିଆଯିବ।

ଫନି ଯୋଗୁ ରାଜ୍ୟର ବହୁ ଅଞ୍ଚଳରେ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ସେମାନଙ୍କୁ ରିଲିଫ୍ କୋଡ୍ ଅନୁଯାୟୀ ଏକ ମାସର ଅତିରିକ୍ତ ପେନସନ୍ ସହ ବାସଗୃହ କ୍ଷତିଭରଣା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଯେଉଁଲୋକମାନଙ୍କର ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି, ସେମାନଙ୍କୁ ୯୫,୧୦୦ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ପାଇଁ ୫,୨୦୦ ଟଙ୍କା ଓ ସାମାନ୍ୟ କ୍ଷୟକ୍ଷତି ପାଇଁ ୩,୨୦୦ଟଙ୍କା ପ୍ରଦାନ କରାଯିବ। ଏହାଛଡ଼ା ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଲୋକମାନଙ୍କ ପାଇଁ ହାଉସିଂ ଓ୍କିମ୍ ଅଧୀନରେ ପୁନଃବାସଗୃହ ନିର୍ମାଣ କରାଯିବ।

ଶ୍ରୀ ପଟ୍ଟନାୟକ କହିଛନ୍ତି, ବାତ୍ୟାଜନିତ କୃଷିଜାତ, ଉଦ୍ୟାନଜାତ ଶସ୍ୟ ଓ ଫସଲ, ପଶୁ ସମ୍ପଦ ଓ ମତ୍ସ୍ୟ ଚାଷ କ୍ଷୟକ୍ଷତି ନେଇ ଖୁବଶୀଘ୍ର ଆକଳପ କରାଯିବ। କ୍ଷୟକ୍ଷତିର ଆକାର ହିସାବରେ ଲୋକମାନଙ୍କୁ କ୍ଷତିଭରଣା ଦିଆଯିବ। ରିଳିଫ୍ ଓ ପୁନଃଥଇଥାନ୍ କାମ ସରିବା ମାତ୍ରେ ମିସନ ମୋଡରେ ବୃକ୍ଷରୋପଣ ପାଇଁ ପଦକ୍ଷେପ ନିଆଯିବ ବୋଲତ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

   ସମ୍ବନ୍ଧିତ ଖବର


କୋଭିଡ ଟିକା ଦେବା ପାଇଁ ଓଡ଼ିଶା ପ୍ରସ୍ତୁତ, ୩୦ ହଜାର ସ୍ଥାନରେ ଦିଆଯିବ ଟିକା: ମୁଖ୍ୟ ଶାସନ ସଚିବ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା

ବିଜେପି ସାଂସଦଙ୍କ ଦାବି: ଟିଏମସିର ୬୨ ବିଧାୟକ ଆମ ସହ ଯୋଗାଯୋଗରେ ଅଛନ୍ତି, ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ମମତା ସରକାର

‘କୋଭିସିଲ୍ଡ’ର ପାର୍ଶ୍ଵ ପ୍ରତିକ୍ରିୟା ଅଭିଯୋଗକୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର ଖଣ୍ଡନ, ସ୍ବେଚ୍ଛାସେବୀଙ୍କୁ ୧୦୦ କୋଟି ଟଙ୍କାର ମାନହାନୀ ଧମକ

ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

କରୋନାରେ ମିଳିଲାନି କାମ, ଭୋକ ଉପବାସରେ ଜାଗାଘର ବାରଣ୍ଡାରେ ଆଖିବୁଜିଲେ ବୃଦ୍ଧ: ଶତ ଚେଷ୍ଟା ସତ୍ତ୍ୱେ ବଞ୍ଚାଇ ପାରିଲେନି ସାମାଜିକ କର୍ମୀ